ପୋଷ୍ଟ ଅଫିସ୍‌ରେ ଟଙ୍କା ଉଠାଇପାରିବେ ଅନ୍ୟ ବ୍ୟାଙ୍କ ଖାତାଧାରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୋଷ୍ଟ ଅଫିସ୍ ଜରିଆରେ ଟଙ୍କା ଉଠାଇପାରିବେ ଅନ୍ୟାନ୍ୟ ବ୍ୟାଙ୍କରେ ଖାତା ଥିବା ଜମାକାରୀ। ଆଜି ଏନେଇ ସୂଚନା ଦେଇଛନ୍ତି ଓଡ଼ିଶା ସର୍କଲର ଚିଫ୍ ପୋଷ୍ଟମାଷ୍ଟର୍ ଜେନେରାଲ୍ ସୁବାସ ଚନ୍ଦ୍ର ବର୍ମା। କରୋନା ସ୍ଥିତିକୁ ଦେଖି ରାଜ୍ୟ ସରକାର କିଛି ଦିନ ତଳେ ସମସ୍ତ ଜିଲ୍ଲାପାଳଙ୍କୁ ଏନେଇ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ଅନୁସାରେ, ଅନ୍ୟ ବ୍ୟାଙ୍କରେ ଆଧାର ଲିଙ୍କ୍‌ ଥିବା ଆକାଉଣ୍ଟ୍ ହୋଲ୍ଡରମାନେ ପୋଷ୍ଟ ଅଫିସ୍ ଜରି‌ଆରେ ଟଙ୍କା ଉଠାଇବା ସହ ଅନ୍ୟ […]

postal,,--

Tapaswini Nayak
  • Published: Thursday, 02 April 2020
  • , Updated: 02 April 2020, 06:05 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୋଷ୍ଟ ଅଫିସ୍ ଜରିଆରେ ଟଙ୍କା ଉଠାଇପାରିବେ ଅନ୍ୟାନ୍ୟ ବ୍ୟାଙ୍କରେ ଖାତା ଥିବା ଜମାକାରୀ। ଆଜି ଏନେଇ ସୂଚନା ଦେଇଛନ୍ତି ଓଡ଼ିଶା ସର୍କଲର ଚିଫ୍ ପୋଷ୍ଟମାଷ୍ଟର୍ ଜେନେରାଲ୍ ସୁବାସ ଚନ୍ଦ୍ର ବର୍ମା।

କରୋନା ସ୍ଥିତିକୁ ଦେଖି ରାଜ୍ୟ ସରକାର କିଛି ଦିନ ତଳେ ସମସ୍ତ ଜିଲ୍ଲାପାଳଙ୍କୁ ଏନେଇ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ଅନୁସାରେ, ଅନ୍ୟ ବ୍ୟାଙ୍କରେ ଆଧାର ଲିଙ୍କ୍‌ ଥିବା ଆକାଉଣ୍ଟ୍ ହୋଲ୍ଡରମାନେ ପୋଷ୍ଟ ଅଫିସ୍ ଜରି‌ଆରେ ଟଙ୍କା ଉଠାଇବା ସହ ଅନ୍ୟ ସମସ୍ତ ସୁବିଧା ପାଇ ପାରିବେ।

ଏଥିସହ କରୋନା ସ୍ଥିତିକୁ ଦେଖି ରାଜ୍ୟରେ ଗରିବମାନଙ୍କୁ ମନିଅର୍ଡର୍ ଯୋଗେ ଟଙ୍କା ଯୋଗାଣ, ଆଧାର ଭିତ୍ତିକ ଡାକସେବା ମାଧ୍ୟମରେ ଟଙ୍କା ନେଣଦେଣ ସୁବିଧା ଦେବାକୁ ନିଷ୍ପତ୍ତି ନିଆଯାଇଛି। ଏହାସହ ଔଷଧ, ମାସ୍କ ଓ ଅନ୍ୟାନ୍ୟ ଚିକିତ୍ସା ଉପକରଣର ଡେଲିଭରି, ପ୍ରବାସୀ ଶ୍ରମିକଙ୍କୁ ଖାଦ୍ୟ ଯୋଗାଣ ଓ ଜନ ଅଭିଯୋଗ ଗୁଡ଼ିକୁ ତୁରନ୍ତ ଫଇସଲା କରିବା ପାଇଁ ମଧ୍ୟ ଓଡ଼ିଶା ଡାକ ମଣ୍ଡଳ ପଦକ୍ଷେପ ନେଇଛି।

Related story