ବିଏମ୍‌ସି ପକ୍ଷରୁ ଏତଲା ଦିଆଯିବା ପରେ କ୍ୟାପିଟାଲ ଥାନାରେ ହାଜର ହେଲେ ଓଟିଭି କର୍ତ୍ତୃପକ୍ଷ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଟିଭିର  ସୋଶାଲ ମିଡିଆରେ ପ୍ଲାଟଫର୍ମରେ ପ୍ରସାରିତ ଦୁଇଟି ଖବରକୁ ନେଇ ବିଏମ୍‌ସି ପକ୍ଷରୁ ଗତକାଲି ସନ୍ଧ୍ୟାରେ ଏତଲା ଦିଆଯିବା ପରେ କ୍ୟାପିଟାଲ ଥାନାରେ ହାଜର ହୋଇ ଜବାବ ଦେବାକୁ ୭ ଦିନ ସମୟ ନେଇଛନ୍ତି OTV କର୍ତ୍ତୃପକ୍ଷ। ସୂଚନାଯୋଗ୍ୟ, ଓଟିଭିର  ସୋଶାଲ ମିଡିଆରେ  ପ୍ଲାଟଫର୍ମରେ ପ୍ରସାରିତ ଦୁଇଟି ଖବରକୁ ନେଇ ବିଏମ୍‌ସି ଆପତ୍ତି ଦର୍ଶାଇ ଏକ ପ୍ରେସ୍ ରିଲିଜ୍ ଜାରି କରିଛି । ଯେଉଁଥିରେ କରୋନା ସମ୍ପର୍କରେ ଓଟିଭି ମିଥ୍ୟା ଓ ବିଭ୍ରାନ୍ତିକର ଖବର […]

otv

Niharika Rout
  • Published: Saturday, 08 August 2020
  • , Updated: 09 August 2020, 11:18 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଟିଭିର  ସୋଶାଲ ମିଡିଆରେ ପ୍ଲାଟଫର୍ମରେ ପ୍ରସାରିତ ଦୁଇଟି ଖବରକୁ ନେଇ ବିଏମ୍‌ସି ପକ୍ଷରୁ ଗତକାଲି ସନ୍ଧ୍ୟାରେ ଏତଲା ଦିଆଯିବା ପରେ କ୍ୟାପିଟାଲ ଥାନାରେ ହାଜର ହୋଇ ଜବାବ ଦେବାକୁ ୭ ଦିନ ସମୟ ନେଇଛନ୍ତି OTV କର୍ତ୍ତୃପକ୍ଷ।

ସୂଚନାଯୋଗ୍ୟ, ଓଟିଭିର  ସୋଶାଲ ମିଡିଆରେ  ପ୍ଲାଟଫର୍ମରେ ପ୍ରସାରିତ ଦୁଇଟି ଖବରକୁ ନେଇ ବିଏମ୍‌ସି ଆପତ୍ତି ଦର୍ଶାଇ ଏକ ପ୍ରେସ୍ ରିଲିଜ୍ ଜାରି କରିଛି । ଯେଉଁଥିରେ କରୋନା ସମ୍ପର୍କରେ ଓଟିଭି ମିଥ୍ୟା ଓ ବିଭ୍ରାନ୍ତିକର ଖବର ପ୍ରସାର କରୁଥିବା ଅଭିଯୋଗ କରି ବିଏମ୍‌ସି ସୋ-କଜ୍ ଜାରି କରିବା ସହ ପୁଲିସ୍ କମ୍ପ୍ଲେନ୍ କରିଥିବା ଉଲ୍ଲେଖ କରିଛି । ଗତକାଲି ସନ୍ଧ୍ୟାରେ ଏତଲା ପରେ ରାତି ଅଧିଆ ନୋଟିସ କରିଥିଲା ପୁଲିସ୍‌। ଅଧ ରାତିରେ ନୋଟିସ କରି ଆଜି ଦିନ ୧୧ଟାରେ ହାଜର ପାଇଁ କହିଥିଲା।

ଏହି ପ୍ରସଙ୍ଗରେ ଓଟିଭି ପକ୍ଷରୁ ନିଜ ପକ୍ଷ ରଖି କୁହାଯାଇଛି, ଅଗଷ୍ଟ ୬ ତାରିଖରେ ଓଟିଭିର ସୋଶାଲ ମିଡିଆ  ପ୍ଲାଟଫର୍ମରେ ପୋଷ୍ଟ କରାଯାଇଥିବା ଏକ ଭାଇରାଲ୍ ଅଡିଓରେ, ଜଣେ କରୋନା ରୋଗୀ, ନିଜ ବନ୍ଧୁଙ୍କୁ କୋଭିଡ୍ ହସ୍ପିଟାଲ୍‌ରେ ରହିବା ସମୟରେ ନିଜ ଅନୁଭୂତି କହୁଛନ୍ତି । ଏହାକୁ ସୋଶାଲ୍‌ ମିଡିଆରେ ପୋଷ୍ଟ କରାଯିବା ବେଳେ, ଓଟିଭି ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଏହା ଏକ ଭାଇରାଲ୍ ଅଡିଓ । ଏ ସମ୍ପର୍କରେ ରାଜ୍ୟ ସରକାର କିମ୍ବା ଅନ୍ୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ଆମର ହସ୍ତଗତ ହୋଇନାହିଁ । ପ୍ରତିକ୍ରିୟା ହସ୍ତଗତ ହେଲେ, ଆମେ ଏହାକୁ ତୁରନ୍ତ ପୋଷ୍ଟ କରିବୁ ।

ସେହିପରି ବିଏମ୍‌ସି ପ୍ରେସ୍ ରିଲିଜରେ ଉଲ୍ଲେଖ କରାଯାଇଥିବା ୩୦ ଜୁଲାଇର ଭାଇରାଲ୍ ଭିଡିଓ ପ୍ରସଙ୍ଗରେ ଓଟିଭି ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇ କୁହାଯାଇଛି,  ଭୁବନେଶ୍ୱର ବିଜେବି ନଗର ସ୍ଥିତ ହରି ନଗର ବସ୍ତିବାସିନ୍ଦାଙ୍କ ପକ୍ଷରୁ ବିଏମ୍‌ସିର କୋଭିଡ୍ ପରିଚାଳନାକୁ ନେଇ ଗୁରୁତର ଅଭିଯୋଗ ଉପରେ ଆଧାରିତ ଥିଲା। ଏପ୍ରସଙ୍ଗରେ ବିଏମ୍‌ସିର ପ୍ରତିକ୍ରିୟା ହସ୍ତଗତ ହେଲା ପରେ   ତୁରନ୍ତ ତାହାକୁ  ଦର୍ଶକଙ୍କ ନିକଟରେ ପହଞ୍ଚାଯାଇଥିଲା।  ଏକ ଦାୟିତ୍ୱବାନ ନ୍ୟୁଜ୍‌ ଚ୍ୟାନେଲ୍ ଭାବରେ ଓଟିଭି ସବୁବେଳେ ଲୋକଙ୍କ ସମସ୍ୟାକୁ ଗୁରୁତ୍ୱ ଦେଇ ଆସିଛି ।

ଖବରକୁ ଅତିରଞ୍ଜିତ କରିବା କିମ୍ବା ମିଥ୍ୟା କିମ୍ବା ଭୁଲ୍ ଖବର ପ୍ରସାରଣ କରି TRP ବଢ଼ାଇବା କେବେ ଉଦ୍ଦେଶ୍ୟ ନୁହେଁ । ଦୀର୍ଘ ବର୍ଷ ଧରି ଦର୍ଶକୀୟ ଆଦୃତି ଏହା ପ୍ରମାଣିତ କରୁଛି । କୋଭିଡ୍ ସମୟରେ ସମସ୍ତ ସରକାରୀ ତଥ୍ୟ ଓ ସୂଚନାକୁ ଲୋକଲୋଚନକୁ ଆଣିବା ସହ ଜନସାଧାରଣଙ୍କ ସମସ୍ୟା ମଧ୍ୟ ବ୍ୟବସ୍ଥା ନିକଟରେ ପହଞ୍ଚାଇବା ଯେକୌଣସି ଗଣମାଧ୍ୟମର କର୍ତ୍ତବ୍ୟ । ଆମେ  ଦାୟିତ୍ୱ ଏବଂ କର୍ତ୍ତବ୍ୟରୁ କେବେ ହେଲେ ବିଚ୍ୟୁତ ହୋଇନାହୁଁ କିମ୍ବା ହେବୁ ନାହିଁ ବୋଲି ଓଟିଭି ପକ୍ଷରୁ ସ୍ପଷ୍ଟୀକରଣରେ କୁହାଯାଇଛି ।

Related story