ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଶାରୀରିକ ଅସୁସ୍ଥତା କାରଣରୁ କେନ୍ଦୁଝର ଥାନାରେ ଆଜି ହାଜର ହୋଇପାରି ନାହାନ୍ତି ଓଟିଭିର ବରିଷ୍ଠ ସାମ୍ବାଦିକ ରମେଶ ରଥ । ଥାନାରେ ହାଜର ପାଇଁ ସେ ୧୫ଦିନ ସମୟ ମାଗିଛନ୍ତି । ଏକ ଦେଢ଼ ବର୍ଷ ତଳର ଫେକ୍ ଭାଇରାଲ୍ ଭିଡ଼ିଓ ମାମଲାରେ ରମେଶଙ୍କୁ କେନ୍ଦୁଝର ପୁଲିସ ଯେଉଁ ଭଳି ଢଙ୍ଗରେ ଭୁବନେଶ୍ୱରରେ ରାସ୍ତା ଉପରୁ ଟାଣି ଘୋଷାରି ଉଠାଇ ନେଲା ଓ ଦୀର୍ଘ ସମୟ ଏ ଥାନାରୁ ସେ ଥାନା ବୁଲାଇଥିଲା ସେଥିରେ ରମେଶ ଗଭୀର ଭାବେ ମାନସିକ ଆଘାତ ପାଇବା ସହ ଶାରୀରିକ ଅସୁସ୍ଥତା ମଧ୍ୟ ଅନୁଭବ କରୁଛନ୍ତି।
ତେଣୁ ଆଇନ୍ ପ୍ରକ୍ରିୟା ଭିତରେ ସେ ନିଜ ଓକିଲ ମାଧ୍ୟମରେ କେନ୍ଦୁଝର ଥାନାରେ ହାଜର ହେବାକୁ ୧୫ଦିନ ସମୟ ମାଗିଛନ୍ତି । ଗତ ୧୫ ତାରିଖ ଦିନ କେନ୍ଦୁଝର ପୁଲିସ ଏକ ଭାଇରାଲ୍ ଭିଡିଓ ମାମଲାରେ ରମେଶ ରଥଙ୍କୁ ରାସ୍ତା ମଝିରୁ ଉଠାଇନେବା ସହ ତାଙ୍କୁ ସାଙ୍ଗରେ ଧରି ବିନା ସର୍ଚ୍ଚ ଓ୍ୱାରେଣ୍ଟ କି ନୋଟିସ୍ରେ ବଳପୂର୍ବକ ଓଟିଭି ଅଫିସ ଭିତରେ ପଶିବାକୁ ଚେଷ୍ଟା କରିଥିଲା । ତାପରେ ରମେଶଙ୍କୁ ଆଜି କେନ୍ଦୁଝର ଟାଉନ ଥାନାରେ ହାଜର ହେବାକୁ ନୋଟିସ୍ ଜାରି କରିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କାଉଣ୍ଟର କଲା ବିଜେପି; ନବ ଦାସଙ୍କ ହତ୍ୟା ବେଳେ କାହିଁକି ଚୁପ୍ ଥିଲେ ଦୀପାଳି-ଆକାଶ?
ଦୀପାଳି କହିଛନ୍ତି, ଅନାସ୍ଥା ଯେତେବେଳେ ଆସିଲା ସେତେବେଳ ପ୍ରଶାସନ ଟାଳଟୁଳ ନୀତି ଅବଲମ୍ବନ କଲା। ଆମେ ହାଇକୋର୍ଟରୁ ନିର୍ଦ୍ଦେଶ ଆଣିଲୁ। ଅନାସ୍ଥା ପାଇଁ ତାରିଖ ଦିଆଗଲା ୧୦ ଜାନୁଆରୀ।
Special
ପ୍ଲାଷ୍ଟିକ୍ ବିରୋଧରେ ବଡ଼ ଲଢେଇ; ମାଗଣାରେ ଯୋଗାଇ ଦିଆଯାଉଛି ଷ୍ଟିଲ୍ ପ୍ଲେଟ, ଗ୍ଲାସ୍
ପରିବେଶ ସୁରକ୍ଷା ପାଇଁ ନୂଆପଡା ଜିଲ୍ଲା ଖରିଆର ରୋଡ୍ର ୨୦ ଜଣ ଯୁବକ ଓ ଯୁବତୀ ମିଶି ଗଢ଼ିଛନ୍ତି ‘ପହଲ’ ଅନୁଷ୍ଠାନ। ଏହି ଅନୁଷ୍ଠାନ ପଲିଥିନ୍ ଓ ପ୍ଲାଷ୍ଟିକ ବିରୋଧରେ ଲଢ଼େଇ ଆରମ୍ଭ କରିଛି।
Weather
୩ ଦିନ ପରେ ବଢ଼ିବ ଶୀତ, କଲବଲ କରିବ ଘନ କୁହୁଡ଼ି!
ଶୀତ ପରେ ରାଜ୍ୟବାସୀଙ୍କୁ କୁହୁଡି କଲବଲ କରିବ। ୧୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ସୁନ୍ଦରଗଡ଼, କେନ୍ଦୁଝର, ଢେଙ୍କାନାଳ, ଅନୁଗୋଳ, କଟକ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ ଓ କୋରାପୁଟ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ଘନ କୁହୁଡି ହେବାର ସମ୍ଭାବନା ରହିଛି।
Accident
ତଳକୁ ଝୁଲି ରହିଥିଲା ୧୧ କେଭି ବିଦ୍ୟୁତ୍ ତାର, ଉଠାଇବା ବେଳେ ୨ ଗୁରୁତର
ବିଲ ଦେଇ ଯାଇଥିବା ୧୧କେଭି ବିଦ୍ୟୁତ୍ ତାର ତଳକୁ ଝୁଲି ରହିଥିଲା । କୌଣସି ଅଘଟଣ ଆଶଙ୍କାରେ ତାହାକୁ ଉପରକୁ ଉଠାଇଥିଲେ ଧାନ କଟା ମେସିନ୍ର ଡ୍ରାଇଭର ଓ ହେଲପର ।
Crime
ବାଇକ୍ରେ ଆସିଲେ, ସୁନା ଚେନ୍ ଝାମ୍ପି ନେଲେ
ବାଇକ୍ରେ ଆସିଲେ। ଆଖି ପିଛୁଳାକେ ସ୍ପଷ୍ଟ ଦିବାଲୋକରେ ଥାନା ସମ୍ମୁଖରୁ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଲେ ।