ଓୟୁଏଟି ଛାତ୍ରୀଙ୍କ ଦୁର୍ଘଟଣାରେ ମୃତ୍ୟୁ ପ୍ରତିବାଦରେ ଶିରିପୁର ଛକରେ ରାସ୍ତା ଅବରୋଧ

ଭୁବନେଶ୍ୱର: କାର୍‌ ଦୁର୍ଘଟଣାରେ ଓୟୁଏଟି ଛାତ୍ରୀଙ୍କ ମୃତ୍ୟୁ ପ୍ରତିବାଦରେ ଭୁବନେଶ୍ୱର ଶିରିପୁର ଛକରେ ଆଜି ଛାତ୍ରଛାତ୍ରୀମାନେ କରିଥିବା ରାସ୍ତା ଅବରୋଧରୁ ହଟି ଯାଇଛନ୍ତି। ଦୁର୍ଘଟଣା ଘଟାଇଥିବା ଗାଡ଼ିର ଡ୍ରାଇଭରଙ୍କୁ ଗିରଫ ଓ  ମୃତ ଛାତ୍ରୀଙ୍କ ପରିବାରକୁ କ୍ଷତିପୂରଣ ଦାବି ଛାତ୍ରଛାତ୍ରୀ ରାସ୍ତରୋକ କରିଥିଲେ। ଏସିପି ଦାବି ପୂରଣ ନେଇ ପ୍ରତିଶ୍ରୁତି ଦେବା ପରେ ଛାତ୍ରଛାତ୍ରୀ ରାସ୍ତାରୁ ହଟି ଯାଇଛନ୍ତି। ଜଣେ ପ୍ରଭାବଶାଳୀ ବିଧାୟକ ଘଟଣା ଚପାଇ ଦେବାକୁ ଉଦ୍ୟମ କରୁଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି। ଶନିବାର ରାତିରେ ଓୟୁଏଟିର […]

stuudent

Rakesh Mallick
  • Published: Monday, 06 February 2017
  • , Updated: 07 February 2017, 10:07 AM IST

ଭୁବନେଶ୍ୱର: କାର୍‌ ଦୁର୍ଘଟଣାରେ ଓୟୁଏଟି ଛାତ୍ରୀଙ୍କ ମୃତ୍ୟୁ ପ୍ରତିବାଦରେ ଭୁବନେଶ୍ୱର ଶିରିପୁର ଛକରେ ଆଜି ଛାତ୍ରଛାତ୍ରୀମାନେ କରିଥିବା ରାସ୍ତା ଅବରୋଧରୁ ହଟି ଯାଇଛନ୍ତି। ଦୁର୍ଘଟଣା ଘଟାଇଥିବା ଗାଡ଼ିର ଡ୍ରାଇଭରଙ୍କୁ ଗିରଫ ଓ  ମୃତ ଛାତ୍ରୀଙ୍କ ପରିବାରକୁ କ୍ଷତିପୂରଣ ଦାବି ଛାତ୍ରଛାତ୍ରୀ ରାସ୍ତରୋକ କରିଥିଲେ। ଏସିପି ଦାବି ପୂରଣ ନେଇ ପ୍ରତିଶ୍ରୁତି ଦେବା ପରେ ଛାତ୍ରଛାତ୍ରୀ ରାସ୍ତାରୁ ହଟି ଯାଇଛନ୍ତି।

ଜଣେ ପ୍ରଭାବଶାଳୀ ବିଧାୟକ ଘଟଣା ଚପାଇ ଦେବାକୁ ଉଦ୍ୟମ କରୁଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି।

ଶନିବାର ରାତିରେ ଓୟୁଏଟିର ଏମସିଏ ତୃତୀୟ ବର୍ଷର ଛାତ୍ରୀ ସୁଚିସ୍ମିତା  ବିଶ୍ୱାଳଙ୍କର ଏକ ସଫାରୀ ଗାଡ଼ି ଧକ୍କାରେ ମୃତ୍ୟୁ ଘଟିଥିଲା। ପୋଲିସ୍‌ ଗାଡ଼ିଟିକୁ ଜବତ କରିଥିବା ବେଳେ ଡ୍ରାଇଭର ଫେରାର ହୋଇଯାଇଥିଲା।

ଛାତ୍ରୀଙ୍କୁ ଧକ୍କା ଦେଇଥିବା ଗାଡିର ମାଲିକାନା ସିଦ୍ଧାର୍ଥ କନ୍‌ଷ୍ଟ୍ରକସନ୍‌ ନାଁରେ ରହିଛି। ଏହା ଜଣାପଡିବା ପରେ କମିଶନରେଟ୍‌ ପୋଲିସ ମାଲିକାନା ସିଦ୍ଧାର୍ଥ କନ୍‌ଷ୍ଟ୍ରକସନ୍‌ ସଂସ୍ଥା ଉପରେ ଚଢାଉ କରିଛି। ଏହି ସଂସ୍ଥା ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଜଣେ ସମ୍ପର୍କୀୟଙ୍କର ବୋଲି ଜଣାପଡିଛି।

ସଂସ୍ଥା ପକ୍ଷରୁ ଗାଡିଟିକୁ ୨୦୦୯ରେ ପୂର୍ବତନ ବାଚସ୍ପତି କିଶୋର ମହାନ୍ତିଙ୍କୁ ବିକ୍ରି କରାଯାଇଥିଲା। ହେଲେ ଏହାର ମାଲିକାନା ସତ୍ତ୍ୱ ପରିବର୍ତ୍ତନ କରାଯାଇ ନ ଥିବା କମିଶନରେଟ୍‌ ପୋଲିସ ସୂଚନା ଦେଇଛି।

Related story