ଚା’ ପିଇ ୪ ଅସୁସ୍ଥ

ଆନନ୍ଦପୁର(ମୁନା ସିଂ): କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ସାଇଁକୁଳ ଗାଁରେ ଏକ ନିର୍ଦ୍ଦିଷ୍ଟ କ୍ଷୀର ପାଉଡରେ ଚା’ ପିଇ  ଗୋଟିଏ ପରିବାରର ୪ ଜଣ ଅସୁସ୍ଥ ହୋଇ ପଡ଼ିଛନ୍ତି। ସେମାନଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରେ ଜଣେ ପୁରୁଷ, ଦୁଇ ଜଣ ମହିଳା  ଓ ଜଣେ ୧୧ ବର୍ଷୀୟ ନାବାଳକ ଅଛନ୍ତି। ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ସାଇଁକୁଳ ଗାଁର ଗୋଟିଏ ପରିବାର ସଦସ୍ୟ ବଜାରରେ ମିଳୁଥିବା ପ୍ୟାକେଟ କ୍ଷୀର ପାଉଡରରେ ଚା’ […]

anadapur,,,,

Tapaswini Nayak
  • Published: Friday, 23 August 2019
  • , Updated: 23 August 2019, 02:39 PM IST

ଆନନ୍ଦପୁର(ମୁନା ସିଂ): କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ସାଇଁକୁଳ ଗାଁରେ ଏକ ନିର୍ଦ୍ଦିଷ୍ଟ କ୍ଷୀର ପାଉଡରେ ଚା’ ପିଇ  ଗୋଟିଏ ପରିବାରର ୪ ଜଣ ଅସୁସ୍ଥ ହୋଇ ପଡ଼ିଛନ୍ତି। ସେମାନଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସେମାନଙ୍କ ମଧ୍ୟରେ ଜଣେ ପୁରୁଷ, ଦୁଇ ଜଣ ମହିଳା  ଓ ଜଣେ ୧୧ ବର୍ଷୀୟ ନାବାଳକ ଅଛନ୍ତି।

ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ସାଇଁକୁଳ ଗାଁର ଗୋଟିଏ ପରିବାର ସଦସ୍ୟ ବଜାରରେ ମିଳୁଥିବା ପ୍ୟାକେଟ କ୍ଷୀର ପାଉଡରରେ ଚା’ କରି ପିଇଥିଲେ। କିଛି ସମୟ ପରେ ସେମାନେ ଅସୁସ୍ଥ ହୋଇ ପଡ଼ିଥିଲେ। ସେମାନଙ୍କୁ ନିକଟସ୍ଥ ସାଇଁକୁଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ରାତିରେ ସେମାନେ ଘରକୁ ଫେରି ଆସିଥିଲେ। ଆଜି ସକାଳେ ପୁଣି ଥରେ ଅସୁସ୍ଥତା ଅନୁଭବ କରିବାରୁ ସେମାନଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଅଧିକ କ୍ଷୀର ପାଉଡର ପକାଇ ଚା’ ପିଇ ଦେଇଥିବାରୁ ଫୁଡ୍ ପଏଜେନିକ୍‌ ହୋଇଥିବା ଚିକିତ୍ସିତ ଡାକ୍ତର ଉଦୟ ଭାସ୍କର ପଣ୍ଡା କହିଛନ୍ତି।

Related story