କଟକ ମହାନଗରରୁ ୯୩ ‘କରୋନା’ ଆକ୍ରାନ୍ତ ଚିହ୍ନଟ, ୧୪ ଲୋକାଲ୍ କେସ୍
କଟକ(ଓଡ଼ିଶା ରିପୋର୍ଟର): ଆଜି କଟକ ସହରରୁ ଆଉ ୯୩ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୭୫ ଜଣ ହୋମ୍ କ୍ୱାରେଣ୍ଟାଇନ, ୩ ଜଣ ସରକାରୀ କ୍ୱାରେଣ୍ଟାଇନ୍, ଜଣେ ପେଡ୍ କ୍ୱାରେଣ୍ଟାଇନ୍ ଓ ୧୪ ଲୋକାଲ କେସ ଅଛନ୍ତି। ଏନେଇ କଟକ ମହାନଗର ନିଗମ(ସିଏମ୍ସି) ପକ୍ଷରୁ ଟ୍ୱିଟ୍ କରାଯାଇଛି।
୧୪ ଲୋକାଲ୍ କେସ୍ ମଧ୍ୟରେ ବିଡ଼ାନାଶି ଶୌଚାଳୟ ଲେନ୍ରୁ ଜଣେ, ବାଉରି ସାହିରୁ ଜଣେ, ଓଡ଼ିଆ ବଜାରରୁ ୨ ଜଣ, ଓଲଡ୍ ରାଉସପାଟଣାରୁ ୨ ଜଣ, ଚାନ୍ଦିନୀ ଚୌକରୁ ଜଣେ, ଖ୍ରୀଷ୍ଟିଆନ୍ ସାହିରୁ ଜଣେ, ଗୋପାଳପୁର ବାଲିକୁଦାରୁ ଜଣେ, ଶିଖରପୁର ନଦୀକୁଳ ସାହିରୁ ଜଣେ, ନୂଆସାହିରୁ ଜରେ କୋଭିଡ୍ ଯୋଦ୍ଧା, ନୂଆସାହି ଗଣ୍ଡରପୁରରୁ ଜଣେ, ନୂଆ ବଜାରରୁ ଜଣେ ଓ ଦିୱାନ୍ ବଜାରରୁ ଜଣେ ଲେଖାଏଁ ଅଛନ୍ତି।
#COVID19 update in Cuttack city (CMC area)
Out of the 136 new COVID-19 +ve cases reported today in #Cuttack district, 93 +ve cases belong to Cuttack city (CMC area).
Another 6 recoveries have been reported recently! KUDOS to the efforts of all doctors & healthcare staff. pic.twitter.com/c3hYwEj8DA
— CMC,Cuttack (@CMCCuttack) July 24, 2020
ସେହିପରି ବକ୍ସିବଜାର ବାସୁଳିସାହିରୁ ୨୩, ଡଗରପଡ଼ା ବାଣୀନଗରରୁ ୨୪, ଶଙ୍କରପୁର ଦାସସାହିରୁ ୭, ଦୋଳମୁଣ୍ଡାଇରୁ ୬, ସିଡିଏ ସେକ୍ଟର-୭ରୁ ୫, ଜଗତପୁର ପଦ୍ରାସାହିରୁ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଆଜି ସୁଦ୍ଧା ସିଏମ୍ସି ଅଞ୍ଚଳରୁ ୫୭୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୪୨ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୩୨୯ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।