ଏଣିକି ଘରେ ଯୋଗାଇ ଦିଆଯିବ ଅକ୍ସିଜେନ୍ କନସେଣ୍ଟ୍ରେଟର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ମହାମାରୀର ଦ୍ୱିତୀୟ ଲହରରେ ଅକ୍ସିଜେନର ସଂକଟ ଦେଖା ଦେଇଛି। ତେବେ ଅକ୍ସିଜେନ୍ ଯୋଗାଣ ପାଇଁ ବିଏମସି ବଡ଼ ପଦକ୍ଷେପ ଉଠାଇଛି । ଏଣିକି ଘରେ ରହି ଚିକିତ୍ସିତ ହେବାକୁ ଚାହୁଁଥିବା କରୋନା ରୋଗୀଙ୍କୁ ଅକ୍ସିଜେନ୍ କନସେଣ୍ଟ୍ରେଟର ଯୋଗାଇବ ବିଏମସି। ସୋମବାର ଠାରୁ ଏହି ସେବା ଆରମ୍ଭ ହେବ ବୋଲି ବିଏମସି କମିଶନର ସଞ୍ଜୟ ସିଂ କହିଛନ୍ତି। ଏଥିପାଇଁ ରାଜ୍ୟ ସରକାର ବିଏମସିକୁ ୧୦୦ଟି ଅକ୍ସିଜେନ୍ କନସେନଟ୍ରେଟର ଯୋଗାଇ ଦେଇଛନ୍ତି। ଅକ୍ସିଜେନ୍ କନସେଣ୍ଟ୍ରେଟର […]

Oxygen

Ranjit Kumar Jena
  • Published: Saturday, 05 June 2021
  • , Updated: 05 June 2021, 04:49 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ମହାମାରୀର ଦ୍ୱିତୀୟ ଲହରରେ ଅକ୍ସିଜେନର ସଂକଟ ଦେଖା ଦେଇଛି। ତେବେ ଅକ୍ସିଜେନ୍ ଯୋଗାଣ ପାଇଁ ବିଏମସି ବଡ଼ ପଦକ୍ଷେପ ଉଠାଇଛି । ଏଣିକି ଘରେ ରହି ଚିକିତ୍ସିତ ହେବାକୁ ଚାହୁଁଥିବା କରୋନା ରୋଗୀଙ୍କୁ ଅକ୍ସିଜେନ୍ କନସେଣ୍ଟ୍ରେଟର ଯୋଗାଇବ ବିଏମସି।

ସୋମବାର ଠାରୁ ଏହି ସେବା ଆରମ୍ଭ ହେବ ବୋଲି ବିଏମସି କମିଶନର ସଞ୍ଜୟ ସିଂ କହିଛନ୍ତି। ଏଥିପାଇଁ ରାଜ୍ୟ ସରକାର ବିଏମସିକୁ ୧୦୦ଟି ଅକ୍ସିଜେନ୍ କନସେନଟ୍ରେଟର ଯୋଗାଇ ଦେଇଛନ୍ତି। ଅକ୍ସିଜେନ୍ କନସେଣ୍ଟ୍ରେଟର ନେଇ ଲୋକଙ୍କୁ ବୁଝାଇବା ପାଇଁ କଲସେଣ୍ଟର କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି।

ବିଏମସି ପକ୍ଷରୁ ୧୫ ଦିନ ହେଲା ସ୍ୱତନ୍ତ୍ର ଅଭିଯାନ ଜରିଆରେ ବିଭିନ୍ନ ବର୍ଗର ଲୋକଙ୍କୁ ଟିକାକରଣ ଚାଲିଥିବା ବେଳେ ସୋମବାର ଠାରୁ ୧୮ରୁ ୪୪ବର୍ଷ ବର୍ଗଙ୍କ ଟିକାକରଣ ତ୍ୱରାନ୍ୱିତ ହେବ।

ସୂଚନାଯୋଗ୍ୟ, ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୩୯୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ପାର ହୋଇଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭.୨୪ ଲକ୍ଷରୁ ଅଧିକ ସୁସ୍ଥ ହୋଇସାରିଛନ୍ତି। ଅନ୍ୟପକ୍ଷରେ ଆଉ ୪୦ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୧୬୯ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୩୨୨୬ଟି ହେଉଛି ଲୋକାଲ୍ କେସ୍। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୬୯ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୮୬୮, ଯାଜପୁରରୁ ୫୧୬, ଅନୁଗୋଳରୁ ୪୪୩, ମୟୂରଭଞ୍ଜରୁ ୩୮୪, ପୁରୀରୁ ୩୫୬ ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ୩୪୧ ଜଣ ଚିହ୍ନଟ ହୋଇଛନ୍ତି। ବିଏମସିରୁ ଗତକାଲି ୭୫୩ ପଜିଟିଭ୍ ଚିହ୍ନଟ ହୋଇଥିଲେ।

Related story