ମାର୍କେଟିଂ କରିବାକୁ ଯାଇ ଯୁବ ବ୍ୟବସାୟୀ ନିଖୋଜ

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଆଗଲପୁର ଗାଁର ଯୁବ ବ୍ୟବସାୟୀ ପବିତ୍ର ମେହେରଙ୍କ ନିଖୋଜ ଘଟଣାକୁ ୧୦ ଦିନ ବିତି ଗଲାଣି। ହେଲେ ଆଜି ପର୍ଯ୍ୟନ୍ତ ତାଙ୍କ ପତ୍ତା ମିଳୁନି। ତାଙ୍କର ପତ୍ତା ମିଳୁନଥିବାରୁ ପରିବାର ଲୋକେ ବଲାଙ୍ଗିର ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇ ଗୁହାରୀ କରିଛନ୍ତି। ମାର୍ଚ୍ଚ ୨୨ ତାରିଖରେ ମାର୍କେଟିଂ କରିବାକୁ ସ୍କୁଟିରେ ବରଗଡ଼ ଯାଇଥିଲେ ପବିତ୍ର। ଗଲା ବେଳେ ଘରେ ମୋବାଇଲ ଭୁଲି ଯାଇଥିଲେ। ସେହି ଦିନଠୁ ଆଉ ଘରକୁ ଫେରିନାହାନ୍ତି […]

Pabitra-Meher

Manoranjan Sial
  • Published: Saturday, 02 April 2022
  • , Updated: 02 April 2022, 07:34 PM IST

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଆଗଲପୁର ଗାଁର ଯୁବ ବ୍ୟବସାୟୀ ପବିତ୍ର ମେହେରଙ୍କ ନିଖୋଜ ଘଟଣାକୁ ୧୦ ଦିନ ବିତି ଗଲାଣି। ହେଲେ ଆଜି ପର୍ଯ୍ୟନ୍ତ ତାଙ୍କ ପତ୍ତା ମିଳୁନି। ତାଙ୍କର ପତ୍ତା ମିଳୁନଥିବାରୁ ପରିବାର ଲୋକେ ବଲାଙ୍ଗିର ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇ ଗୁହାରୀ କରିଛନ୍ତି।

ମାର୍ଚ୍ଚ ୨୨ ତାରିଖରେ ମାର୍କେଟିଂ କରିବାକୁ ସ୍କୁଟିରେ ବରଗଡ଼ ଯାଇଥିଲେ ପବିତ୍ର। ଗଲା ବେଳେ ଘରେ ମୋବାଇଲ ଭୁଲି ଯାଇଥିଲେ। ସେହି ଦିନଠୁ ଆଉ ଘରକୁ ଫେରିନାହାନ୍ତି ପବିତ୍ର। ପରିବାର ଲୋକେ ପବିତ୍ରଙ୍କୁ ଚାରିଆଡ଼େ ଖୋଜିଥିଲେ। ମାତ୍ର କେଉଁଠି ତାଙ୍କୁ ପାଇନଥିଲେ। ପରିବାର ଲୋକେ ଏନେଇ ଆଗଲପୁର ଫାଣ୍ଡି ଏବଂ ପରେ ଲୋଇସିଂହା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ମାମଲା ରୁଜୁ କରି ଚୁପ୍‌ ବସିଛି। ହେଲେ ପବିତ୍ରଙ୍କୁ ଖୋଜୁନଥିବା ଅଭିଯୋଗ ହୋଇଛି।

ସେପଟେ ଥାନାରୁ ନିରାଶ ହେବା ପରେ ପରିବାରବ ଲୋକେ ନିଖୋଜ ପବିତ୍ରଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କରିଥିଲେ। ପବିତ୍ରଙ୍କ ସଂପର୍କରେ ଖବର ଦେଲେ ୧୦,୦୦୦ ଟଙ୍କା ପ୍ରଦାନ କରାଯିବ ବୋଲି ପ୍ରଚାରପତ୍ର ବାଣ୍ଟିଥିଲେ ପରିବାର ଲୋକେ। ଏହା ସତ୍ତ୍ୱେ ପବିତ୍ରଙ୍କ ପତ୍ତା ମିଳୁନାହିଁ।

ଆଜି ପରିବାର ଲୋକେ ବଲାଙ୍ଗିର ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ନିଖୋଜ ହୋଇଥିବା ପବିତ୍ରଙ୍କୁ ଖୋଜି ଆଣିବାକୁ ଗୁହାରୀ କରିଛନ୍ତି।

Related story