ଚାଷୀଙ୍କ ପାଇଁ କାହାର ଦରଦ କେତେ? ଆନ୍ଦୋଳନ କଲେ ବିଜେଡି ଓ ବିଜେପି

ଭୁବନେଶ୍ୱର: ଚାଷୀଙ୍କ ସମସ୍ୟା ପୂରଣ ପାଇଁ ରାଜ୍ୟ ରାଜନୀତି ସରଗରମ ହୋଇଛି। ରାଜ୍ୟର ଦୁଇ ପ୍ରମୁଖ ରାଜୈତିକ ଦଳ ପରସ୍ପରକୁ ଦୋଷ ଲଦିବାରେ ଲାଗିଛନ୍ତି। ହେଲେ କାହାର ଦରଦ କେତେ ତାହା ମୂଲ୍ୟାୟନ କରାଯିବାର ସମୟ ଆସିଯାଇଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଏହି ରାଜନୈତିକ ଦଳ ଗୁଡ଼ିକରେ ପ୍ରକୃତରେ ଚାଷୀ ପ୍ରତି ରହିଛି ନା ଭୋଟବ୍ୟାଙ୍କ ପାଇଁ ଏପରି କାନ୍ଦୁଛନ୍ତି ଓ ରାସ୍ତାରେ ଡେଉଁଛନ୍ତି ତାହା ବିଚାର ଯୋଗ୍ୟ। କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ […]

bjd

Rakesh Mallick
  • Published: Friday, 23 June 2017
  • , Updated: 23 June 2017, 08:55 PM IST

ଭୁବନେଶ୍ୱର: ଚାଷୀଙ୍କ ସମସ୍ୟା ପୂରଣ ପାଇଁ ରାଜ୍ୟ ରାଜନୀତି ସରଗରମ ହୋଇଛି। ରାଜ୍ୟର ଦୁଇ ପ୍ରମୁଖ ରାଜୈତିକ ଦଳ ପରସ୍ପରକୁ ଦୋଷ ଲଦିବାରେ ଲାଗିଛନ୍ତି। ହେଲେ କାହାର ଦରଦ କେତେ ତାହା ମୂଲ୍ୟାୟନ କରାଯିବାର ସମୟ ଆସିଯାଇଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଏହି ରାଜନୈତିକ ଦଳ ଗୁଡ଼ିକରେ ପ୍ରକୃତରେ ଚାଷୀ ପ୍ରତି ରହିଛି ନା ଭୋଟବ୍ୟାଙ୍କ ପାଇଁ ଏପରି କାନ୍ଦୁଛନ୍ତି ଓ ରାସ୍ତାରେ ଡେଉଁଛନ୍ତି ତାହା ବିଚାର ଯୋଗ୍ୟ।

କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟରେ ୮୦ ଟଙ୍କା ବୃଦ୍ଧି ଆଜି ରାଜଭବନ ଆଗରେ ବିଜେଡରି ପ୍ରତିବାଦ ସଭା କରିଛି। ବିଧାୟକ, ମନ୍ତ୍ରୀ ଓ ସାଂସଦ ଏକାଠି ହୋଇ କେନ୍ଦ୍ର ବିରୋଧରେ ବର୍ଷିଥିଲେ। ପରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ।

କୃଷି ମନ୍ତ୍ରୀ ଡା ଦାମୋଦର ରାଉତ କହିଛନ୍ତି-“ଓଡ଼ିଶାରେ ଚାଷୀଙ୍କ ପାଇଁ ଧାନର ସହାୟକ ମୂଲ୍ୟ ୮୦ ଟଙ୍କା ବୃଦ୍ଧି କରାଯାଇଛି। ଏହା ଓଡ଼ିଶାର ଅଗଣିତ ଚାଷୀଙ୍କ ପେଟକୁ ଲାତ ମାରିଲା ସଦୃଶ ହୋଇଛି।”

ବିଜେଡିର ଏମ୍‌ଏସ୍‌ପିକୁ ଟକ୍କର ଦେବା ପାଇଁ ବିଜେପି ଆଜି ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳଙ୍କ ଅଫିସରେ ଆଗରେ ବିକ୍ଷୋଭ କରିଥିଲା। ୪ ଜିଲ୍ଲାରେ ଦଳର ଆନ୍ଦୋଳନ କରିଥିଲା। ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ର ଭଳି ରାଜ୍ୟ କୃଷି ଋଣ ଛାଡ଼ ଘୋଷଣା କରିସାରିଥିବା ବେଳେ ଓଡ଼ିଶାରେ କାହିଁକି ଟାଳଟୁଳ ନୀତି ଅବଲମ୍ବନ କରାଯାଉଛି ବୋଲି ଦଳ ପ୍ରଶ୍ନ କରିଥିଲା।

Related story