ପଦ୍ମପୁର ଉପନିର୍ବାଚନ: ବିଜେଡି ଦେଲା ୩୨ ବିଧାୟକ ଓ ୧୧ ମନ୍ତ୍ରୀଙ୍କୁ ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପିରୁ ପ୍ରଦୀପ ପୁରୋହିତ ଓ କଂଗ୍ରେସରୁ ସତ୍ୟଭୂଷଣ ସାହୁ ଦଳୀୟ ପ୍ରାର୍ଥୀ ହୋଇଥିବାବେଳେ ଶାସକ ବିଜେଡି ଏପର୍ଯ୍ୟନ୍ତ ନିଜର ପ୍ରାର୍ଥୀ ଘୋଷଣା କରିପାରିନି । ଧାମନଗର ଉପନିର୍ବାଚନରେ ପରାଜୟ ବିଜେଡି ପାଇଁ ଶକ୍ତ ଧକ୍କା ହୋଇଥିବାରୁ ଦଳ ପଦ୍ମପୁର ଉପନିର୍ବାଚନ ପ୍ରାର୍ଥୀ ଚୟନ ଓ ସ୍ଥାନୀୟ ସମସ୍ୟାଗୁଡ଼ିକର ତାଳିପକା ସମାଧାନ ଦିଗରେ ବିଶେଷ ଗୁରୁତ୍ୱ ଦେଇଛି । ଅବଶ୍ୟ ପଦ୍ମପୁର ଉପନିର୍ବାଚନ ପରିଚାଳନା ପାଇଁ ନିର୍ବାଚନମଣ୍ଡଳୀର ସମସ୍ତ ୫୮ଟି ପଂଚାୟତ […]

election

election

Ordigital Desk
  • Published: Saturday, 12 November 2022
  • Updated: 12 November 2022, 10:34 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପିରୁ ପ୍ରଦୀପ ପୁରୋହିତ ଓ କଂଗ୍ରେସରୁ ସତ୍ୟଭୂଷଣ ସାହୁ ଦଳୀୟ ପ୍ରାର୍ଥୀ ହୋଇଥିବାବେଳେ ଶାସକ ବିଜେଡି ଏପର୍ଯ୍ୟନ୍ତ ନିଜର ପ୍ରାର୍ଥୀ ଘୋଷଣା କରିପାରିନି । ଧାମନଗର ଉପନିର୍ବାଚନରେ ପରାଜୟ ବିଜେଡି ପାଇଁ ଶକ୍ତ ଧକ୍କା ହୋଇଥିବାରୁ ଦଳ ପଦ୍ମପୁର ଉପନିର୍ବାଚନ ପ୍ରାର୍ଥୀ ଚୟନ ଓ ସ୍ଥାନୀୟ ସମସ୍ୟାଗୁଡ଼ିକର ତାଳିପକା ସମାଧାନ ଦିଗରେ ବିଶେଷ ଗୁରୁତ୍ୱ ଦେଇଛି । ଅବଶ୍ୟ ପଦ୍ମପୁର ଉପନିର୍ବାଚନ ପରିଚାଳନା ପାଇଁ ନିର୍ବାଚନମଣ୍ଡଳୀର ସମସ୍ତ ୫୮ଟି ପଂଚାୟତ ଓ ଏନଏସିର ୧୧ଟି ୱାର୍ଡ ଦାୟିତ୍ୱରେ ମୋଟ ୮୨ ଜଣ ନେତାଙ୍କୁ ଦାୟିତ୍ୱ ଦେଇ ସେଠାରେ ଦଳ ସପକ୍ଷରେ ପ୍ରଚାର କାର୍ଯ୍ୟକ୍ରମକୁ ଜୋରଦାର କଲାଣି । ତଥାପି ସ୍ଥାନୀୟ ସାମାଜିକ କାରଣରୁ ଦିବଂଗତ ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ପରିବାରକୁ ହେଉଥିବା ବିରୋଧ ସତ୍ତ୍ୱେ ସେହି ପରିବାରକୁ ଦଳୀୟ ଟିକେଟ୍ ଦେବା ନିମନ୍ତେ ଜିଲ୍ଲାର ବିଧାୟକ ସୁଶାନ୍ତ ସିଂଙ୍କ ଚାପ ଏବେ ବିଜେଡି ନେତୃତ୍ୱଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ପଦ୍ମପୁର ଅଂଚଳରେ ଚାଷୀଙ୍କ ସମସ୍ୟା ଓ ଜିଲ୍ଲା ମାନ୍ୟତା ଦାବି ଆନ୍ଦୋଳନକୁ ପ୍ରଶମିତ କରିବାକୁ ବିଜେଡି ଏବେ ତାଳିପକା ସମାଧାନ କରିଥିବାବେଳେ ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ନିଜର ପ୍ରାର୍ଥୀ ଘୋଷଣା କରିବ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ପଦ୍ମପୁର ଉପନିର୍ବାଚନରେ ବିଜେଡି କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ଏବେବି ସସପେନ୍ସ ଲାଗି ରହିଥିବାବେଳେ ଦଳର ବିଧାୟକ, ସାଂସଦ, ମନ୍ତ୍ରୀ ଓ ଆଗଧାଡ଼ିର ନେତାମାନେ ସେମାନଙ୍କୁ ଆବଂଟିତ ପଂଚାୟତରେ କର୍ମୀ ସମ୍ମିଳନୀ କରି ଦଳୀୟ ପ୍ରାର୍ଥୀଙ୍କ ବିଜୟ ମାର୍ଗକୁ ପ୍ରଶସ୍ତ କରୁଛନ୍ତି । ଅସନ୍ତୁଷ୍ଟ ବିଜେଡି କର୍ମୀଙ୍କୁ ମନାଇବା, ଅନ୍ୟ ଦଳର କର୍ମୀଙ୍କୁ ମିଶାଇବା ଆଦି କାର୍ଯ୍ୟ ଉପରେ ଏବେ ଏହି ନେତାମାନେ ଗୁରୁତ୍ୱ ଦେଉଛନ୍ତି।

ପଦ୍ମପୁର ନିର୍ବାଚନମଣ୍ଡଳୀ ଇନଚାର୍ଜ ଭାବେ ବରିଷ୍ଠ ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ ଓ ଦେବୀ ପ୍ରସାଦ ମିଶ୍ରଙ୍କ ସମେତ ସୁଶାନ୍ତ ସିଂଙ୍କୁ ଦାୟିତ୍ୱ ମିଳିଥିବାବେଳେ ପଦ୍ମପୁର ବ୍ଲକ ଦାୟିତ୍ୱରେ ନିରଞ୍ଜନ ପୂଜାରୀ ଓ ପ୍ରତାପ ଜେନା ରହିଛନ୍ତି । ଏହି ବ୍ଲକ  ଅଧୀନରେ ମୋଟ ୩ଟି ଜିଲ୍ଲା ପରିଷଦ ଜୋନ୍ ଥିବାବେଳେ ୧ ନମ୍ବର ଜୋନରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ୨ ନମ୍ବର ଜୋନରେ ପ୍ରତାପ ଜେନା ଓ ଦେବେଶ ଆଚାର୍ଯ୍ୟ ଏବଂ ୩ ନମ୍ବର ଜୋନରେ ସରୋଜ ମେହେରଙ୍କୁ ଦାୟିତ୍ୱ ମିଳିଛି । ପଦ୍ମପୁର ବ୍ଲକରେ ମୋଟ ୨୨ଟି ପଂଚାୟତ ଥିବାବେଳେ ୧ ନମ୍ବର ଜୋନରେ ମନ୍ତ୍ରୀ ସମୀର ରଞ୍ଜନ ଦାଶ,ରୋହିତ ପୂଜାରୀ, ପର୍ଶୁରାମ ଧଡ଼ା, ନଳିନୀକାନ୍ତ ପ୍ରଧାନ ଓ ପ୍ରଭାସ ସିଂଙ୍କୁ ବିଭିନ୍ନ ପଂଚାୟତ ଆଂବଟିତ ହୋଇଛି । ସେହିପରି ୨ ନମ୍ବର ଜୋନରେ ଦେବେଶ ଆଚାର୍ଯ୍ୟ, ସ୍ୱରୂପ ଦାଶ,ରୁଦ୍ର ମହାରଥୀ, ପ୍ରଦୀପ ମାଝୀ, ବିଜୟ ନାୟକ, ଶିଶିର ପରିଜା, ସଂଗ୍ରାମ ପାଇକରାୟ ଓ ରୋମାଂଚ ରଞ୍ଜନ ବିଶ୍ୱାଳ ପଂଚାୟତ ଦାୟିତ୍ୱରେ ରହିଛନ୍ତି । ସେହିପରି ୩ ନମ୍ବର ଜୋନରେ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ଜଗନ୍ନାଥ ସାରକା, ରମେଶ ମାଝୀ, ଦେବୀରଞ୍ଜନ ତ୍ରିପାଠୀ, ସୌଭିକ ବିଶ୍ୱାଳ ଓ ଅନୁଭବ ପଟ୍ଟନାୟକଙ୍କୁ ପଂଚାୟତ ଦାୟିତ୍ୱ ନ୍ୟସ୍ତ ହୋଇଛି।

ସେହିପରି ପାଇକମାଳ ବ୍ଲକ ଇନଚାର୍ଜ ଭାବେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ନବ ଦାସ ରହିଥିବାବେଳେ ସେମାନଙ୍କ ଅଧୀନରେ ଥିବା ସେହି ବ୍ଲକର ୩ଟି ଜିଲ୍ଲା ପରିଷଦ ଜୋନ୍ ଦାୟିତ୍ୱରେ ଯଥା- ୧ ନମ୍ବର ଜୋନ ଇନଚାର୍ଜ ଭାବେ ଅରୁଣ ସାହୁ ଓ ଟୁକୁନି ସାହୁ, ୨ ନମ୍ବର ଜୋନରେ ସ୍ନେହାଙ୍ଗିନୀ ଛୁରିଆ ଓ ୩ ନମ୍ବର ଜୋନରେ ଦିବ୍ୟଶଙ୍କର ମିଶ୍ର ରହିଛନ୍ତି । ଏହି ୩ ଜୋନରେ ମୋଟ ୨୨ଟି ପଂଚାୟତ ଥିବାବେଳେ  ୧ ନମ୍ବର ଜୋନ୍ ଅନ୍ତର୍ଗତ ବିଭିନ୍ନ ପଂଚାୟତ ଦାୟିତ୍ୱରେ ଅବନୀ ସାହୁ,ପ୍ରଶାନ୍ତ ବେହେରା, ବ୍ରଜ ପ୍ରଧାନ, ଲତିକା ପ୍ରଧାନ, ଅମରେଶ ପତ୍ରୀ, ଶୈଳେଶ ଦାନୀ ଓ ବିଷ୍ଣୁ କେଡ଼ିଆ ଥିବାବେଳେ ୨ ନମ୍ବର ଜୋନର ପଂଚାୟତ ଦାୟିତ୍ୱରେ ପ୍ରଶାନ୍ତ ମୁଦୁଲି, ମୁକେଶ ପାଲ, ମହୀଧର ରଣା,ବିକ୍ରମ ପଣ୍ଡା, ଯୋଗେଶ ସିଂ, ଚିନ୍ମୟ ସାହୁ ଓ ଦୀପନ ପତି ଅଛନ୍ତି । ସେହିପରି ୩ ନମ୍ବର ଜୋନରେ ଉମାକାନ୍ତ ସାମନ୍ତରାୟ, ଜଗନ୍ନାଥ ନାଏକ,ରମେଶ ବେହେରା, ମନୋହର ରନ୍ଧାରୀ , ସୁଶାନ୍ତ ରାଉତ, ଜନ୍ମେଜୟ ଲେଙ୍କା, ଦେବାଶୀଷ ମାରାଣ୍ଡି ଓ ଦେବାଶୀଷ ମହାନ୍ତି ଅଛନ୍ତି।

ସେହିପରି ଝାରବନ୍ଧ ବ୍ଲକ ଇନଚାର୍ଜ ଭାବେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଓ ପ୍ରତାପ ଦେବ ଅଛନ୍ତି । ଏହି ବ୍ଲକର ୨ଟି ଜୋନ୍ ଦାୟିତ୍ୱରେ ରାଜେନ୍ଦ୍ର ଢ଼ୋଲକିଆ ଓ ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ଦାୟିତ୍ୱ ମିଳିଥିବାବେଳେ ଏହାର ଏକ ନମ୍ବର ଜୋନ୍ ଦାୟିତ୍ୱରେ ଚନ୍ଦ୍ରସାରଥୀ ବେହେରା, ପ୍ରଦୀପ ଦିଶାରୀ, ଶାରଦା ନାୟକ, ମନୋଜ ମିଶ୍ର, ଈଶ୍ୱର ପାଣିଗ୍ରାହୀ, ସୁଧୀର ଦାସ ଏବଂ ୨ ନମ୍ବର ଜୋନରେ ସୁଶାନ୍ତ ବେହେରା, ରାଜେନ୍ଦ୍ର ସାହୁ, କିଶୋର ନାୟକ, ବିଭୂତି ବଳବନ୍ତରାୟ ଓ କୁନ ବିହାରୀ ଦାସଙ୍କୁ ପଂଚାୟତ ଦାୟିତ୍ୱ ମିଳିଛି।

ସେହିପରି ପଦ୍ମପୁର ଏନଏସି ଇନଚାର୍ଜ ଭାବେ ବିଧାୟକ ସୁଧୀର ସାମଲ ଓ ସୌଭାଗ୍ୟ ନାୟକ ରହିଥିବାବେଳେ ମୋଟ ୧୧ଟି ୱାର୍ଡ ଦାୟିତ୍ୱରେ କଳିକେଶ ସିଂହଦେଓ,ପ୍ରଭାତାଦିତ୍ୟ ମିଶ୍ର,ଏସ କେ ନିଜାମୁଦ୍ଦିନଙ୍କୁ ଦାୟିତ୍ୱ ଦିଆଯାଇଛି।

ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଲା, ଧାମନଗର ଉପନିର୍ବାଚନ ସହ ଜଡ଼ିତ ନେତାମାନଙ୍କୁ ପଦ୍ମପୁର ଉପନିର୍ବାଚନରେ ଦାୟିତ୍ୱ ମିଳିନି । ବିଶେଷକରି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଖାସ୍ ଅନୁଗତମାନଙ୍କୁ ଏହି ଉପନିର୍ବାଚନରୁ ଦୂରେଇ ରଖାଯାଇଛି । ବିଧାୟକ ପ୍ରଣବ ବଳବନ୍ତରାୟ, ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ, ବିଧାୟକ ସଞ୍ଜିବ ମଲ୍ଲିକ ଓ ଅନ୍ୟ ତୋଷାମଦକାରୀଙ୍କୁ ପଦ୍ମପୁର ଉପନିର୍ବାଚନରେ କୌଣସି ଦାୟିତ୍ୱ ଦିଆଯାଇନି । ପ୍ରଣବ ପ୍ରକାଶଙ୍କୁ ମଧ୍ୟ ପଦ୍ମପୁର ଉପନିର୍ବାଚନ ପାଇଁ ଯେତିକି ଦାୟିିତ୍ୱ ଦିଆଯାଉଛି, ସେତିକି ମଧ୍ୟରେ ନିଜକୁ ସୀମିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି । ଧାମନଗର ଉପନିର୍ବାଚନରେ ନିୟୋଜିତ ଥିବା ଯୁବ ଓ ଛାତ୍ର ବିଜେଡି ନେତାମାନେ ପ୍ରଚାର କମ୍ ନେତାଗିରି ବେଶୀ ଦେଖାଇବା ଦଳ ପାଇଁ ମହଙ୍ଗା ପଡ଼ିଥିବାରୁ ସେମାନଙ୍କୁ ମଧ୍ୟ ପଦ୍ମପୁର ଉପନିର୍ବାଚନ ପ୍ରକ୍ରିୟାରୁ ଦୂରେଇ ରଖାଯାଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଖାସ୍ ଅନୁଗତ ଭଟଲି ବିଧାୟକ ସୁଶାନ୍ତ ସିଂ ଏବେ ଦିବଂଗତ ବିଧାୟକ ସ୍ୱର୍ଗତ ବରିହାଙ୍କ ପତ୍ନୀ କିମ୍ବା ତାଙ୍କ ପରିବାରର କାହାରିକୁ ପ୍ରାର୍ଥୀ କରିବା ଜିଦରେ ଅଟଳ ରହିଛନ୍ତି ।  କିନ୍ତୁ ଦଳ ପକ୍ଷରୁ ଗ୍ରାଉଣ୍ଡ(ପଂଚାୟତଗୁଡ଼ିକ)ରେ ନିୟୋଜିତ ହୋଇଥିବା ବିଜେଡିର ଆଗଧାଡ଼ିର ପ୍ରାୟ ଅଧିକାଂଶ ପୁରୁଖା ନେତା ସ୍ଥାନୀୟ ସାମାଜିକ ସମସ୍ୟା କାରଣରୁ ବରିହା ପରିବାର ପ୍ରତି ରହିଥିବା ରୋଷ ସମ୍ପର୍କରେ ବିଜେଡି ନେତୃତ୍ୱଙ୍କୁ ଅବଗତ କରିିଥିବାବେଳେ ଜିଲ୍ଲା ପ୍ରଶାସନର ଗୁଇନ୍ଦା ରିପୋର୍ଟ ମଧ୍ୟ ଅନୁରୂପ ମତ ଦେଇଛି । ତେବେ ପ୍ରାର୍ଥୀ ଚୟନରେ ସୁଶାନ୍ତ ସିଂଙ୍କ ବିଶୃଙ୍ଖଳା କାରଣରୁ ବିଜେଡି ନେତୃତ୍ୱ ଅତ୍ୟଧିକ ସତର୍କତା ଅବଲମ୍ବନ କରିଛନ୍ତି ଓ ଯେଉଁଥିପାଇଁ ଦଳୀୟ ପ୍ରାର୍ଥୀ ଘୋଷଣାରେ ବିଳମ୍ବ ହେଉଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos