ପହଣ୍ଡି ଶେଷ; ରଥାରୂଢ଼ ହେଲେ ଚତୁର୍ଦ୍ଧା ମୂର୍ତ୍ତି

ପୁରୀ (ଓଡ଼ିଶା ରିପୋର୍ଟର): ମହାପ୍ରଭୁ ଶ୍ରୀଜଗନ୍ନାଥ ଆଜି ତାଙ୍କ ଭାଇ, ଭଉଣୀଙ୍କ ସହିତ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିବେ। ଏଥିପାଇଁ ସେମାନେ ରଥାରୂଢ଼ ହୋଇ ସାରିଛନ୍ତି। ଦିନ ୧୨ଟା ବେଳେ ପହଣ୍ଡି ପାଇଁ ସମୟ ଧାର୍ଯ୍ୟ ହୋଇଥିବା ବେଳେ ଏହାର ଅଧାଘଣ୍ଟା ପୂର୍ବରୁ ପହଣ୍ଡି ଶେଷ ହେବା ସହ ଚତୁର୍ଦ୍ଧା ମୂର୍ତ୍ତି ରଥାରୂଢ଼ ହୋଇଛନ୍ତି। ସକାଳ ପ୍ରାୟ ୯ଟା ୧୫ ବେଳକୁ ପହଣ୍ଡି ଆରମ୍ଭ ହୋଇଯାଇଛି। ନିୟମ ଅନୁଯାୟୀ, ପ୍ରଥମେ ପ୍ରଭୁ ଶ୍ରୀସୁଦର୍ଶନଙ୍କୁ ପହଣ୍ଡିରେ ଅଣାଯାଇଥିଲା। ଏହା […]

jagannath

jagannath

Jitendra Garnayak
  • Published: Friday, 12 July 2019
  • Updated: 12 July 2019, 11:42 AM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର): ମହାପ୍ରଭୁ ଶ୍ରୀଜଗନ୍ନାଥ ଆଜି ତାଙ୍କ ଭାଇ, ଭଉଣୀଙ୍କ ସହିତ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିବେ। ଏଥିପାଇଁ ସେମାନେ ରଥାରୂଢ଼ ହୋଇ ସାରିଛନ୍ତି।

ଦିନ ୧୨ଟା ବେଳେ ପହଣ୍ଡି ପାଇଁ ସମୟ ଧାର୍ଯ୍ୟ ହୋଇଥିବା ବେଳେ ଏହାର ଅଧାଘଣ୍ଟା ପୂର୍ବରୁ ପହଣ୍ଡି ଶେଷ ହେବା ସହ ଚତୁର୍ଦ୍ଧା ମୂର୍ତ୍ତି ରଥାରୂଢ଼ ହୋଇଛନ୍ତି। ସକାଳ ପ୍ରାୟ ୯ଟା ୧୫ ବେଳକୁ ପହଣ୍ଡି ଆରମ୍ଭ ହୋଇଯାଇଛି।

ନିୟମ ଅନୁଯାୟୀ, ପ୍ରଥମେ ପ୍ରଭୁ ଶ୍ରୀସୁଦର୍ଶନଙ୍କୁ ପହଣ୍ଡିରେ ଅଣାଯାଇଥିଲା। ଏହା ପରେ ମହାପ୍ରଭୁ ଶ୍ରୀବଳଭଦ୍ର, ମା’ ସୁଭଦ୍ର ଓ ଶେଷରେ କାଳିଆ ଠାକୁର ପହଣ୍ଡିରେ ଆସି ରଥାରୂଢ଼ ହୋଇଥିଲେ।

ଗୁଣ୍ଡିଚା ଯାତ୍ରା ବା ଘୋଷଯାତ୍ରା ଦିନ ଯେମିତି ସବୁ ନୀତିକାନ୍ତି ଶୀଘ୍ର ଶୀଘ୍ର ସମାପ୍ତ ହୋଇଥିଲା, ଆଜି ବି ସେମିତି ସବୁ କିଛି ସଅଳ ଚାଲିଛି।

ଶ୍ରୀଜିଉଙ୍କ ସେନାପଟା ଲାଗି, ମଙ୍ଗଳ ଆଳତି, ମଇଲମ, ତଡ଼ପ ଲାଗି, ଅବକାଶ ନୀତି ଓ ଖେଚୁଡ଼ି ଭୋଗ ଆଦି ନିର୍ଦ୍ଧାରିତ ସମୟଠାରୁ ସଅଳ ଶେଷ ହେବା ପରେ ପହଣ୍ଡି ଆରମ୍ଭ କରାଯାଇଥିଲା।

ଘୋଷଯାତ୍ରା ଦିନ ଅପରାହ୍ଣ ୪ଟାରେ ରଥ ଟଣା ଆରମ୍ଭ ହେବ ବୋଲି କୁହାଯାଇଥିଲେ ହେଁ, ଏହାର ଯଥେଷ୍ଟ ପୂର୍ବରୁ ଅପରାହ୍ଣ ୨ଟା ୧୫ରେ ରଥଟଣା ଆରମ୍ଭ ହୋଇଯାଇଥିଲା। ଆଜି ବି ସେମିତି କିଛି ହେବ ବୋଲି ଆଶା କରାଯାଉଛି।

ମହାପ୍ରଭୁଙ୍କ ଦର୍ଶନ ପାଇଁ ଶରଧାବାଲିରେ ପ୍ରବଳ ଜନସମାଗମ ହୋଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos