ପହିଲି ଭୋଗ ନୀତି ନିର୍ଘଣ୍ଟ କଲା ଶ୍ରୀମନ୍ଦିର ପ୍ରଶାସନ

ପୁରୀ (ଓଡ଼ିଶା ରିପୋର୍ଟର): ଧନୁ ସଂକ୍ରାନ୍ତିଠାରୁ ଏକ ମାସ ଧରି ଶ୍ରୀମନ୍ଦିରରେ ପହିଲି ଭୋଗ ନୀତି ଅନୁଷ୍ଠିତ ହେବ। ଶ୍ରୀଜୀଉଙ୍କୁ ଲାଗି ହେବ ବିରି, ଗହମ, ଘୃତପାକରେ ପ୍ରସ୍ତୁତ ୩୨ ପ୍ରକାର ପିଠା। ବିଶେଷ କରି ଅମ୍ୱାଲୁ, ମଣ୍ଡା, ଆରିଷା, କାକରା, ଚଢ଼େଇନଦା, ବଡ଼ ଝିଲି ଆଦି ଅନେକ ବ୍ୟଞ୍ଜନ ଶ୍ରୀଜୀଉଙ୍କ ପାଖରେ ଭୋଗ ଲଗିବ। ସୂର୍ଯ୍ୟ ଉଦୟ ପୂର୍ବରୁ ଏହି ସମସ୍ତ ନୀତିକାନ୍ତି ସମ୍ପାଦନ କରାଯିବାର ବିଧି ରହିଛି। ଏହାକୁ କିଭଳି ଶୃଙ୍ଖଳିତ କରାଯିବ ଏବଂ […]

pahili-bhoga-in-puri

Rakesh Mallick
  • Published: Saturday, 02 December 2017
  • , Updated: 02 December 2017, 10:38 PM IST

ପୁରୀ (ଓଡ଼ିଶା ରିପୋର୍ଟର): ଧନୁ ସଂକ୍ରାନ୍ତିଠାରୁ ଏକ ମାସ ଧରି ଶ୍ରୀମନ୍ଦିରରେ ପହିଲି ଭୋଗ ନୀତି ଅନୁଷ୍ଠିତ ହେବ। ଶ୍ରୀଜୀଉଙ୍କୁ ଲାଗି ହେବ ବିରି, ଗହମ, ଘୃତପାକରେ ପ୍ରସ୍ତୁତ ୩୨ ପ୍ରକାର ପିଠା। ବିଶେଷ କରି ଅମ୍ୱାଲୁ, ମଣ୍ଡା, ଆରିଷା, କାକରା, ଚଢ଼େଇନଦା, ବଡ଼ ଝିଲି ଆଦି ଅନେକ ବ୍ୟଞ୍ଜନ ଶ୍ରୀଜୀଉଙ୍କ ପାଖରେ ଭୋଗ ଲଗିବ। ସୂର୍ଯ୍ୟ ଉଦୟ ପୂର୍ବରୁ ଏହି ସମସ୍ତ ନୀତିକାନ୍ତି ସମ୍ପାଦନ କରାଯିବାର ବିଧି ରହିଛି। ଏହାକୁ କିଭଳି ଶୃଙ୍ଖଳିତ କରାଯିବ ଏବଂ ଭକ୍ତମାନେ ଦର୍ଶନ ସଠିକ ଭାବେ କରିପାରିବେ, ତାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଛତିଶା ନିଯୋଗର ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ, ଏସ୍‌ପି ସାର୍ଥକ ଷଡ଼ଙ୍ଗୀଙ୍କ ସମେତ ବିଭିନ୍ନ ନିଯୋଗର ସେବାୟତମାନେ ଯୋଗଦେଇଥିଲେ। ଏଥିରେ ପୌଷ ମାସର ପହିଲି ଭୋଗ ନୀତିକାନ୍ତି ନିର୍ଘଣ୍ଟ କରାଯିବା ସହ ଦିବା ପହୁଡ଼ କିଭଳି କରାଯିବ ସେନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ଏହାଛଡ଼ା ଧନୁ ସଂକ୍ରାନ୍ତି, ପୌଷ ପୂର୍ଣ୍ଣିମା ଆଦି ସ୍ୱତନ୍ତ୍ର ପର୍ବ ଦିବସରେ ଜଗମୋହନ ମରାମତି ବନ୍ଦ ରହିବ ବୋଲି ନିଷ୍ପତ୍ତି ରହିଛି।

ସେହିପରି ଜଗମୋହନର ସୌନ୍ଦର୍ଯ୍ୟକରଣ ଏବଂ ବେହରଣ ଦ୍ୱାର କାର୍ଯ୍ୟ ଶେଷ କରିବା ପରେ ନାଟମଣ୍ଡପ କାର୍ଯ୍ୟ କରାଯିବ। ବିଶେଷ କରି ନାଟମଣ୍ଡପର ଡ୍ରଇଂ, ଡିଜାଇନ୍‌ କେତେଦିନରେ କାର୍ଯ୍ୟ ଶେଷ କରାଯିବ ତାର ଆକ୍ସନ ପ୍ଲାନ୍‌ ଡିପୋଜିଟ୍‌ କରିବା ପାଇଁ ଏଏସ୍‌ଆଇକୁ କୁହାଯିବ। ପରବର୍ତ୍ତୀ ସମୟରେ ଛତିଶାନିଯୋଗର ନିଷ୍ପତ୍ତିକୁ ନେଇ ନାଟମଣ୍ଡପ କାର୍ଯ୍ୟ କରାଯିବ।

Related story