ଆରୋଗ୍ୟ ସେତୁ ଆପ୍‌ ଡାଉନଲୋଡ଼ କରୁଛନ୍ତି କି ? ଜାଣନ୍ତୁ ଅସଲି-ନକଲି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆରୋଗ୍ୟ ସେତୁ ସଂପର୍କରେ କମିଶନରେଟ୍ ପୁଲିସର ସତର୍କତା। ଆରୋଗ୍ୟ ସେତୁ ରାସ୍ତାରେ ପାକିସ୍ତାନୀ ସାଇବର ଅପରାଧୀମାନେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଚୋରାଉଛନ୍ତି ବୋଲି କମିଶନରେଟ୍ ପୁଲିସ କହିଛି । ହ୍ୱାଟ୍‌ସ୍‌ଆପ ଓ ଏସ୍ଏମଏଏସ୍‌ରେ ଏହି ଆରୋଗ୍ୟ ସେତୁ ଡାଉନଲୋଡ୍ କରିବାକୁ ଲିଙ୍କ ଆସୁଛି । ହେଲେ ଏସ୍ଏମ୍ଏସ୍ କି ହ୍ୱାଟ୍‌ସଆପରେ ଆସୁଥିବା ଲିଙ୍କ ପ୍ରକୃତ ଆରୋଗ୍ୟ ସେତୁ ଆପ୍‌ର ଲିଙ୍କ ନୁହଁ । ଏହା ପାକିସ୍ତାନୀ ଅପରାଧୀଙ୍କ ଦ୍ୱାରା ପ୍ରସ୍ତୁତ ଚାଟ୍ ମି ଆପ୍‌ର ଲିଙ୍କ। […]

Pakistan

Tapas Behera
  • Published: Wednesday, 06 May 2020
  • , Updated: 06 May 2020, 05:09 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆରୋଗ୍ୟ ସେତୁ ସଂପର୍କରେ କମିଶନରେଟ୍ ପୁଲିସର ସତର୍କତା। ଆରୋଗ୍ୟ ସେତୁ ରାସ୍ତାରେ ପାକିସ୍ତାନୀ ସାଇବର ଅପରାଧୀମାନେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଚୋରାଉଛନ୍ତି ବୋଲି କମିଶନରେଟ୍ ପୁଲିସ କହିଛି । ହ୍ୱାଟ୍‌ସ୍‌ଆପ ଓ ଏସ୍ଏମଏଏସ୍‌ରେ ଏହି ଆରୋଗ୍ୟ ସେତୁ ଡାଉନଲୋଡ୍ କରିବାକୁ ଲିଙ୍କ ଆସୁଛି । ହେଲେ ଏସ୍ଏମ୍ଏସ୍ କି ହ୍ୱାଟ୍‌ସଆପରେ ଆସୁଥିବା ଲିଙ୍କ ପ୍ରକୃତ ଆରୋଗ୍ୟ ସେତୁ ଆପ୍‌ର ଲିଙ୍କ ନୁହଁ । ଏହା ପାକିସ୍ତାନୀ ଅପରାଧୀଙ୍କ ଦ୍ୱାରା ପ୍ରସ୍ତୁତ ଚାଟ୍ ମି ଆପ୍‌ର ଲିଙ୍କ।

ଯଦି ହ୍ୱାଟ୍‌ସଆପ୍‌ ଓ ଏସ୍ଏମଏସ୍‌ରେ ଆସିଥିବା ଲିଙ୍କରୁ କେହି ଆରୋଗ୍ୟ ସେତୁ ଡାଉନଲୋଡ୍ କରିଛନ୍ତି, ତାହା ଅନ-ଇନ୍‌ଷ୍ଟଲ କରିବା ସହ ଫ୍ୟା୍ରି ରିସେଟ୍ କରିବାକୁ କମିଶନରେଟ୍ ପୁଲିସ ପରାମର୍ଶ ଦେଇଛି । ପ୍ରକୃତ ଆରୋଗ୍ୟ ସେତୁ ପାଇଁ ଗୁଗୁଲ ପ୍ଲେ ଷ୍ଟୋର କିମ୍ବା ଆପଲ ଆପ୍ ଷ୍ଟୋରରୁ ଡାଉନଲୋଡ୍ କରିବାକୁ କମିଶନରେଟ୍ ପୁଲିସ କହିଛି । ସୂଚନା ଅନୁଯାୟୀ, ସରକାରୀ ହେଉ କିମ୍ବା ବେସରକାରୀ କର୍ମଚାରୀ, ସମସ୍ତଙ୍କ ପାଇଁ ଆରୋଗ୍ୟ ସେତୁ ଆପ୍‌ ବାଧ୍ୟତାମୂଳକ କରାଯାଇଛି ଏହି ଆପ ଦ୍ୱାରା ଟ୍ରାକିଂ କରି କରୋନା ରୋଗୀଙ୍କ ସମ୍ପର୍କରେ ଜଣାପଡ଼ିବ।

Related story