ମହାପ୍ରଭୁଙ୍କ ବଡ଼ସିଂହାର ଭୋଗରେ ହୋଇଥାଏ ଦହି ପଖାଳ

ପୁରୀ (ଓଡ଼ିଶା ରିପୋର୍ଟର): ମାର୍ଚ୍ଚ ୨୦ ତାରିଖକୁ ପ୍ରତି ଓଡ଼ିଆ ପାଳୁଛି ବିଶ୍ୱ ପଖାଳ ଦିବସ। ଗତ କିଛି ବର୍ଷ ହେଲା ଏହି ଦିବସ ପାଳିତ ହୋଇଆସୁଛି। ହେଲେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାଖରେ ପ୍ରତିଦିନ ଲାଗି ହୋଇଥାଏ ଦହି ପଖାଳ। କାରଣ ମାନବୀୟ ଉପଚାରର ଦେବତା ହେଉଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ। ଭୋଜନ ପ୍ରିୟ ଠାକୁରଙ୍କ ବଡ଼ସିଂହାର ଭୋଗରେ ଦହି ପଖାଳ ଭୋଗ ହୋଇଥାଏ। ଶ୍ରୀମନ୍ଦିରରେ ବିଭିନ୍ନ ପ୍ରକାର ପଖାଳ ଶ୍ରୀଜୀଉଙ୍କ ସମ୍ମୁଖରେ ଭୋଗ ଲଗାଇଯାଇଥାଏ। ଯେମିତି […]

Puri Temple

Manoranjan Sial
  • Published: Sunday, 20 March 2022
  • , Updated: 20 March 2022, 06:48 PM IST

ପୁରୀ (ଓଡ଼ିଶା ରିପୋର୍ଟର): ମାର୍ଚ୍ଚ ୨୦ ତାରିଖକୁ ପ୍ରତି ଓଡ଼ିଆ ପାଳୁଛି ବିଶ୍ୱ ପଖାଳ ଦିବସ। ଗତ କିଛି ବର୍ଷ ହେଲା ଏହି ଦିବସ ପାଳିତ ହୋଇଆସୁଛି। ହେଲେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାଖରେ ପ୍ରତିଦିନ ଲାଗି ହୋଇଥାଏ ଦହି ପଖାଳ। କାରଣ ମାନବୀୟ ଉପଚାରର ଦେବତା ହେଉଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ। ଭୋଜନ ପ୍ରିୟ ଠାକୁରଙ୍କ ବଡ଼ସିଂହାର ଭୋଗରେ ଦହି ପଖାଳ ଭୋଗ ହୋଇଥାଏ।

ଶ୍ରୀମନ୍ଦିରରେ ବିଭିନ୍ନ ପ୍ରକାର ପଖାଳ ଶ୍ରୀଜୀଉଙ୍କ ସମ୍ମୁଖରେ ଭୋଗ ଲଗାଇଯାଇଥାଏ। ଯେମିତି ମଲ୍ଲି ଫୁଲିଆ ପଖାଳ, ଟଭା ପଖାଳ, ସୁବାସିତ ପଖାଳ, ଚିପୁଡା ପଖାଳ, ଦହି ପଖାଳ। ମହାପ୍ରଭୁ ପ୍ରତିଦିନ ବଡ଼ସିଂହାର ଭୋଗରେ ଦହିପଖାଳ ଭୋଜନ କରି ରାତ୍ର ଶୟନରେ ଯାଇଥାନ୍ତି ବୋଲି କହିଛନ୍ତି ବରିଷ୍ଠ ସେବାୟତ ଡାକ୍ତର ଶରତ ମହାନ୍ତି।

ସେପଟେ କୋଭିଡ୍‌ କଟକଣା ହଟିବା ପରେ ଏବେ ପ୍ରତି ରବିବାର ଭକ୍ତଙ୍କ ଲାଗି ମନ୍ଦିର ଖୋଲିଛି। ଦୂରଦୂରାନ୍ତରୁ ଆସିଥିବା ଭକ୍ତମାନେ ଶୃଙ୍ଖଳିତ ଭାବେ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଦୋଳପୂର୍ଣ୍ଣିମା ଦିନ ଯେଭଳି ପ୍ରବଳ ଗହଳି ଯୋଗୁ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା, ସେଥିପାଇଁ ପ୍ରଶାସନ ଦର୍ଶନ ବ୍ୟବସ୍ଥାରେ କିଛି ସୁଧାର ଆଣିଛନ୍ତି। ଆଜି ବ୍ୟାରିକେଡକୁ ମରଚିକୋଟଛକ ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯାଇଛି। ଧାଡିରେ ପାନୀୟଜଳ ବ୍ୟବସ୍ଥା, ଥଣ୍ଡା ପାଣି ସିଞ୍ଚନ ସହ ସିଂହଦ୍ଵାର ସମ୍ମୁଖ ଦଳାଚକଟା ସ୍ଥଳକୁ ମଧ୍ୟ ବ୍ୟବସ୍ଥିତ କରାଯାଇଛି।

Related story