ଶ୍ରୀମନ୍ଦିରରେ ପାକିସ୍ତାନୀ ତୀର୍ଥଯାତ୍ରୀ

Ordigital Desk
  • Published: Saturday, 29 July 2017
  • , Updated: 29 July 2017, 10:07 PM IST
<p>ପୁରୀ: ଜଗତର ନାଥ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ପାଇଁ ସୁଦୂର ପାକିସ୍ତାନରୁ ଶ୍ରୀକ୍ଷେତ୍ର ଛୁଟି ଆସିଛନ୍ତି ୯୪ ଜଣିଆ ହିନ୍ଦୁ ତୀର୍ଥଯାତ୍ରୀ ଦଳ। ଏମାନେ ସମସ୍ତେ ପାକିସ୍ତାନ ସିନ୍ଧ ପ୍ରଦେଶ ବାସିନ୍ଦା। ଜୀବନରେ ପ୍ରଥମ ଥର ପାଇଁ ଜଗନ୍ନାଥ ଧାମରେ ପାଦ ଦେବା ସହ ଶ୍ରୀଜିଉଙ୍କୁ ଦର୍ଶନ କରି ଧନ୍ୟ ମଣିଥିବା କହିଛନ୍ତି ଏହି ତୀର୍ଥଯାତ୍ରୀ।</p> <p>ଏଥିସହ ପୁରୀ ଗୋବର୍ଦ୍ଧନପୀଠ ଯାଇ ହିନ୍ଦୁ ଧର୍ମର ଧର୍ମଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ମଧ୍ୟ ଦର୍ଶନ କରିଛନ୍ତି।</p> <p>ଏଭଳି ତୀର୍ଥଯାତ୍ରା ଭାରତ ଓ ପାକିସ୍ତାନକୁ ପୁଣିଥରେ ଗୋଟିଏ ସୂତ୍ରରେ ବାନ୍ଧିପାରିବ। ଅଖଣ୍ଡ ଭାରତ ପାଇଁ ଗୁଳିଗୋଳା ନୁହେଁ ସନାତନ ଧର୍ମର ବୈଦିକ ସିଦ୍ଧାନ୍ତର ଆବଶ୍ୟକତା ରହିଛି ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି।</p>

Related story