ଦୁଇ ଟ୍ରକ୍ ମଝିରେ ଚାପି ହୋଇଗଲା ବୋଲେରୋ; ୨ ମୃତ, ୨ ଗୁରୁତର

ଦେବଗଡ଼: ଦେବଗଡ଼ ଜିଲ୍ଲା ଗୋଳାବନ୍ଧ ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ସୁନ୍ଦରଗଡ଼ ଜିଲ୍ଲା ବଣାଇ ଫରେଷ୍ଟ ଡିଭିଜନର ରେଞ୍ଜର ଦେବଦତ୍ତ ନନ୍ଦଙ୍କ ପତ୍ନୀ ପୁଷ୍ପାଞ୍ଜଳି ଓ ଗାଡ଼ି ଡ୍ରାଇଭର। ଦେବଦତ୍ତ ଓ ତାଙ୍କ ଝିଅଙ୍କୁ ପାଲଲହଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦେବଦତ୍ତ ପରିବାର ସହ ପାଳଲହଡ଼ାରୁ ଦେବଗଡ଼ ଯାଉଥିବା ବେଳେ ସେମାନଙ୍କ ବୋଲେରୋ ଦୁଇଟି ଟ୍ରକ୍‌ ମଝିରେ ଚାପି ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ପତ୍ନୀ […]

deogarh

Rakesh Mallick
  • Published: Sunday, 23 April 2017
  • , Updated: 23 April 2017, 10:35 AM IST

ଦେବଗଡ଼: ଦେବଗଡ଼ ଜିଲ୍ଲା ଗୋଳାବନ୍ଧ ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ସୁନ୍ଦରଗଡ଼ ଜିଲ୍ଲା ବଣାଇ ଫରେଷ୍ଟ ଡିଭିଜନର ରେଞ୍ଜର ଦେବଦତ୍ତ ନନ୍ଦଙ୍କ ପତ୍ନୀ ପୁଷ୍ପାଞ୍ଜଳି ଓ ଗାଡ଼ି ଡ୍ରାଇଭର।

ଦେବଦତ୍ତ ଓ ତାଙ୍କ ଝିଅଙ୍କୁ ପାଲଲହଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଦେବଦତ୍ତ ପରିବାର ସହ ପାଳଲହଡ଼ାରୁ ଦେବଗଡ଼ ଯାଉଥିବା ବେଳେ ସେମାନଙ୍କ ବୋଲେରୋ ଦୁଇଟି ଟ୍ରକ୍‌ ମଝିରେ ଚାପି ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ପତ୍ନୀ ଓ ଡ୍ରାଇଭରଙ୍କର ମୃତ୍ୟୁ ହୋଇଯାଇଥିଲା।

ଏହି ଦୁର୍ଘଟଣା ପରେ ଗୋଳାବନ୍ଧ ଛକରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଥିଲା।

Related story