ଜଳଛତ୍ର ଖୋଲିବାକୁ କହି ଖାଇଗଲେ, ବିଡିଓଙ୍କ ପାଖରେ ଗୁହାରୀ କଲେ ଦୃଷ୍ଟିବାଧିତ

ମୋହନା (ମିହିର ଜତି): କାହାକୁ ଛାଡ଼ିଲେନି। ଦୁନିଆକୁ ଦେଖିପାରୁନଥିବା ଦୃଷ୍ଟିବାଧିତଙ୍କୁ ମଧ୍ୟ ଛାଡ଼ିଲେନି। ଜଳଛତ୍ର ଖୋଲିବାକୁ କହି ଠକିଦେଲେ।ଦେଲେନି ୩ ମାସ ବକେୟା ଅର୍ଥ। ଦୃଷ୍ଟିବାଧିତ ଦୁର୍ଯ୍ୟୋଧନ ବିଷୋୟୀଙ୍କ ବକେୟା ଅର୍ଥ ଖାଇଗଲେ ପଞ୍ଚାୟତ କର୍ତ୍ତୃପକ୍ଷ। ଆଜି ଏପରି ଅଭିଯୋଗ ଆସିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଅଞ୍ଚଳରୁ। ମୋହନା ବ୍ଲକ୍‌ ମାଣ୍ଡିମେରା ଗାଁର ଦୁର୍ଯ୍ୟୋଧନ ବିଷୋୟୀ ଜଣେ ଦୃଷ୍ଟି ବାଧିତ ବ୍ୟକ୍ତି। ପରିବାର କହିଲେ ପତ୍ନୀ ରଚନା, ଦୁଇ ପୁଅ-ଝିଅ ଓ ବାପା-ମାଆ। ଦୁର୍ଯ୍ୟୋଧନ ଦିବ୍ୟାଙ୍ଗ ହୋଇଥିବାରୁ […]

Mohana

Mohana

Manoranjan Sial
  • Published: Friday, 30 September 2022
  • Updated: 30 September 2022, 06:18 PM IST

Sports

Latest News

ମୋହନା (ମିହିର ଜତି): କାହାକୁ ଛାଡ଼ିଲେନି। ଦୁନିଆକୁ ଦେଖିପାରୁନଥିବା ଦୃଷ୍ଟିବାଧିତଙ୍କୁ ମଧ୍ୟ ଛାଡ଼ିଲେନି। ଜଳଛତ୍ର ଖୋଲିବାକୁ କହି ଠକିଦେଲେ।ଦେଲେନି ୩ ମାସ ବକେୟା ଅର୍ଥ। ଦୃଷ୍ଟିବାଧିତ ଦୁର୍ଯ୍ୟୋଧନ ବିଷୋୟୀଙ୍କ ବକେୟା ଅର୍ଥ ଖାଇଗଲେ ପଞ୍ଚାୟତ କର୍ତ୍ତୃପକ୍ଷ। ଆଜି ଏପରି ଅଭିଯୋଗ ଆସିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଅଞ୍ଚଳରୁ।

ମୋହନା ବ୍ଲକ୍‌ ମାଣ୍ଡିମେରା ଗାଁର ଦୁର୍ଯ୍ୟୋଧନ ବିଷୋୟୀ ଜଣେ ଦୃଷ୍ଟି ବାଧିତ ବ୍ୟକ୍ତି। ପରିବାର କହିଲେ ପତ୍ନୀ ରଚନା, ଦୁଇ ପୁଅ-ଝିଅ ଓ ବାପା-ମାଆ। ଦୁର୍ଯ୍ୟୋଧନ ଦିବ୍ୟାଙ୍ଗ ହୋଇଥିବାରୁ କାମଦାମ କରିପାରୁ ନାହାନ୍ତି। ସରକାରଙ୍କ ତରୁଫରୁ ମିଳୁଥିବା ଦିବ୍ୟାଙ୍ଗ ଭତ୍ତା ଛଡ଼ା ଅନ୍ୟ କିଛି ଉପାର୍ଜନର ପନ୍ଥା ନାହିଁ। ସେଥିରେ ୬ ପ୍ରାଣୀ କୁଟୁମ୍ୱଙ୍କ ମୁହଁରେ ଦାନା ଦେବା କଷ୍ଟକର ହେଉଥିଲା। ତେଣୁ ଘରର ଚାରି କାନ୍ଥ ଭିତରୁ ଗୋଡ଼ କାଢ଼ିଲେ ପତ୍ନୀ ରଚନା। କୁଲି ମଜୁରୀ ଲାଗି ଯାହା ଉପାର୍ଜନ କରୁଥିଲେ, ସେଥିରେ ଦୁଃଖକଷ୍ଟେ ଚଳୁଥିଲେ ପୂରା ପରିବାର।

ଦୁର୍ଯ୍ୟୋଧନଙ୍କୁ ସହାୟତା ଯୋଗାଇବା ପାଇଁ ପଞ୍ଚାୟତ କର୍ତ୍ତୃପକ୍ଷ ଜଳଛତ୍ର ଖୋଲିବାକୁ ଅନୁମତି ଦେଇଥିଲେ। ଏପରିକି ପଞ୍ଚାୟତ ତରଫରୁ ମାଟି ମାଠିଆ ମଧ୍ୟ ଯୋଗାଇ ଦିଆଯାଇଥିଲା। ଏଥିପାଇଁ ତାଙ୍କୁ ଦୈନିକ ୨୦୦ ଟଙ୍କା ମିଳିବ ବୋଲି କୁହାଯାଇଥିଲା। ଏହା ପରେ ଦୁର୍ଯ୍ୟୋଧନ ଜଳଛତ୍ର ଖୋଲି ପଥଚାରୀଙ୍କୁ ପାନୀୟ ଜଳ ଯୋଗାଇଲେ। ଏପ୍ରିଲ, ମେ ଓ ଜୁନ୍‌ ୩ ମାସ ଧରି ପଥଚାରୀଙ୍କୁ ପିଇବା ପାଣି ଯୋଗାଇଲେ। ହେଲେ ମିଳିଲାନି ମଜୁରୀ। ଦିନକୁ ୨୦୦ ଟଙ୍କା ହିସାବରେ ୩ ମାସକୁ ୧୮୦୦୦ ଟଙ୍କା ହେଉଥିଲେ ମଧ୍ୟ କାଟ୍‌ଛାଟ୍‌ କରି ପଞ୍ଚାୟତ କର୍ତ୍ତୃପକ୍ଷ୧୨୦୦୦ ଟଙ୍କା ଦେବାର କଥା।

ହେଲେ କଥାଦେଇ ଠକିଦେଲେ ପଞ୍ଚାୟତ କର୍ତ୍ତୃପକ୍ଷ। ଦୁର୍ଯ୍ୟୋଧନଙ୍କ ବକେୟା ମଜୁରୀ ଦେଲେ ନାହିଁ। ମଜୁରୀ ପାଇବା ପାଇଁ ବାରମ୍ୱାର ପଞ୍ଚାୟତ ଅଫିସ୍‌ରୁ ସରପଞ୍ଚଙ୍କ ଘରକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେ। ଆଜି ପର୍ଯ୍ୟନ୍ତ ମିଳିଲାନି ବକେୟା ଅର୍ଥ। ସବୁଆଡୁ ନିରାଶ ହେବା ପରେ ଦୁର୍ଯ୍ୟୋଧନ, ତାଙ୍କ ପତ୍ନୀ ଓ ଦୁଇ ପିଲାଙ୍କୁ ଧରି ବିଡିଓଙ୍କ ପାଖରେ ଗୁହାରୀ କରିବା ପାଇଁ ମୋହନା ବ୍ଲକ ଅଫିସ୍‌ ଆସିଥିଲେ।

ବିଡିଓ ମାଡାମ ନଥିବାରୁ ଅତିରିକ୍ତ ବିଡିଓଙ୍କୁ ଭେଟି ଗୁହାରୀ କରିଥିଲେ ଦୁର୍ଯ୍ୟୋଧନ। ଅତିରିକ୍ତ ବିଡିଓ ସବୁ କଥା ଶୁଣିବା ପରେ ବକେୟା ଟଙ୍କା ଦେବା ପାଇଁ ବ୍ୟବସ୍ଥା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହାଛଡ଼ା ଆବସ ଯୋଜନାରେ ଘର ଯୋଗାଇ ଦିଆଯିବ ବୋଲି ଅତିରିକ୍ତ ବିଡିଓ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story