ହଟ୍ଟଗୋଳ ଭିତରେ ପଂଚାୟତିରାଜ ବିଭାଗର ଖର୍ଚ୍ଚଦାବି ଗୃହୀତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପରୀ ହତ୍ୟା ମାମଲାରେ କୃଷିମନ୍ତ୍ରୀଙ୍କ ବରଖାସ୍ତ ଦାବିରେ ଗୃହରେ ବିରୋଧୀ ବିଜେପି ସଦସ୍ୟମାନେ ହଟ୍ଟଗୋଳ ଜାରି ରଖିବା ମଧ୍ୟରେ ପଂଚାୟତିରାଜ ବିଭାଗର ଖର୍ଚ୍ଚଦାବି ଗୃହୀତ ହୋଇଛି। ଆସନ୍ତାକାଲି ବ୍ୟୟମଞ୍ଜୁରୀ ବିଲ୍ ଗୃହୀତ ହେବାର ଥିବାରୁ ଆଜି ଅନ୍ୟ ସବୁ ବିଭାଗର ଖର୍ଚ୍ଚଦାବି ମଧ୍ୟ ଗିଲୋଟିନ୍ ମାଧ୍ୟମରେ ଗୃହୀତ ହୋଇଛି। ଆଜି ପୂର୍ବାହ୍ନ ସାଢ଼େ ୧୦ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ପରୀ ହତ୍ୟା ପ୍ରସଙ୍ଗକୁ ନେଇ କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଓ ସିବିଆଇ […]

odisha-assamble-1-750x430

odisha-assamble-1-750x430

Manoranjan Sial
  • Published: Saturday, 28 November 2020
  • Updated: 28 November 2020, 07:32 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପରୀ ହତ୍ୟା ମାମଲାରେ କୃଷିମନ୍ତ୍ରୀଙ୍କ ବରଖାସ୍ତ ଦାବିରେ ଗୃହରେ ବିରୋଧୀ ବିଜେପି ସଦସ୍ୟମାନେ ହଟ୍ଟଗୋଳ ଜାରି ରଖିବା ମଧ୍ୟରେ ପଂଚାୟତିରାଜ ବିଭାଗର ଖର୍ଚ୍ଚଦାବି ଗୃହୀତ ହୋଇଛି। ଆସନ୍ତାକାଲି ବ୍ୟୟମଞ୍ଜୁରୀ ବିଲ୍ ଗୃହୀତ ହେବାର ଥିବାରୁ ଆଜି ଅନ୍ୟ ସବୁ ବିଭାଗର ଖର୍ଚ୍ଚଦାବି ମଧ୍ୟ ଗିଲୋଟିନ୍ ମାଧ୍ୟମରେ ଗୃହୀତ ହୋଇଛି।

ଆଜି ପୂର୍ବାହ୍ନ ସାଢ଼େ ୧୦ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ପରୀ ହତ୍ୟା ପ୍ରସଙ୍ଗକୁ ନେଇ କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଓ ସିବିଆଇ ତଦନ୍ତ ଦାବିରେ ବିଜେପି ସଦସ୍ୟମାନେ ହଟ୍ଟଗୋଳ କରିଥିଲେ। ପ୍ରଥମାର୍ଦ୍ଧରେ ବିଜେପି ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁ ଗୃହରେ ଅଚଳାବସ୍ଥା ଲାଗି ରହିଥିଲା। ଯଦିଓ କୋର୍ଟଙ୍କ ପରିଚାଳନାରେ ଏସଆଇଟି ଏହି ମାମଲାର ତଦନ୍ତ କରିବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ୍ ଗୃହକୁ ସୂଚନା ଦେଇଥିଲେ। ଅପରାହ୍ନ ୩ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବାପରେ ବିଜେପି ସଦସ୍ୟମାନେ ଅନୁରୂପ ଭାବେ ହଟ୍ଟଗୋଳ କରିବାରୁ ଦୁଇଟି ପର୍ଯ୍ୟାୟରେ ୩୦ମିନିଟ୍ ଓ ୧୩ମିନିଟ୍ ଗୃହ ମୁଲତବୀ ରହିଥିଲା। ତେବେ ସାଢ଼େ ୪ଟା ମଧ୍ୟରେ ଗିଲୋଟିନରେୁ ବିଭାଗଗୁଡ଼ିକର ଖର୍ଚ୍ଚଦାବି ଗୃହୀତ କରିବା ପାଇଁ ସମୟ ନିର୍ଘଣ୍ଟ ହୋଇଥିବାରୁ ପଂଚାୟତିରାଜ ବିଭାଗର ଖର୍ଚ୍ଚଦାବି ଉପରେ ଆଲୋଚନା ହୋଇଥିଲା। ବିଜେପି ସଦସ୍ୟଙ୍କ ହଟ୍ଟଗୋଳ, ବାଚସ୍ପତିଙ୍କ ପୋଡ଼ିୟମ ଆଗରେ ଲାଗିଥିବା ଗ୍ଲାସ ଭଙ୍ଗା ମଧ୍ୟରେ ପଂଚାୟତିରାଜ ବିଭାଗର ଖର୍ଚ୍ଚଦାବି ଗୃହୀତ ହୋଇଥିଲା। କଂଗ୍ରେସ ସଦସ୍ୟମାନେ ଆଜି ବିରୋଧ ନକରି ଗୃହ କାର୍ଯ୍ୟରେ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା।

ପଂଚାୟତିରାଜ ବିଭାଗର ଖର୍ଚ୍ଚଦାବି ଉପରେ ଆଲୋଚନାରେ ଭାଗ ନେଇ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ ଯେ ୨୦୨୦-୨୧ ଆର୍ଥିକ ବର୍ଷରେ ବିଭାଗର ସାମଗ୍ରିକ ବ୍ୟୟ ଅଟକଳ ମୋଟ ୧୮,୧୦୫.୮୪କୋଟି ଟଙ୍କା ରଖାଯାଇଛି। ଚଳିତ ଆର୍ଥିକ ବର୍ଷର ଅତିରିକ୍ତ ବଜେଟକୁ ପରିବର୍ଦ୍ଧିତ କରିବା ପାଇଁ ୨୨୫୨.୮୪କୋଟି ଟଙ୍କାର ଅତିରିକ୍ତ ବଜେଟ ରହିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ) ଓ ବିଜୁ ପକ୍କାଘର ଯୋଜନାରେ ୨୦୨୦-୨୧ରେ ମୋଟ ୬,୮୯,୯୯୦ଟି ପକ୍କାଘର ନିର୍ମାଣ ପାଇଁ ୩୯୬୨କୋଟି ଟଙ୍କାର ବଜେଟ ବ୍ୟବସ୍ଥା ହୋଇଛି।

ଏବେସୁଦ୍ଧା ୨ଲକ୍ଷ ୧୫ହଜାର ଗୃହ ନିର୍ମାଣ ସରିଛି। ସେହିପରି ମନରେଗା ଯୋଜନାରେ ଅତିରିକ୍ତ ବଜେଟରେ ୭୦୦କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ଜାତୀୟ ଗ୍ରାମୀଣ ଜୀବିକା ମିଶନରେ ୮.୯୧କୋଟି ଟଙ୍କା, ଆମ ଗାଁ ଆମ ବିକାଶ ଯୋଜନାରେ ୧୮.୪୦କୋଟି ଟଙ୍କାର ବ୍ୟବସ୍ଥା ହୋଇଛି। ହଟ୍ଟଗୋଳ ମଧ୍ୟରେ ପଂଚାୟତିରାଜ ବିଭାଗର ଖର୍ଚ୍ଚଦାବି ଗୃହୀତ ହେବାପରେ ଅନ୍ୟ ସମସ୍ତ ବିଭାଗର ଖର୍ଚ୍ଚଦାବି ଗିଲୋଟିନ୍ ମାଧ୍ୟମରେ ଗୃହୀତ ହୋଇଥିଲା। ଏହାପରେ ବାଚସ୍ପତି ଗୃହକୁ ଆସନ୍ତାକାଲି ପୂର୍ବାହ୍ନ ସାଢ଼େ ୧୦ଟା ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story