ଆଜିଠୁ ପଞ୍ଚୁକ; ମନ୍ଦିର ମନା, ଘରେ ପୂଜାର୍ଚ୍ଚନା କରିବେ ହବିଷ୍ୟାଳି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠୁ ଆରମ୍ଭ ହେଉଛି ପବିତ୍ର କାର୍ତ୍ତିକ ମାସର ପଞ୍ଚୁକ । ଏଥର ପଞ୍ଚୁକ ୬ ଦିନ ପାଳନ କରାଯିବ । କରୋନା କଟକଣା ଯୋଗୁଁ ରାଜ୍ୟର ସମସ୍ତ ମନ୍ଦିର ବନ୍ଦ ରହିଛି । ତେଣୁ କାର୍ତ୍ତିକ ହବିଷ୍ୟାଳୀ ଓ ପଞ୍ଚୁକ ପାଳନ କରୁଥିବା ଲୋକେ ଘରେ ରହି ପୂଜାର୍ଚ୍ଚନା କରିବେ । ସେହିପରି ପୁରୀକୁ ହବିଷ୍ୟାଳୀଙ୍କୁ ଆସିବାକୁ ବାରଣ କରାଯାଇଥିବା ଯୋଗୁଁ ଏଥର ପୂର୍ବ ଭଳି କୌଣସି ବ୍ୟବସ୍ଥା ହୋଇନି । ପଞ୍ଚୁକର ପ୍ରଥମ […]

kartik

Niharika Rout
  • Published: Wednesday, 25 November 2020
  • , Updated: 25 November 2020, 07:45 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠୁ ଆରମ୍ଭ ହେଉଛି ପବିତ୍ର କାର୍ତ୍ତିକ ମାସର ପଞ୍ଚୁକ । ଏଥର ପଞ୍ଚୁକ ୬ ଦିନ ପାଳନ କରାଯିବ । କରୋନା କଟକଣା ଯୋଗୁଁ ରାଜ୍ୟର ସମସ୍ତ ମନ୍ଦିର ବନ୍ଦ ରହିଛି । ତେଣୁ କାର୍ତ୍ତିକ ହବିଷ୍ୟାଳୀ ଓ ପଞ୍ଚୁକ ପାଳନ କରୁଥିବା ଲୋକେ ଘରେ ରହି ପୂଜାର୍ଚ୍ଚନା କରିବେ । ସେହିପରି ପୁରୀକୁ ହବିଷ୍ୟାଳୀଙ୍କୁ ଆସିବାକୁ ବାରଣ କରାଯାଇଥିବା ଯୋଗୁଁ ଏଥର ପୂର୍ବ ଭଳି କୌଣସି ବ୍ୟବସ୍ଥା ହୋଇନି ।

ପଞ୍ଚୁକର ପ୍ରଥମ ଦିନ ଶ୍ରୀମନ୍ଦିରରେ ମହାପ୍ରଭୁ ଲକ୍ଷ୍ମୀ ନାରାୟଣ ବେଶରେ ବିଭୂଷିତ ହୋଇଥାନ୍ତି । ଅବକାଶ ନୀତି ଶେଷ ହେବା ପରେ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇଥାନ୍ତି । ଶ୍ରୀ ବଳଭଦ୍ର ହଳ ମୂଶଳ ଧରିଥିବା ବେଳେ ଶ୍ରୀଜଗନ୍ନାଥ ଶଙ୍ଖଚକ୍ର ପରିଧାନ କରିଥାନ୍ତି ।

ସୂଚନାଯୋଗ୍ୟ, କରୋନା ମହାମାରୀ ଯୋଗୁ  କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସା ଉପରେ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର।  ଗାଇଡ୍‌ଲାଇନ୍ ଅନୁସାରେ ୩୦ ତାରିଖ ପୂର୍ଣ୍ଣିମା ଦିନ ନଦୀ ଘାଟରେ ଗହଳି, ଗାଧୋଇବା ଓ ଡଙ୍ଗା ଭସାକୁ ବାରଣ କରାଯାଇଛି।

ପ୍ରତି ବର୍ଷ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଆରମ୍ଭ ହେଉଥିବା ପ୍ରସିଦ୍ଧ ବାଲିଯାତ୍ରା ମଧ୍ୟ ଚଳିତ ବର୍ଷ ବନ୍ଦ କରାଯାଇଛି। ଏହି କଟକଣା ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ନିର୍ଦ୍ଦେଶାନାମା ଜାରି କରିଛନ୍ତି।

Related story