ଜେଲ୍ ଗଲେ ପଣ୍ଡା ଇନଫ୍ରା ପ୍ରୋଜେକ୍ଟ ମାଲିକ
- Published: Saturday, 05 May 2018
- , Updated: 05 May 2018, 07:47 AM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜେଲ ଗଲେ ପଣ୍ଡା ଇନଫ୍ରା ପ୍ରୋଜେକ୍ଟ ମାଲିକ ପ୍ରତାପ କିଶୋର ପଣ୍ଡା। ଗତକାଲି ବିଳମ୍ବିତ ରାତିରେ ପ୍ରତାପଙ୍କୁ ଝାରପଡ଼ା ଜେଲରେ ଛାଡ଼ିଛି କମିଶନରେଟ୍ ପୋଲିସ।</p>
<p>ବମିଖାଲ ଓଭର ବ୍ରିଜ୍ ଭୁଶୁଡ଼ିବା ଘଟଣାରେ କମିଶନରେଟ୍ ପୋଲିସ ପଣ୍ଡା ଇନଫ୍ରା ପ୍ରୋଜେକ୍ଟ ମାଲିକ ପ୍ରତାପ କିଶୋର ପଣ୍ଡାଙ୍କୁ ଗିରଫ କରିଥିଲା। ଗିରଫ ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ପ୍ରଥମେ ଭୁବନେଶ୍ୱର କ୍ୟାପିଟାଲ ଓ ପରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରିଥିଲା। SCBରେ ୪ଟି ବିଭାଗରେ ଚିକିତ୍ସା ପରେ ପ୍ରତାପଙ୍କୁ ବେଡ୍ ଆଡମିଶନର ଆବଶ୍ୟକତା ନଥିବା ଦର୍ଶାଇଥିଲେ ଡାକ୍ତର। ତେଣୁ ପୋଲିସ ତାଙ୍କୁ ମେଡିକାଲରୁ ସିଧା ଝାରପଡ଼ା ଜେଲକୁ ଆଣିଥିଲା।</p>
<p>ଦୁର୍ଘଟଣା ପଛରେ ଆଉ କିଛି ସରକାରୀ ଅଧିକାରୀ ଏବଂ ନିର୍ମାଣକାରୀ ସଂସ୍ଥାର କର୍ମଚାରୀଙ୍କ ଅବହେଳାକୁ ଦାୟୀ କରାଯାଉଥିବାରୁ ଘଟଣାରେ ଆଉ କିଛି ଲୋକଙ୍କୁ ଗିରଫ କରାଯାଇପାରେ ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି।</p>