ସର୍ଭିସ୍ ରୁଲ୍‌କୁ ବି ଫୁ କରି ଉଡ଼େଇ ଦେଇଛନ୍ତି ପାଣ୍ଡିଆନ: ତାଙ୍କର ବା କିଏ କ’ଣ କରିବ?

Ordigital Desk
  • Published: Saturday, 13 January 2018
  • , Updated: 13 January 2018, 08:58 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଇଂରାଜୀରେ କଥାଟିଏ ଅଛି, ଯାହାର ଓଡ଼ିଆ ଭାବାର୍ଥ ହେଲା- ଯେଉଁଠି ଅଧିକ କ୍ଷମତା ଠୁଳ ହୁଏ, ସେଠି ଦୁର୍ନୀତି ପହଞ୍ଚିବାର ଆଶଙ୍କା ଥାଏ। କ୍ୱଚିତ ବ୍ୟକ୍ତି ଅଛନ୍ତି ଯେଉଁମାନେ ଅଧିକ କ୍ଷମତାଶାଳୀ ହୋଇ ମଧ୍ୟ ନିଜକୁ ପ୍ରାଚୁର୍ଯ୍ୟଠାରୁ ଦୂରେଇ ରଖିପାରନ୍ତି। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ। ସଚିବାଳୟ ହେଉ ବା ନବୀନ ନିବାସ, ସବୁଠି ସେ ଥାଆନ୍ତି ନବୀନଙ୍କ ସହ। ସିଧା ଭାଷାରେ କହିଲେ, ଉଭୟ ପ୍ରଶାସନିକ ଓ ବିଜେଡି ରାଜନୀତିରେ ସେ ପାଲଟିଛନ୍ତି ଏକ ସମାନ୍ତରାଳ କ୍ଷମତା କେନ୍ଦ୍ର। କିନ୍ତୁ ଏ ସବୁ ଭିତରେ, ପ୍ରଶାସନିକ ସେବା ପ୍ରତି ତାଙ୍କର ରହିଥିବା ତାଙ୍କ ବିଶ୍ୱସନୀୟତା ଉପରେ ଏବେ ପ୍ରଶ୍ନ ଉଠିଛି। ପୂରା ଘଟଣାଟି ପଢ଼ନ୍ତୁ।</p> <p>୨୦୧୧ ମେ&rsquo; ୨ ତାରିଖରେ ଭି.କାର୍ତ୍ତିକେୟନ ପାଣ୍ଡିଆନ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ପାଇଥିଲେ। ତା&rsquo; ପରଠାରୁ ସେ କୌଣସି ତାଲିମ ପାଇଁ ଯାଇ ନାହାଁନ୍ତି। ନିୟମ ଅନୁସାରେ ସବୁ ଆଇଏଏସ୍ ଅଫିସରଙ୍କ ପାଇଁ, ଚାକିରି କରିବାର ୧୦ରୁ ୧୬ ବର୍ଷ ଭିତରେ ଦୁଇ ସପ୍ତାହ ପ୍ରଶିକ୍ଷଣ ବାଧ୍ୟତାମୂଳକ। କିନ୍ତୁ ପାଣ୍ଡିୟାନ ବାବୁଙ୍କ ପାଇଁ ତାହା ସାତଖୁଣ ମାଫ୍। ସେ କୌଣସି ତାଲିମ୍&zwnj; ପାଇଁ ଯାଇନାହାଁନ୍ତି। ୨୦୦୦ ମସିହା ବ୍ୟାଚର ଏହି ଆଇଏଏସ୍ ଅଫିସରଙ୍କର କେନ୍ଦ୍ର ଡେପୁଟେସନ ଲାଗି ଆବଶ୍ୟକ ତାଲିକାରେ ନାଁ ହିଁ ନାହିଁ। ଏପରିକି ୨୦୧୭ ଜୁନ୍&zwnj; ସୁଦ୍ଧା ମିଡ୍ କ୍ୟାରିୟର୍ ଟ୍ରେନିଂ ନକଲେ ଏମ୍ପାନେଲ୍&zwnj;ମେଣ୍ଟ ନହେବାର ଶେଷ ସୁଯୋଗକୁ ବି ଫାଙ୍କି ଦେଇଛନ୍ତି ପାଣ୍ଡିଆନ। ଏଥିରୁ ଜଣାପଡୁଛି ଥାର୍ଡ ଫ୍ଲୋର୍ ମୋହରେ ପାଣ୍ଡିଆନ ସର୍ବଭାରତୀୟ ସେବାର ଜରୁରୀ ନିୟମକୁ ମଧ୍ୟ ଫୁ କରି ଉଡ଼େଇ ଦେଇଛନ୍ତି।</p> <p>ଗତ ସେପ୍ଟେମ୍ବର ମାସରେ ୨୦୦୦ ମସିହା ବ୍ୟାଚର ଏମ୍ପାନେଲ ଆଇଏଏସ୍ ଅଫିସରଙ୍କ ତାଲିକା ପ୍ରକାଶ ପାଇଥିଲା। ଯେଉଁଥିରେ ପାଣ୍ଡିୟାନଙ୍କ ନାଁ ହିଁ ନଥିଲା। କିନ୍ତୁ ତାଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନଙ୍କ ନାଁ ରହିଛି। ଏଠି ପ୍ରଶ୍ନ ଉଠୁଛି, ଏମ୍ପାନେଲ ହେବା ପାଇଁ ଏକ୍ପପର୍ଟ ପ୍ୟାନେଲ୍ ଯେଉଁ ମାପକାଠି ସବୁ ଦେଖନ୍ତି, ସେଥିରେ ପାଣ୍ଡିୟାନ୍ ଫେଲ୍ ମାରିଛନ୍ତି କି? ଏମ୍ପାନେଲ୍ ହେବା ପାଇଁ ଅଫିସରଙ୍କ ପ୍ରତି ଥିବା ଧାରଣା, କେଉଁ ଦାୟିତ୍ୱ ନିର୍ବାହ କରିଛନ୍ତି, କେଉଁଭଳି ଅନୁଭୂତି ହାସଲ କରିଛନ୍ତି, ତାଙ୍କ ନାଁରେ ଭିଜିଲାନ୍ସ ମାମଲା ରହିଛି କି, ଏସବୁକୁ ନଜର କରି ଏମ୍ପାନେଲମେଣ୍ଟ ପାଇଁ ସୁପାରିଶ କରାଯାଇଥାଏ। ସେ ଦୃଷ୍ଟିରୁ ଏମ୍ପାନେଲ୍ ହେବା ଜଣେ ସର୍ବଭାରତୀୟ ଅଫିସରଙ୍କ ଲାଗି ମର୍ଯ୍ୟାଦାଜନକ ବୋଲି ବିବେଚନା କରା ଯାଇଥାଏ। ତେବେ ଏସବୁ ଭିତରେ ପାଣ୍ଡିୟାନଙ୍କର କେଉଁ ଦିଗଟି ଅଭାବ ରହିଛି, ଯେଉଁଥିପାଇଁ ସେ ତାଲିକାଭୁକ୍ତ ହୋଇପାରି ନାହାଁନ୍ତି। ଯାହାକି ସର୍ବଭାରତୀୟ ପ୍ରଶାସନିକ ସେବା ପ୍ରତି ତାଙ୍କର ରହିଥିବା ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠିଛି?</p> <p>ଏ ସଂପର୍କରେ କୌଣସି ପ୍ରତିକ୍ରିୟା ଦେବାକୁ ମଧ୍ୟ ଫାଣ୍ଡିଆନ ମହାଶୟ ଜରୁରି ମନେକରି ନାହାଁନ୍ତି। ତାଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ବି ସେ ଆଦୌ ଧରାଛୁଆଁ ଦେଉନାହାଁନ୍ତି। ତାଙ୍କର କିଛି ଅନୁଗତ ଅଧସ୍ତନ ତାଙ୍କ ପାଇଁ ସୁରକ୍ଷା ବଳୟ ତିଆରି କରି, ଯୋଜନାବଦ୍ଧ ଭାବରେ ଗଣମାଧ୍ୟମକୁ ପ୍ରତିରୋଧ କରାଯାଇଥିବାର ଦେଖିବାକୁ ମିଳିଥିଲା।</p>

Related story