ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)ଚର୍ଚ୍ଚିତ ଆଇଏଏସ୍ ଅଫିସର ଭି. କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ମିଳିଲା ନୂଆ ଦାୟିତ୍ୱ। ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଥିବା ପାଣ୍ଡିଆନଙ୍କୁ ମିଳିଛି ଅତିରିକ୍ତ ଦାୟିତ୍ୱ।
ଏବେ ମୁଖ୍ୟମନ୍ତ୍ରୀଙ୍କ 5T ସଚିବ ଭାବେ ନିଯୁକ୍ତି ପାଇଛନ୍ତି ପାଣ୍ଡିଆନ୍। ୨୦୦୦ ବ୍ୟାଚ୍ର ଏହି ଆଇଏସ୍ ଅଫିସର ବିଭିନ୍ନ ବିଭାଗର ଦାୟିତ୍ୱ ତୁଲାଇବା ପରେ ୨୦୧୧ରୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ପାଇଥିଲେ।
ରାଜ୍ୟରେ ସୁଶାସନ ପାଇଁ ୫ ଟି କ୍ଷେତ୍ର ଯଥା ସାମୂହିକ ବା ସମ୍ମିଳିତ ପ୍ରୟାସଗତ କାର୍ଯ୍ୟ(ଟିମ୍ ୱାର୍କ), ସ୍ୱଚ୍ଛତା(ଟ୍ରାନ୍ସପାରେନ୍ସି), ବୈଷୟିକ ଜ୍ଞାନକୌଶଳ(ଟେକ୍ନୋଲୋଜି), ରୂପାନ୍ତରଣ (ଟ୍ରାନ୍ସଫରମେସନ୍) ଏବଂ ସମୟ(ଟାଇମ୍)କୁ ଆଧାର କରି ନାଗରିକ କୈନ୍ଦ୍ରିକ ସେବା ପ୍ରଦାନ ଦିଗରେ ସରକାର ଗୁରୁତ୍ୱ ଦେଇଛନ୍ତି। ଏବେ ଏସବୁର ତଦାରଖ କରିବେ ଶ୍ରୀ ପାଣ୍ଡିଆନ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ବିଧାୟକ ଥିଲେ, ସର୍କିଟ୍ ହାଉସ୍ରେ ଜଳିଗଲା ଦୁଇ ଗାଡ଼ି
ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିଲେ ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକ। କାର୍ଯ୍ୟକ୍ରମ ପରେ ସେ ଫୁଲବାଣୀ ସର୍କିଟ୍ ହାଉସ୍ରେ ରାତ୍ରୀ ଯାପନ କରିଥିଲେ। ସର୍କିଟ୍ ହାଉସ୍ କ୍ୟାମ୍ପସରେ ନିଜର ଇନୋଭା ଗାଡ଼ି ରଖି ବିଶ୍ରାମ ନେଇଥିଲେ।
Politics
ମୁହଁ ଖୋଲିଲେ ବିଜେଡି ନେତ୍ରୀ ପୁଷ୍ପାଞ୍ଜଳି; କହିଲେ- ମୁଁ ଯଦି ନିଜ ରକ୍ଷା କରିପାରିନଥାନ୍ତି, ତାହାହେଲେ ମୋ’ ଶାଢୀ ଖୋଲି ଯାଇଥାଆନ୍ତା
ଶଙ୍ଖ ଭବନରେ ଘଟିଥିବର ମାଡ଼ ଘଟଣାକୁ ନେଇ ଭୁବନେଶ୍ୱର ଜୋନ ମହିଳା ବିଜେଡି କାର୍ଯ୍ୟକାରୀ ସଭାନେତ୍ରୀ ପୁଷ୍ପାଞ୍ଜଳି ରଣା କହିଛନ୍ତି, ମୁଁ ଆଗେ ପ୍ରଥମେ ମାଡ଼ ମାରିନି। ଯାହା ଭିଡ଼ିଓରେ ଦେଖାଯାଉଛି, ତାହା ପୂର୍ବରୁ ନିଶ୍ଚିତ କିଛି ଘଟିଥିବ। ଗତ ୨୦ ବର୍ଷ ହେଲା ଜଣେ ମହିଳା ଯଦି ପାଟି ଫିଟାଇନଥିଲା, ଆଜି କାହିଁକି ଫିଟାଇଲା?
Accident
ବିଲ ମଝିରେ ଜଳିଗଲେ ଚାଷୀ
ବିଜୁଳି ବିଭାଗର ଖାମ ଖିଆଲି ନୀତି ପାଇଁ ପ୍ରମୋଦଙ୍କ ଜୀବନ ଯାଇଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି।
Crime
ARIଙ୍କୁ ବାନ୍ଧିଲା ଭିଜିଲାନ୍ସ
ଗତକାଲି ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ARI ସୁରେନ୍ଦ୍ର କୁମାରଙ୍କ ଘର ସମେତ ୮ଟି ସ୍ଥାନରେ ଏକକାଳୀନ ଚଢାଉ କରାଯାଇଥିଲା।
Crime
ଧୂର୍ତ୍ତ ASI: ଗ୍ରାମରକ୍ଷୀଙ୍କୁ ଫସାଇ ଭିଜିଲାନ୍ସ ପଞ୍ଝାରୁ ମାରିଲେ ଚମ୍ପଟ
ଭିଜିଲାନ୍ସ ଗ୍ରାମରକ୍ଷୀ ଶ୍ରୀମୁଖ ବାଗଙ୍କୁ ଅଟକ ରଖିବା ସହ ASIଙ୍କୁ ଖୋଜୁଛି ଭିଜିଲାନ୍ସ।