ପାଣ୍ଡିଆନ୍‌ ସାର୍! କ୍ୟାମେରାକୁ ଏତେ ଡରୁଛନ୍ତି କାହିଁକି?

ଭୁବନେଶ୍ୱର (ଅମରେଶ ବିଶ୍ୱାଳ): ସମୟ ସକାଳ ଦଶଟା। ସ୍ଥାନ, ରାଜ୍ୟ ସଚିବାଳୟ ବିଲ୍‌ଡିଂ ସାମ୍ନା, ଯେଉଁଠି ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ମନ୍ତ୍ରୀ ଓ ସଚିବଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଗାଡ଼ି ଲାଗେ। ବାବୁମାନେ ସେଇଠୁ ଗାଡ଼ିରୁ ଓହ୍ଲେଇ କାର୍ଯ୍ୟାଳୟ ଭିତରକୁ ଯାଆନ୍ତି। ତେଣୁ ସାର୍ ମାନଙ୍କ ପ୍ରତିକ୍ରିୟା ନେବାକୁ ସାମ୍ବାଦିକ ବନ୍ଧୁମାନେ ସେଇଠି ଜଗି ବସିଥାନ୍ତି। ଯେହେତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ନେଇ ଓଡ଼ିଶା ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି, ତେଣୁ ସମସ୍ତେ […]

PANDIAN-2

PANDIAN-2

Ordigital Desk
  • Published: Saturday, 13 January 2018
  • Updated: 13 January 2018, 10:27 PM IST

Sports

Latest News

ଭୁବନେଶ୍ୱର (ଅମରେଶ ବିଶ୍ୱାଳ): ସମୟ ସକାଳ ଦଶଟା। ସ୍ଥାନ, ରାଜ୍ୟ ସଚିବାଳୟ ବିଲ୍‌ଡିଂ ସାମ୍ନା, ଯେଉଁଠି ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ମନ୍ତ୍ରୀ ଓ ସଚିବଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଗାଡ଼ି ଲାଗେ। ବାବୁମାନେ ସେଇଠୁ ଗାଡ଼ିରୁ ଓହ୍ଲେଇ କାର୍ଯ୍ୟାଳୟ ଭିତରକୁ ଯାଆନ୍ତି। ତେଣୁ ସାର୍ ମାନଙ୍କ ପ୍ରତିକ୍ରିୟା ନେବାକୁ ସାମ୍ବାଦିକ ବନ୍ଧୁମାନେ ସେଇଠି ଜଗି ବସିଥାନ୍ତି। ଯେହେତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ନେଇ ଓଡ଼ିଶା ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି, ତେଣୁ ସମସ୍ତେ ଜଗିଥାନ୍ତି ତାଙ୍କଠାରୁ ଦୁଇପଦ ପ୍ରତିକ୍ରିୟା ନେବେ ବୋଲି। ଅନ୍ୟ ବାବୁମାନେ ସବୁ ଜଣକ ପରେ ଜଣେ ଆସି କାର୍ଯ୍ୟାଳୟ ଭିତରକୁ ଯାଉଥାନ୍ତି। କିନ୍ତୁ ବାବୁ ପାଣ୍ଡିଆନ୍‌ଙ୍କ ଦେଖା ନଥିଲା। ଅଫିସ୍ ସମୟ ଗଡ଼ି ଯାଉଥାଏ। କିନ୍ତୁ ସାର୍‌ଙ୍କର ଦେଖା ନାହିଁ। ସମସ୍ତେ ଆଶ୍ଚର୍ଯ୍ୟ! ଇଏ କେମିତିକା କଥା! ଯାହାଙ୍କ ଇଙ୍ଗିତ ବିନା ରାଜ୍ୟ ସଚିବାଳୟରେ ଡେସ୍କ ବେଞ୍ଚ୍ ଘୁଞ୍ଚିବା ମନା, ସେ ଆସୁ ନାହାଁନ୍ତି କେମିତି?

ୟା ଭିତରେ ତୃତୀୟ ମହଲାର କିଛି କିଛି ତୃତୀୟ ଶ୍ରେଣୀୟ ଅଫିସର ଆସି ବୁଲିକି ସ୍ଥିତି ଦେଖିକି ଫେରିଲେଣି। କିଏ କିଏ ସାମ୍ବାଦିକ ଭାଇମାନଙ୍କୁ ପଚାରୁଥାନ୍ତି, କାହା ପ୍ରତିକ୍ରିୟା ନେବେ କି ଆଜ୍ଞା? କିଏ କିଏ କହିଲେ- ପାଣ୍ଡିଆନ୍ ସାର୍‌ଙ୍କୁ ଜଗିଛୁ। କିନ୍ତୁ ହଠାତ୍ ଜଣେ କିଏ କହିଲେ, ସେ ସାର୍‌ ତ ଏବେ ସଚିବାଳୟ କରିଡରରେ ଚାଲିଚାଲି ତାଙ୍କ କାର୍ଯ୍ୟାଳୟ ଭିତରକୁ ଗଲେ।

କଥାଟା ଶୁଣି ସମସ୍ତେ ତାଜୁବ ! ଇଏ କି ଆଶ୍ଚର୍ଯ୍ୟ କଥା ! ସାର୍ କୋଉବାଟେ ଖସିଗଲେ କେହି କେମିତି ଜାଣିପାରିଲେ ନାହିଁ? ଦେଖିଲା ବେଳକୁ କିଏ ଜଣେ କହିଲେ, ପାଣ୍ଡିଆନ୍ ବାବୁ ସଚିବାଳୟର ଦୁସୁରା ବାଟ ଦେଇ ହୋମ୍ ଡିପାର୍ଟମେଣ୍ଟ ଗଳିରେ ଥାର୍ଡ ଫ୍ଲୋର୍‌ରେ ଉଭା ହୋଇଗଲେ। ସାମ୍ବାଦିକ ଭାଇମାନେ ଭାବୁଥିଲେ, ସଚିବାଳୟକୁ ସେମାନେ ବେଶୀ ଜାଣି ଜାଣିଛନ୍ତି। କିନ୍ତୁ ସଚିବାଳୟର ତ ନିଜେ ମାଲିକ ହେଉଛନ୍ତି ପାଣ୍ଡିଆନ୍ ବାବୁ। ତେଣୁ ତାଙ୍କଠାରୁ ଅଧିକ ଗଳିଗନ୍ଦି ଓ ସଚିବାଳୟ ବ୍ୟବସ୍ଥାକୁ ବା କିଏ ଅଧିକ ଜାଣିବ। କଥାଟା ହେଲା, କିଛି ବିଜେଡି ନେତା ଓ କିଛି ବିରୋଧୀ ନେତା ପାଣ୍ଡିଆନ୍ ବାବୁଙ୍କ ନାଁରେ ସିଧାସଳଖ ଆଙ୍ଗୁଳି ଉଠାଇଲା ପରେ ଏବେ ସାର୍ କ୍ୟାମେରାକୁ ଲୁଚୁଛନ୍ତି। କୌଣସି ପ୍ରତିକ୍ରିୟା ଦେବାକୁ ଚାହୁଁ ନାହାଁନ୍ତି। କି ତାଙ୍କ ଫଟୋ କ୍ୟାମେରାରେ କ୍ୟାପ୍‌ଚର ହେଇଯାଉ ତାହା ସେ ଚାହାଁନ୍ତି ନାହିଁ। ଏହା ଖୁବ୍ ଭଲ କଥା। ତାଙ୍କ ବ୍ୟକ୍ତିଗତ ଆଦବ କାଏଦାରେ ମୁଣ୍ଡ ପୂରେଇବାର ଅଧିକାର କାହାର ନାହିଁ। କିନ୍ତୁ ଅଭିଯୋଗର ତ ଜବାବ ଦେବାକୁ ହିଁ ପଡ଼ିବ। ଦେଇଦେଲେ ଭଲ। କଥା ରଫାଦଫା ହୋଇଯାଆନ୍ତା।

ଆମେ ଶୁଣିଛୁ, ପାଣ୍ଡିଆନ୍ ବାବୁ କାଳେ କେତେବେଳେ କେଉଁଠିକି ଯିବେ, କେଉଁ ବେଶରେ ଯିବେ, କାହିଁକି ଯିବେ, ତାହା କାହାକୁ ଜଣା ନଥାଏ। ମଝିରେ କିଏ ଜଣେ କହିଲେ, ସାର୍ ଆଜି ମହାରାଜା ଫିଲ୍ମ ହଲ୍‌କୁ ଫିଲ୍ମ ଦେଖିବାକୁ ଯାଇଥିଲେ। ଆମେ କହିଲୁ, ଯିବା ଉଚିତ୍। ଏତେ ଦାୟିତ୍ୱ ଭିତରେ ମନ ଟିକିଏ ମନୋରଂଜନ କରିବାକୁ ଚାହିଁବ କି ନାହିଁ। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବରେ ସେ ତାଙ୍କର ସବୁକଥା ବୁଝନ୍ତି। କୋଉଠିକି ସଭାସମିତିକୁ ଗଲେ ସେଠି କଣ ହେବ, କେତେ ସମୟ ସେ ସଭା ଚାଲିବ, କିଏ କିଏ ଆସିବେ, କିଏ କିଏ ବସିବେ, କାହିଁକି ଆସିବେ, କେମିତି ଆସିବେ, ସବୁ ତୃତୀୟ ମହଲାର ଏଇ ସାର୍ ହିଁ ପୂର୍ବରୁ ସ୍କ୍ରିପ୍ଟ ତିଆରି କରିଥାନ୍ତି।

ପୂର୍ବ କଥାଟା ପୂରା ହୋଇନି। ସାମ୍ବାଦିକ ଭାଇମାନେ ନିରାଶ ହେଲାପରେ, ସମସ୍ତେ ଚାଲିଲେ ତୃତୀୟ ମହଲାକୁ। ସେଠି କାଳେ ପାଣ୍ଡିଆନ୍‌ ସାର୍‌ଙ୍କର ଜଣେ ଅଧସ୍ତନ ପଣ୍ଡା, ଜଣେ ଟିଭି ସାମ୍ବାଦିକଙ୍କୁ (ପ୍ରତିକ୍ରିୟା ନେବାକୁ ଯିଏ ବେଶୀ ହଙ୍କ ହଙ୍କ ହେଉଥିଲେ) ଭିତରକୁ ଡାକିନେଲେ। ଦେଖିଲା ବେଳକୁ ଭିତରେ ବାବୁ ପାଣ୍ଡିଆନ୍ ତ ଅଛନ୍ତି, ଜଣେ ଉଚ୍ଚପଦସ୍ଥ ପୁଲିସ୍ ଅଫିସର କୁଟ୍ଟେବାବୁ ବି ଉପସ୍ଥିତ ଅଛନ୍ତି। ତ ସାର୍ କହିଲେ ଯେ, କୋଉ ବିଷୟ ପଚାରିବାକୁ ଚାହୁଁଛ କୁହ। ମୁଁ କୌଣସି ପ୍ରତିକ୍ରିୟା ଦେବିନି। କୌଣସି ବିଷୟରେ କହିବା ଠିକ୍ ହେବନି। ତ ସାମ୍ବାଦିକ ବନ୍ଧୁ କହିଲେ, ନ କହିଲେ ନାହିଁ, କ୍ୟାମେରାରେ ଟିକେ ଭିଜୁଆଲ୍ ନେବାକୁ ହେଲେ ଅନୁମତି ଦିଅନ୍ତୁ। କିନ୍ତୁ ସେତକ ବି ହେଲାନି। ମନାକଲେ। ଏହାପରେ ସାମ୍ବାଦିକ ବନ୍ଧୁ ତାଙ୍କ କ୍ୟାମେରା ୱିମେନ୍ ସହ ଆସି ବାହାରେ ଜଗିଲେ ଟିକିଏ ଭିଜୁଆଲ୍ ନେବାକୁ। ବହୁ ସମୟ ଅପେକ୍ଷା କରିବା ପରେ ଯେତେବେଳେ ପାଣ୍ଡିଆନ ସାର୍ ପଦାକୁ ଆସିବା ଟାଇମ୍ ହେଲା, ହଠାତ୍ ବାହାରି ଆସିଲେ ପଣ୍ଡାବାବୁ। କହିଲେ, ଆଲୋ ମାଆ, ତୁ ତ କଣ କ୍ୟାମେରାମ୍ୟାନ୍‌ରୁ ରିପୋର୍ଟର ହେଇ ଯାଇଥିଲୁ, ଏବେ ପୁଣି କ’ଣ କ୍ୟାମେରା ଧରିଲୁଣି? ଏମିତି କହି ସେ ତାଙ୍କ କ୍ୟାମେରା ଆଗରେ ଏମିତି ଜାଣି ଜାଣି ଆବୋରି ରହିଲେ ଯେ, ଠିକ୍ ସେଇ ସମୟରେ ପାଣ୍ଡିଆନ୍ ସାର୍ ଚଟ୍‌ କରି ଖସିଗଲେ ଦ୍ରୁତ ବେଗରେ। ହାଁ ହାଁ କହୁ କହୁ ସାର୍ ଛୁ।

କଥାଟା ହେଲା, ସାର୍ କ୍ୟାମେରାକୁ ଆସିବାକୁ ଏମିତି ଛାନିଆ ହେଉଛନ୍ତି କାହିଁକି? ଆପଣ କ୍ୟାମେରା ପଛରେ ରହି ସବୁ କରିବେ, ଆଗକୁ ଆସିଲା ବେଳକୁ ଏତେ ଲାଜ କାହିଁକି ଯେ? ପ୍ୟାରୀବାବୁ ସବୁ ଖେଳ କରୁଥିଲେ, କିନ୍ତୁ କ୍ୟାମେରା ଆଗକୁ ଆସି ଦମ୍ ଦେଖେଇ ପଦେ ପଦେ କଡ଼ା ବାଣ ବି ଛାଡୁଥିଲେ। ଚାଣକ୍ୟ ହେବାକୁ ଇଚ୍ଛା, କିନ୍ତୁ ଉତ୍ତର ଦେବାକୁ ଅନିଚ୍ଛା !! ଖେଳଟା ଠିକ୍‌ରେ ବୁଝି ହେଉନି। ପାଣ୍ଡିଆନ୍ ସାର, ଆପଣ ଯାହା କହିବା କଥା କୁହନ୍ତୁ, ଯାହା କରିବା କଥା କରନ୍ତୁ, କିନ୍ତୁ ଗଣମାଧ୍ୟମର ଅଧିକାରରୁ ଆମକୁ ବଞ୍ଚିତ କରିପାରିବେ ନାହିଁ। ଆପଣ କଣ କରିବାକୁ ଯାଉଛନ୍ତି, ଆମ ପାଖରେ ଅଳ୍ପେ ବହୁତ ଖବର ଅଛି, ସେଥିପାଇଁ ଆମେ ପ୍ରସ୍ତୁତ ବି ଅଛୁ। ଆମର କେବଳ ଏତିକି ଇଚ୍ଛା, ଯାହା ହେବାର କଥା ଓଡ଼ିଶାବାସୀଙ୍କ ଆଗରେ ହେଉ। ବନ୍ଦେ ଉତ୍କଳ ଜନନୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story