ଜାଣିଛନ୍ତି, ବୈଜୟନ୍ତଙ୍କ ନିଲମ୍ବନ ଚିଠା ଲେଖିଥିଲେ କିଏ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ରାଜନୀତିରେ ଏବେ ସବୁଠାରୁ ଅଧିକ ଚର୍ଚ୍ଚା, କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ବିଜେଡିରୁ ନିଲମ୍ବନ ଖବରକୁ ନେଇ। ବିଜେଡି ରାଜନୀତିର ଗତ କିଛିଦିନର ଘଟଣାକ୍ରମକୁ ଅନୁଧ୍ୟାନ କରି, ରାଜନୈତିକ ପଣ୍ଡିତମାନେ ଏହିପରି ଏକ ଖବର ଆସିବ ବୋଲି ଅନୁମାନ କରୁଥିଲେ। ତାହା ହିଁ ହେଲା। ତେବେ ବୈଜୟନ୍ତଙ୍କୁ ଦଳରୁ ଆଉଟ୍ କରିବାକୁ ବିଜେଡି ଯେଉଁ ସବୁ କାରଣ ଦର୍ଶାଇଛି, ତାହା ‘ଲୁଚିଛି ନା ଗୋଡ଼ ଦିଇଟି ଦିଶୁଛି’ ପରି କଥା ହୋଇଛି। […]

Pandian

Pandian

Ordigital Desk
  • Published: Thursday, 25 January 2018
  • Updated: 25 January 2018, 09:25 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ରାଜନୀତିରେ ଏବେ ସବୁଠାରୁ ଅଧିକ ଚର୍ଚ୍ଚା, କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ବିଜେଡିରୁ ନିଲମ୍ବନ ଖବରକୁ ନେଇ। ବିଜେଡି ରାଜନୀତିର ଗତ କିଛିଦିନର ଘଟଣାକ୍ରମକୁ ଅନୁଧ୍ୟାନ କରି, ରାଜନୈତିକ ପଣ୍ଡିତମାନେ ଏହିପରି ଏକ ଖବର ଆସିବ ବୋଲି ଅନୁମାନ କରୁଥିଲେ। ତାହା ହିଁ ହେଲା। ତେବେ ବୈଜୟନ୍ତଙ୍କୁ ଦଳରୁ ଆଉଟ୍ କରିବାକୁ ବିଜେଡି ଯେଉଁ ସବୁ କାରଣ ଦର୍ଶାଇଛି, ତାହା ‘ଲୁଚିଛି ନା ଗୋଡ଼ ଦିଇଟି ଦିଶୁଛି’ ପରି କଥା ହୋଇଛି। କଥାଟା ସ୍ପଷ୍ଟ ହୋଇଯାଇଛି ଯେ, ବିଜେଡିରେ ବୈଜୟନ୍ତ ଚାପ୍‌ଟର ବନ୍ଦ କରିବାକୁ ବିଧିବଦ୍ଧ ଷଡ଼ଯନ୍ତ୍ର ହୋଇଥିଲା।

ବୈଜୟନ୍ତଙ୍କୁ ବିଜେଡିରୁ ନିଲମ୍ବନ କରିବାକୁ ବିଜୁ ଜନତା ଦଳ ପକ୍ଷରୁ ଯେଉଁ କାରଣ ଦର୍ଶାଯାଇଛି, ତାହା ଅତ୍ୟନ୍ତ ହାସ୍ୟାସ୍ପଦ। ତିନିବର୍ଷ ତଳର ଏକ କାରଣକୁ ଏଥିରେ ଗୁରୁତ୍ୱ ଦିଆଯାଇ, ପ୍ରସଙ୍ଗ ବାହାରେ ଥିବା ଗୁଡ଼ାଏ କଥା ଲେଖାଯାଇଛି। କୁହାଯାଇଛି, ୨୦୧୪ରେ ବୈଜୟନ୍ତ କାଳେ ଲୋକସଭା ଫାଇନାନ୍ସ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ହେବାକୁ ଦଳୀୟ ନେତୃତ୍ୱ ନିକଟରେ ଇଚ୍ଛା ପ୍ରକାଶ କରିଥିଲେ। ସେ କାଳେ କହିଥିଲେ ଯେ, ପାର୍ଲାମେଣ୍ଟରେ ବିଜେଡି ୪ର୍ଥ ବୃହତମ ଦଳ ହୋଇଥିବାରୁ ଏହି ପୋଷ୍ଟ ମିଳିବା ସମ୍ଭବ ନୁହେଁ। କିନ୍ତୁ ତାଙ୍କୁ ଯଦି ଏହି ପଦବୀ ପାଇଁ ମନୋନୀତ କରାଯାଏ, ତେବେ ସେ ଉପର ମହଲରେ ଆବଶ୍ୟକ ଲବି କରି ଏହି ପଦ ହାତେଇ ନେଇପାରିବେ। କିନ୍ତୁ ବୈଜୟନ୍ତ ଇମ୍ଫାର ଦରମାପ୍ରାପ୍ତ ଭାଇସ୍ ଚେୟାରମ୍ୟାନ୍ ହୋଇଥିବାରୁ ବା ଶିଳ୍ପଗୋଷ୍ଠୀ ସହ ଜଡ଼ିତ ଥିବାରୁ ତାଙ୍କୁ ଏହି ପଦ ପାଇଁ ଦଳ ମନୋନୀତ କରାଯାଇ ନଥିଲା। ଏହାପରେ କାଳେ ପ୍ରତିଶୋଧ ନେବାକୁ ବୈଜୟନ୍ତ ଜାଣିଜାଣି ଦଳବିରୋଧୀ କାମରେ ମାତିଥିଲେ। ସେଥିପାଇଁ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେଲା।

ପ୍ରଶ୍ନ ଉଠୁଛି- ବୈଜୟନ୍ତଙ୍କୁ ବିଜେଡିରୁ ନିଲମ୍ବନ କରିବାକୁ ଏତେ ଚତୁର କାମ କରାଗଲା କାହିଁକି? ଯଦି ନବୀନଙ୍କୁ ବୈଜୟନ୍ତଙ୍କ ମୁହଁ ଆଉ ଭଲ ଲାଗୁନି ତେବେ ସେ ତ ଗୋଟିଏ ଧାଡ଼ିରେ ହିଁ ତାଙ୍କୁ ଦଳରୁ ବହିଷ୍କାର କରିପାରିଥାନ୍ତେ। ଆଗରୁ ଏହାର ଅନେକ ଉଦାହରଣ ବିଜେଡିରେ ରହିଛି। ବାସ୍ତବରେ, ନବୀନଙ୍କୁ ବୈଜୟନ୍ତଙ୍କ ମୁହଁ ଭଲ ଦିଶୁନି, ନା ତାଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ଦିଶୁନି। ଯଦି ତାଙ୍କୁ ୩ ବର୍ଷ ତଳର ଏକ କାରଣ ପାଇଁ ଦଳରୁ ସସ୍‌ପେଣ୍ଡ କରାଗଲା, ତେବେ ଉଷାଦେବୀ ଓ ପ୍ରମିଳା ମଲ୍ଲିକଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରି ଏତେ ନୌଟଙ୍କି କରୁଥିଲେ କାହିଁକି? ଉଷା ଓ ପ୍ରମିଳା ନବୀନଙ୍କୁ ଯେଉଁ ରିପୋର୍ଟ ଦେଇଛନ୍ତି, ତାହା କାଇଁ? ସେ କଥା ତ ବିଜେଡି ପ୍ରେସ୍ ନୋଟ୍‌ରେ କିଛି କୁହାଯାଇନି? କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ ମଣ୍ଡଳୀରୁ ଆସି ଦଳ ଦଳ ଲୋକ ନବୀନଙ୍କୁ ବୈଜୟନ୍ତଙ୍କ ବିରୋଧରେ ଭେଟିବାକୁ ଆୟୋଜନ କରୁଥିଲା କିଏ? କୁହାଯାଉଛି, ପାଣ୍ଡିଆନ୍ ବାବୁ ମାହାଙ୍ଗା ବିଧାୟକ ପ୍ରତାପ ଜେନା ଓ ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀଙ୍କୁ ମତେଇ ଏମିତି ଆୟୋଜନ କରିଥିଲେ।

ବୈଜୟନ୍ତଙ୍କୁ କେତେ ସମୟ ପାଇଁ ଦଳ ସସ୍‌ପେଣ୍ଡ କଲା ସେ ବିଷୟରେ କିଛି କୁହାଗଲାନି। ସୂର୍ଯ୍ୟ ନାରାୟଣ ପାତ୍ର ସାମ୍ବାଦିକ ସମ୍ମିଳନୀରେ ଥଙ୍ଗ ଥଙ୍ଗ ହୋଇ ପଢ଼ିଥିବା ପ୍ରେସ୍ ନୋଟ୍‌ଟି ଡ୍ରାଫ୍ଟ କରିଥିଲା କିଏ? କୁହାଯାଉଛି, ଗତକାଲି ୬ଟାରୁ ସାଢ଼େ ୬ଟା ଭିତରେ ନବୀନ ଘରକୁ ଫେରିଲେ। ଏହାପରେ ଡକାହକା ହୋଇ ପାଣ୍ଡିଆନ୍ ବାବୁ, ପ୍ରମିଳା ଓ ଉଷାଦେବୀ ନବୀନ ନିବାସ ଗଲେ। ସେଠି ପୂର୍ବରୁ ଇଂରାଜୀ ଓ ଓଡ଼ିଆ ଭାଷାରେ ବୈଜୟନ୍ତଙ୍କୁ ସସ୍‌ପେଣ୍ଡ କରିବା ସଂପର୍କୀତ ବିଜେଡି ପ୍ରେସ୍‌ନୋଟ୍ ଡ୍ରାଫ୍ଟ ହୋଇ ରଖାଯାଇଥିଲା। ତାକୁ ପୂର୍ବରୁ ନିଜେ ପାଣ୍ଡିଆନ୍ ବାବୁ ଇଂରାଜୀରେ ଡ୍ରାଫ୍ଟ କରାଇଥିଲେ। ପରେ ଏହାକୁ ଓଡ଼ିଆରେ କରାଯାଇଥିଲା। କେଉଁ କେଉଁ ଅଭିଯୋଗ ଉଠାଇ ବୈଜୟନ୍ତଙ୍କୁ ସସ୍‌ପେଣ୍ଡ କରାଯିବ ତାହା ପାଣ୍ଡିଆନ୍ ବାବୁ ହିଁ ଠିକ୍ କରିଥିଲେ। ଘଟଣା ଦିନ ନବୀନ କେବଳ ଏଥିରେ ମୋହର ମାରିଲେ। ତା ପରେ ପାଖାପାଖି ୭ଟା ୩୦ ବେଳକୁ ଗଂଜାମ ଆନ୍ନା ସୂର୍ଯ୍ୟ ପାତ୍ରଙ୍କୁ ବଲିକା ବକ୍ରା ବନେଇ, ପ୍ରେସ୍‌ମିଟ୍ ଡାକି ଲେଖାଟି ପଢ଼ିବାକୁ ନିର୍ଦ୍ଦେଶ ଦିଆଗଲା। ସୂର୍ଯ୍ୟ ପାତ୍ର ମଧ୍ୟ ଲେଖାଟି ଖୁବ୍ କମ୍ ସମୟ ପୂର୍ବରୁ ପାଇଥିବାରୁ ସେ ତାକୁ ପୂରା ପଢ଼ି ନଥିଲେ। ସେଇଠି ସାମ୍ବାଦିକଙ୍କ ଆଗରେ ଥଙ୍ଗ ଥଙ୍ଗ ହୋଇ ପଢ଼ିଲେ ଓ ସାମ୍ବାଦିକଙ୍କର ସପ୍ଲିମେଣ୍ଟାରୀ ପ୍ରଶ୍ନର ଉତ୍ତର ନଦେଇ ଉଠିଗଲେ।

ଏପରି ସ୍ଥିତିରେ ପ୍ରଶ୍ନ ଉଠୁଛି, ଜଣେ ଆଇଏଏସ୍ ଅଫିସରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କଲେ କ’ଣ ଶାସକ ଦଳରେ ଯେ କୌଣସି ବରିଷ୍ଠ ନେତାଙ୍କର ଚୌକି ଚାଲିଯିବ? ସସ୍‌ପେଣ୍ଡ ହେବାପରେ ବୈଜୟନ୍ତ ନିଜ ପ୍ରତିକ୍ରିୟାରେ ଏ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ଆଗରୁ ଯେଉଁ ସବୁ ମୁଖ୍ୟମନ୍ତ୍ରୀ ଥିଲେ, ବିଜୁ ବାବୁ ହୁଅନ୍ତୁ କି ଜାନକୀବଲ୍ଲଭ ବାବୁ, ତାଙ୍କ ସମୟରେ କ’ଣ ଚିଠିରେ ଲେଖାଯିବାକୁ ଥିବା ବିଷୟକୁ ତାଙ୍କ ବ୍ୟକ୍ତିଗତ ସଚିବମାନେ ନିୟନ୍ତ୍ରଣ କରୁଥିଲେ? ଆଇଏଏସ୍‌ଙ୍କ କାମ ହେଲା, ଚିଠିଟି ତିଆରି କରେଇବା, ଚିଠିରେ କ’ଣ ରହିବ ସେ କାମ ନେତାଙ୍କର। କିନ୍ତୁ ବିଜେଡି ଶାସନରେ ଆଇଏଏସ୍‌ ମାନେ ହିଁ ଠିକ୍ କରୁଛନ୍ତି ନେତାଙ୍କ ଭାଗ୍ୟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story