ଓଡ଼ିଶାକୁ ଘାରିଛି ପଙ୍ଗପାଳ ଚିନ୍ତା; ଏପରି ପରାମର୍ଶ ଦେଲେ ଓୟୁଏଟି ଡିନ୍

ଭୁବନେଶ୍ୱ(ଓଡ଼ିଶା ରିପୋର୍ଟର): ରାଜସ୍ଥାନ, ମଧ୍ୟପ୍ରଦେଶରେ ପଙ୍ଗପାଳ ଯୋଗୁ ଫସଲ ନଷ୍ଟ ହେଉଥିବା ବେଳେ ଏବେ ଓଡ଼ିଶା ଚାଷୀଙ୍କୁ ଘାରିଛି ଏହି ଚିନ୍ତା। ହେଲେ ଓଡ଼ିଶାକୁ କେବେ ପଙ୍ଗପାଳ ଆସିବାର ଇତିହାସ ନାହିଁ। ତେଣୁ ଓଡ଼ିଶା ଚାଷୀ ଏଥିନିମନ୍ତେ ଭୟଭୀତ ହେବାର କିଛି ନାହିଁ। ନିମ୍ବ ତେଲ ବ୍ୟବହାର କଲେ ଏହି ସମସ୍ୟାରୁ ମୁକୁଳି ହେବ ବୋଲି ପରାମର୍ଶ ଦେଇଛନ୍ତି ଓୟୁଏଟି ଡିନ୍‌ ଲଲିତ ମୋହନ ଗଡ଼ନାୟକ। କୃଷି ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏ ସମ୍ପର୍କରେ ଆଲୋଚନା […]

pangapal-1--1

Niharika Rout
  • Published: Wednesday, 27 May 2020
  • , Updated: 27 May 2020, 02:03 PM IST

ଭୁବନେଶ୍ୱ(ଓଡ଼ିଶା ରିପୋର୍ଟର): ରାଜସ୍ଥାନ, ମଧ୍ୟପ୍ରଦେଶରେ ପଙ୍ଗପାଳ ଯୋଗୁ ଫସଲ ନଷ୍ଟ ହେଉଥିବା ବେଳେ ଏବେ ଓଡ଼ିଶା ଚାଷୀଙ୍କୁ ଘାରିଛି ଏହି ଚିନ୍ତା। ହେଲେ ଓଡ଼ିଶାକୁ କେବେ ପଙ୍ଗପାଳ ଆସିବାର ଇତିହାସ ନାହିଁ। ତେଣୁ ଓଡ଼ିଶା ଚାଷୀ ଏଥିନିମନ୍ତେ ଭୟଭୀତ ହେବାର କିଛି ନାହିଁ। ନିମ୍ବ ତେଲ ବ୍ୟବହାର କଲେ ଏହି ସମସ୍ୟାରୁ ମୁକୁଳି ହେବ ବୋଲି ପରାମର୍ଶ ଦେଇଛନ୍ତି ଓୟୁଏଟି ଡିନ୍‌ ଲଲିତ ମୋହନ ଗଡ଼ନାୟକ।

କୃଷି ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏ ସମ୍ପର୍କରେ ଆଲୋଚନା ହୋଇଥିବା ବେଳେ ଭୟଭୀତ କିମ୍ବା ବିଚଳିତ ନ ହେବାକୁ  ଚାଷୀଙ୍କୁ ପରାମର୍ଶ ଦିଆଯାଇଛି। ଚାଷ କ୍ଷେତରେ ସମ୍ଭାବ୍ୟ ପଙ୍ଗପାଳ ଆକ୍ରମଣରୁ ରକ୍ଷା ପାଇବା ଲାଗି କୃଷି ବିଭାଗ ସହ ଓଡିଶା ଏବଂ ସଂପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି।

ବର୍ତ୍ତମାନ ପଙ୍ଗପାଳ ରାଜସ୍ଥାନ ଅତିକ୍ରମ କରି ମଧ୍ୟପ୍ରଦେଶରେ ପହଞ୍ଚିଲେଣି । ସେମାନେ ପୂର୍ବରୁ କେବେ  ଓଡ଼ିଶା ଆସି ନ ଥିଲେ ମଧ୍ୟ ଆସିଲେ ପ୍ରଥମେ ପଶ୍ଚିମ ଓଡ଼ିଶା ପ୍ରତି ବିପଦ ରହିଛି। ଏଭଳି କୌଣସି ପରିସ୍ଥିତି ସୃଷ୍ଟି ହେଲେ ଏଥିରୁ   ଫସଲକୁ ରକ୍ଷା କରିବା ଲାଗି ୫ ପ୍ରତିଶତ ନିମ୍ବମଞ୍ଜି ଉଦ୍ଧୃତାଂଶର ଦ୍ରବଣକୁ ଏକର ପ୍ରତି ୨ଶହ ଲିଟର ହିସାବରେ ଉପରବେଳା ସିଞ୍ଚନ ପାଇଁ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି । ବଜାରରେ ମିଳୁଥିବା ୩ଶହ ପିପିଏମର ନିମ୍ବ ଆଧାରିତ କୀଟବିଷକୁ ଏକର ପ୍ରତି ୧ ଲିଟର ହିସାବରେ ୨ଶହ ଲିଟର ପାଣି ସହିତ ମିଶାଇ ଉପରବେଳା ମଧ୍ୟ ପକାଯାଇପାରିବ । ପଙ୍ଗପାଳ ଆସିଲେ, ସେମାନଙ୍କୁ ଟିଣ ବାଡେଇ, କଣ୍ଟାଯୁକ୍ତ ଡାଳରେ ପିଟି ଘଉଡାଇବା ବ୍ୟବସ୍ଥା କରିପାରିବେ । ଏଭଳି ଅନେକ ପରାମର୍ଶ ଚାଷୀମାନଙ୍କୁ ଦିଆଯାଇଛି  ।

ଓୟୁଏଟି ଡିନ୍‌ ଲଳିତମୋହନ ଗଡ଼ନାୟକ କହିଛନ୍ତି, ବର୍ଷା ହେତୁ ପଙ୍ଗପାଳଙ୍କ ସଂଖ୍ୟା ବଢ଼ି ଯାଇଛି। ତେଣୁ ସେମାନେ ରାଜସ୍ଥାନ ଅତିକ୍ରମ କରି ମହାରାଷ୍ଟ୍ରରେ ପହଞ୍ଚିଗଲେଣି। କିନ୍ତୁ ଓଡ଼ିଶା ଚାଷୀଙ୍କୁ ବିଚଳିତ ହେବାର କାରଣ ନାହିଁ।  ନିମ୍ବ ତେଲ, ନିମ୍ବ ମଞ୍ଜିକୁ ବ୍ୟବହାର କରି ସେମାନେ ଏପରି ସମସ୍ୟାରୁ ମୁକ୍ତି ପାଇପାରିବେ।

Related story