କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ମିଳିଲା ବଜ୍ରକାପ୍ତା, ହୋଇପାରେ ‘କରୋନା’ ଟେଷ୍ଟ

ଆଠଗଡ଼ (ନୀଳକଣ୍ଠ ଦୋରା): ବଜ୍ରକାପ୍ତାର କରାଯିବ ‘କରୋନା’ ଟେଷ୍ଟ! ‘କରୋନା’ ପରୀକ୍ଷା ନେଇ ଆଠଗଡ଼ ଡିଏଫ୍‌ଓଙ୍କ ସୂଚନା ସସ୍ମିତା ଲେଙ୍କା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବଜ୍ରକାପ୍ତାଟି କ୍ୱାରେଣ୍ଟାଇନ ସେଣ୍ଟରରୁ ମିଳିଥିବାରୁ ସ୍ୱାବ ନମୁନା ନିଆଯାଇ ଟେଷ୍ଟ କରାଯିବ। ଟେଷ୍ଟ ଓଡ଼ିଶାରେ ହିଁ ହେବ ବୋଲି ଡିଏଫ୍‌ଓ ଗଣମାଧ୍ୟମକୁ କହିଛନ୍ତି। ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ବଡ଼ମ୍ବା ରେଞ୍ଜ ଅଞ୍ଚଳର ଏକ କ୍ଵାରାଣ୍ଟାଇନ ସେଣ୍ଟରରୁ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ବଜ୍ରକାପ୍ତା ମିଳିଥିଲା। ମହୁଲିଆ ପଞ୍ଚାୟତର ସରପଞ୍ଚଙ୍କ […]

panguin

Manoranjan Sial
  • Published: Tuesday, 26 May 2020
  • , Updated: 26 May 2020, 06:11 PM IST

ଆଠଗଡ଼ (ନୀଳକଣ୍ଠ ଦୋରା): ବଜ୍ରକାପ୍ତାର କରାଯିବ ‘କରୋନା’ ଟେଷ୍ଟ! ‘କରୋନା’ ପରୀକ୍ଷା ନେଇ ଆଠଗଡ଼ ଡିଏଫ୍‌ଓଙ୍କ ସୂଚନା ସସ୍ମିତା ଲେଙ୍କା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବଜ୍ରକାପ୍ତାଟି କ୍ୱାରେଣ୍ଟାଇନ ସେଣ୍ଟରରୁ ମିଳିଥିବାରୁ ସ୍ୱାବ ନମୁନା ନିଆଯାଇ ଟେଷ୍ଟ କରାଯିବ। ଟେଷ୍ଟ ଓଡ଼ିଶାରେ ହିଁ ହେବ ବୋଲି ଡିଏଫ୍‌ଓ ଗଣମାଧ୍ୟମକୁ କହିଛନ୍ତି।

ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ବଡ଼ମ୍ବା ରେଞ୍ଜ ଅଞ୍ଚଳର ଏକ କ୍ଵାରାଣ୍ଟାଇନ ସେଣ୍ଟରରୁ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ବଜ୍ରକାପ୍ତା ମିଳିଥିଲା। ମହୁଲିଆ ପଞ୍ଚାୟତର ସରପଞ୍ଚଙ୍କ ସୂଚନା କ୍ରମେ ଏହି ବଜ୍ରକାପ୍ତାକୁ ବନ ବିଭାଗ ଉଦ୍ଧାର କରିଥିଲା।

ଡିଏଫ୍‌ଓଙ୍କ ସୂଚନା ମୁତାବକ ଉଦ୍ଧାର ହୋଇଥିବା ବଜ୍ରକାପ୍ତାଟି ୪ କିଲୋ ଓଜନର ହେବ, ସୁସ୍ଥ ଅଛି। ତା’ର କିଛି ପରୀକ୍ଷଣ ପରେ ଜଙ୍ଗଲରେ ଛଡାଯିବ। ଯେହେତୁ କ୍ଵାରାଣ୍ଟାଇନ ସେଣ୍ଟରରୁ ଉଦ୍ଧାର କରାଯାଇଛି ଦରକାର ପଡ଼ିଲେ ‘କରୋନା’ ପରୀକ୍ଷଣ କାରାଯିବ। ବଜ୍ରକାପ୍ତାଟି କ୍ଵାରାଣ୍ଟଇନ ସେଣ୍ଟରକୁ କେମିତି ଆସିଲା ସେ ବାବଦରେ ଅଧିକ ତଦନ୍ତ ଜାରି ରହିଛି।

Related story