ପପୁ ମାମଲାରେ ପୀଡିତାଙ୍କ ବାପାମାଆଙ୍କୁ ପକ୍ଷଭୁକ୍ତ କରିବାକୁ ଦାବି

ଭୁବନେଶ୍ୱର: ପପୁଙ୍କ ବିରୋଧରେ କାଷ୍ଟିଂ କାଉଚ୍‌ ମାମଲାରେ ପୀଡିତାଙ୍କ ବାପା-ମାଆଙ୍କ ପାଇଁ ଅଡୁଆ ବଢିଛି। ସେମାନେ ଗଣମାଧ୍ୟମରେ ବିବାଦୀୟ ବୟାନ ଦେବା ପରେ ଆଜି ଉଭୟଙ୍କୁ ତଦନ୍ତ ପକ୍ଷଭୁକ୍ତ କରିବାକୁ ମହିଳା ଥାନାରେ ଆଉ ଏକ ଅଭିଯୋଗ କରିଛି ଫ୍ରେଣ୍ଡସ୍‌ ଫାଣ୍ଡେସନ ଟ୍ରଷ୍ଟ। ଅଭିଯୋଗ ଅନୁଯାୟୀ ପୀଡିତାର ବାପା-ମାଆ ବିଭ୍ରାନ୍ତିକର ବୟାନ ଦେବା ସହ ବାରମ୍ବାର କଥା ବଦଳାଉଛନ୍ତି। ତେଣୁ ସେମାନଙ୍କୁ ଏହି ମାମଲାରେ ପକ୍ଷଭୁକ୍ତ କରିବାକୁ ଅଭିଯୋଗରେ ଉଲ୍ଲେଖ କରିଛି ଟ୍ରଷ୍ଟ। ଫ୍ରେଣ୍ଡସ୍‌ ଫାଉଣ୍ଡେସନ ଟ୍ରଷ୍ଟ […]

papu

Rakesh Mallick
  • Published: Thursday, 07 July 2016
  • , Updated: 07 July 2016, 11:16 PM IST

ଭୁବନେଶ୍ୱର: ପପୁଙ୍କ ବିରୋଧରେ କାଷ୍ଟିଂ କାଉଚ୍‌ ମାମଲାରେ ପୀଡିତାଙ୍କ ବାପା-ମାଆଙ୍କ ପାଇଁ ଅଡୁଆ ବଢିଛି। ସେମାନେ ଗଣମାଧ୍ୟମରେ ବିବାଦୀୟ ବୟାନ ଦେବା ପରେ ଆଜି ଉଭୟଙ୍କୁ ତଦନ୍ତ ପକ୍ଷଭୁକ୍ତ କରିବାକୁ ମହିଳା ଥାନାରେ ଆଉ ଏକ ଅଭିଯୋଗ କରିଛି ଫ୍ରେଣ୍ଡସ୍‌ ଫାଣ୍ଡେସନ ଟ୍ରଷ୍ଟ। ଅଭିଯୋଗ ଅନୁଯାୟୀ ପୀଡିତାର ବାପା-ମାଆ ବିଭ୍ରାନ୍ତିକର ବୟାନ ଦେବା ସହ ବାରମ୍ବାର କଥା ବଦଳାଉଛନ୍ତି। ତେଣୁ ସେମାନଙ୍କୁ ଏହି ମାମଲାରେ ପକ୍ଷଭୁକ୍ତ କରିବାକୁ ଅଭିଯୋଗରେ ଉଲ୍ଲେଖ କରିଛି ଟ୍ରଷ୍ଟ।

ଫ୍ରେଣ୍ଡସ୍‌ ଫାଉଣ୍ଡେସନ ଟ୍ରଷ୍ଟ ସଭାପତି ଡାକ୍ତର ସତ୍ୟରଞ୍ଜନ ସାମଲ କହିଛନ୍ତି,“ପୀଡିତାର ବାପା-ମାଆ ବାରମ୍ବାର ବୟାନ ବଦଳାଇବା ଓ ବିଭ୍ରାନ୍ତିକର ବୟାନ ଦେଉଥିବା ବିଷୟରେ ଆମେ ଆଜି ମହିଳା ଥାନାରେ ଅଭିଯୋଗ କରିଛୁ। ପୀଡିତାର ବାପା-ମା କାହିଁକି ବାରମ୍ବାର ବୟାନ ବଦଳାଉଛନ୍ତି? ଏହା ପଛରେ କାହାର ହାତ ଅଛି? କୋର୍ଟରେ ଯେଉଁ ସତ୍ୟାପାଠ ଦେଇଛନ୍ତି କ’ଣ ପାଇଁ ଦେଇଛନ୍ତି? ଏସବୁର ତାହାର ନିରପେକ୍ଷ ତଦନ୍ତ ପାଇଁ ଆଜି ଆମେ ଥାନାର ଦ୍ୱାରସ୍ଥ ହୋଇଛୁ।”

ଅନ୍ୟପକ୍ଷରେ ପପୁ ପମ୍‌ପମ୍‌ଙ୍କ ବିରୋଧରେ କାଷ୍ଟିଂ କାଉଚ୍‌ ନେଇ ନାବାଳିକାର ବାପାଙ୍କୁ ସିଆରପିସିର ୧୬୦ ଧାରା ଅନୁଯାୟୀ ବଳରେ ମହିଳାଥାନା ପକ୍ଷରୁ ହାଜର ହେବାକୁ ନୋଟିସ କରାଯାଇଥିଲେ ମଧ୍ୟ ସେ ହଜାର ହୋଇ ନ ଥିବା ଜଣାପଡିଛି।

ଏନେଇ ପୀଡିତା ବାପାଙ୍କ ଓକିଲ ରତ୍ନାକର ନାୟକ କହିଛନ୍ତି,“ ମହିଳା ଥାନାରେ ହାଜର ହେବାକୁ ପୋଲିସ ପଠାଇଥିବା ନୋଟିସ ଏପର୍ଯନ୍ତ ନାବଳିକାର ବାପାଙ୍କ ନିକଟରେ ପହଞ୍ଚି ନାହିଁ। ପହଞ୍ଚିବା ପରେ ସେ ନିଶ୍ଚିତ ପୋଲିସଙ୍କୁ ସହଯୋଗ କରିବେ।”

ବିଭ୍ରାନ୍ତିକର ମନ୍ତବ୍ୟ ଦେବା ନେଇ ପୀଡିତାଙ୍କ ଓକିଲ ରତ୍ନାକର ନାୟକ କହିଛନ୍ତି,“ସେ ଗଣମାଧ୍ୟମକୁ କୌଣସି ପ୍ରକାର ବିଭ୍ରାନ୍ତିକର ମନ୍ତବ୍ୟ ଦେଉନାହାନ୍ତି। ସେ ଯାହା କହୁଛନ୍ତି ତାହା ସତ୍ୟ।”

ସିଡବ୍ଲୁସି ସଦସ୍ୟ ବେଣୁଧର ସେନାପତି କହିଛନ୍ତି,“ମହିଳା ଥାନା ପୀଡିତାଙ୍କ ବାପାଙ୍କୁ ହାଜର ହେବାକୁ ଏକ ନୋଟିସ ଜାରି କରିଛି। ବୟାନ ବଦଳାଉଥିବା ଓ ଅନ୍ୟାନ୍ୟ ବିଷୟ ନେଇ ପୋଲିସ ତାଙ୍କୁ ପଚରାଉଚରା କରିବ। ଆବଶ୍ୟକ ପଡିଲେ ପୋଲିସ ନିଜ ପକ୍ଷରୁ ଏନେଇ ମାମଲା ରଜୁ କରିପାରିବ କିନ୍ତୁ ଫ୍ରେଣ୍ଡସ ଫାଉଣ୍ଡେସନନ ଟ୍ରଷ୍ଟ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି।”

କାଷ୍ଟିଂ କାଉଚ୍‌ ନେଇ ନାବାଳିକାଙ୍କ ଅଭିଯୋଗ ପରେ ଫ୍ରେଣ୍ଡସ ଫାଉଣ୍ଡେସନ ଟ୍ରଷ୍ଟ ପ୍ରଥମେ ଏନେଇ ମହିଳା ଥାନାରେ ଅଭିଯୋଗ କରିଥିଲା। ପରେ ସିଡବ୍ଲ୍ୟୁସିର ସୁପାରିଶକୁ ଭିତ୍ତି କରି ମାମଲା ରୁଜୁ ହୋଇଥିଲା। ଏହାପରେ ୧୬୪ ଧାରାରେ କୋର୍ଟରେ ପୀଡିତାଙ୍କ ବୟାନ ରେକର୍ଡ ହୋଇଥିଲା। କିନ୍ତୁ ପରେ ପୀଡିତାଙ୍କ ବାପା କୋର୍ଟରେ କମ୍ପ୍ରମାଇଜ୍‌ ପିଟିସନ୍‌ ଦାଖଲ କରିବା ଓ ତାଙ୍କ ଝିଅ କୋର୍ଟକୁ ଯାଇ ନ ଥିବା ଦାବି କରିବା ଫଳରେ ମାମଲାଟି ବିବାଦୀୟ ମୋଡ ନେଇଥିଲା। ଏହାପରେ ପୀଡିତାଙ୍କ ମାଆଙ୍କ ଏକା ପ୍ରକାର ବାୟନ ଘଟଣାକୁ ଜଟିଳ କରିଦେଇଛି। ଏଭଳି ସ୍ଥିତିରେ ପପୁ ଓ ତାଙ୍କ ସହଯୋଗୀ ପ୍ରଦୀପ୍ତ ସ୍ୱାଇଁଙ୍କୁ ବେଲ୍‌ ମିଳିବ କି ନାହିଁ ଚର୍ଚ୍ଚା ହେଉଥିବା ବେଳେ ପୀଡିତାଙ୍କ ବାପମାଆଙ୍କ ପାଇଁ ନୂଆ ଅଡୁଆ ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି।

ଆଇନଜୀବୀ ସିଦ୍ଧାର୍ଥ ଦାସ କହିଛନ୍ତି,“ଏହି ମାମଲାରେ ବେଲ୍‌ ମିଳିବା ଟିକେ କଷ୍ଟକର ବ୍ୟାପାର। ଦିନକୁ ଦିନ ଏହି ମାମଲା ଜଟିଳ ହେବାରେ ଲାଗିଛି। ଯଦି ଏହିପରି ଲାଗି ରହେ ତେବେ ପପୁ ଓ ତାଙ୍କ ସହଯୋଗୀଙ୍କୁ ବେଲ୍‌ ମିଳବା ଅଧିକ କଷ୍ଟକର ହୋଇପାରେ। ଯେତେବେଳେ ଗୋଟିଏ ସତ୍ୟପାଠ ଦାଖଲ କରାଯାଉଛି ଏବଂ ପରବର୍ତ୍ତୀ ସମୟରେ ଦେଖାଯାଉଛି ଯେ ଏହା ସତ୍ୟ ନୁହେଁ। ତେବେ ପୋଲିସର କ୍ଷମତା ରହିଛି ପୀଡିତାଙ୍କ ପିତାମାତାଙ୍କ ବିରୋଧରେ ଆଇନ ଅନୁଯାୟୀ ପଦକ୍ଷେପ ନେଇପାରିବ।”

Related story