- Videos
- Odisha
- ଓଡ଼ିଶାରେ ପାରାମୋଟର ଆଡଭେଞ୍ଚର୍: ମଜା ନେବାକୁ ଚାହୁଁଛନ୍ତି କି, ଠିକଣା ପଢନ୍ତୁ
ଓଡ଼ିଶାରେ ପାରାମୋଟର ଆଡଭେଞ୍ଚର୍: ମଜା ନେବାକୁ ଚାହୁଁଛନ୍ତି କି, ଠିକଣା ପଢନ୍ତୁ
- Published: Monday, 22 May 2017
- , Updated: 22 May 2017, 09:03 PM IST

ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ ଥର ପାଇଁ ଲୋକେ ପାଇବେ ପାରାମୋଟର ଆଡଭେଞ୍ଚର ସ୍ପୋର୍ଟସ୍‌ର ମଜା। ଆସନ୍ତାକାଲି ଫନ୍ ରାଇଡ୍ ସଂସ୍ଥା ପକ୍ଷରୁ ଆଇଆଇଟି ଜଟଣୀ ଖୁଦପୁର ନିକଟରେ ଏହାର ଶୁଭରାମ୍ଭ ହେବ। ପର୍ଯ୍ୟଟନ ବିକାଶ ଓ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ଏହି ପାରାମୋଟରିଂ ରାଇଡ ସହାୟକ ହେବ ବୋଲି ଆୟୋଜକମାନେ କହିଛନ୍ତି।

ଏଥିପାଇଁ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ଓ ଡିଜସିଏଠାରୁ ଅନୁମତି ନିଆଯାଇଛି। ଆକାଶରେ ୧୦ କିଲୋମୋଟ ପରିଧି ମଧ୍ୟରେ ଉଡ଼ିବା ପାଇଁ ଅନୁମତି ମିଳିଥିବା ସଂସ୍ଥା ପକ୍ଷରୁ କୁହାଯାଇଛି।

ଆଗାମୀ ଦିନରେ ଖଣ୍ଡଗିରି, ଉଦୟଗିରି, ପୁରୀ କୋଣାର୍କ ଆଦି ସ୍ଥାନରେ ଏହି ଆଡଭେନଚର ସ୍ପୋର୍ଟସ ପ୍ରସାର କରାଯିବ ବୋଲି ଆୟୋଜକ କହିଛନ୍ତି।

ପାରାମୋଟର କ’ଣ

ପାରମୋଟରିଂ ରାଇଡ୍ ମେସିନ ସହ ପାରାଚ୍ୟୁଟ୍‌ ସଂଯୋଗ ହୋଇଥାଏ। ଘଣ୍ଟାପ୍ରତି ପବନର ଗତି ୩୦ରୁ ୪୦ କିଲୋମିଟର ଭିତରେ ହିଁ ଏହି ପାରାମୋଟରିଂ ରାଇଡ କରିହେବ।