ପରବର୍ତ୍ତୀ କଟକ ମେୟରଙ୍କୁ ନେଇ କଳ୍ପନାଜଳ୍ପନା

କଟକ: ଅନିତା ବେହେରାଙ୍କ ଇସ୍ତଫା ପରେ କିଏ ହେବେ କଟକ ମେୟର ତାହାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। କଟକ ମେୟର ପଦ ଅନୁସୂଚିତ ଜାତି ମହିଳାଙ୍କ ଲାଗି ସଂରକ୍ଷିତ ରହିଛି। ସେ ଦୃଷ୍ଟିରୁ ବର୍ତ୍ତମାନ ବିଜେଡି କର୍ପୋରେଟର ଥିବା ଏହି ବର୍ଗର ତିନି ମହିଳାଙ୍କ ମଧ୍ୟରୁ ଜଣକୁ ମେୟର ପଦ ମିଳିପାରେ। ଅନ୍ୟପକ୍ଷରେ ଅନିତାଙ୍କ ସ୍ଥାନରେ ଅନ୍ୟ ଜଣଙ୍କୁ ନିର୍ବାଚିତ କରାଇ ତାଙ୍କୁ ମେୟର କରାଯିବା ସମ୍ଭାବନା ମଧ୍ୟ ରହିଛି। ତେବେ କଟକ ମେୟର ପଦ […]

cmc

Rakesh Mallick
  • Published: Wednesday, 30 December 2015
  • , Updated: 30 December 2015, 03:01 PM IST

କଟକ: ଅନିତା ବେହେରାଙ୍କ ଇସ୍ତଫା ପରେ କିଏ ହେବେ କଟକ ମେୟର ତାହାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। କଟକ ମେୟର ପଦ ଅନୁସୂଚିତ ଜାତି ମହିଳାଙ୍କ ଲାଗି ସଂରକ୍ଷିତ ରହିଛି। ସେ ଦୃଷ୍ଟିରୁ ବର୍ତ୍ତମାନ ବିଜେଡି କର୍ପୋରେଟର ଥିବା ଏହି ବର୍ଗର ତିନି ମହିଳାଙ୍କ ମଧ୍ୟରୁ ଜଣକୁ ମେୟର ପଦ ମିଳିପାରେ। ଅନ୍ୟପକ୍ଷରେ ଅନିତାଙ୍କ ସ୍ଥାନରେ ଅନ୍ୟ ଜଣଙ୍କୁ ନିର୍ବାଚିତ କରାଇ ତାଙ୍କୁ ମେୟର କରାଯିବା ସମ୍ଭାବନା ମଧ୍ୟ ରହିଛି।

ତେବେ କଟକ ମେୟର ପଦ ଲାଗି ମୀନାକ୍ଷୀ ବେହେରା, ମମତା ବେହେରା ଏବଂ ସୁଲୋଚନା ସେଠୀଙ୍କ ନାମ ଆସୁଛି। ତେବେ ମମତା ବେହେରାଙ୍କ ନାଁ ମଧ୍ୟ ରାସନ କାର୍ଡ ତାଲିକାରେ ରହିଛି। ସେ ଦୃଷ୍ଟିରୁ ସେ ଏହି ପଦ ପାଇବା ସମ୍ଭାବନା କମ୍। ତେଣୁ ମୀନାକ୍ଷୀ ଓ ସୁଲୋଚନାଙ୍କ ମଧ୍ୟରୁ ଦଳ ଜଣଙ୍କୁ ମେୟର କରିବା ସମ୍ଭାବନା ରହିଛି। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯଦି ତାଙ୍କୁ ଏହି ଦାୟିତ୍ୱ ଦିଅନ୍ତି ସେ ନିଷ୍ଠାର ସହ ସମ୍ପାଦନ କରିବେ ବୋଲି କହିଛନ୍ତି କର୍ପୋରେଟର ମୀନାକ୍ଷୀ।

ଅନିତା ୨୧ ନମ୍ୱର ୱାର୍ଡରୁ ନିର୍ବଚିତ ହୋଇଥିଲେ। ମଙ୍ଗଳବାର ସେ ମେୟର ପଦ ସହ କର୍ପୋରେଟର ପଦରୁ ମଧ୍ୟ ଇସ୍ତଫା ଦେଇ ଦେଇଛନ୍ତି। ଏବେ ଏହି ଆସନରୁ ଅନ୍ୟ କାହାକୁ ନିର୍ବାଚିତ କରାଇ ମେୟର କରାଯାଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ଏହି ୱାର୍ଡ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ କଟକ ବାରବାଟୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ରହିଛି। ବର୍ତ୍ତମାନ ଡେପୁଟି ମେୟର ଥିବା ଅଜୟ ବାରିକଙ୍କ ୱାର୍ଡ କଟକ-ଚୌଦ୍ୱାର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୋଇଥିବାରୁ କଟକ-ବାରବାଟୀ ନିର୍ବାଚନ ମଣ୍ଡଳୀର କର୍ପୋରେଟରଙ୍କୁ ମେୟର କରାଯିବା ସମ୍ଭାବନା ରହିଛି। ତେବେ କିଏ ମେୟର ହେବେ ସେ ନିଷ୍ପତ୍ତି ହାଇକମାଣ୍ଡ ନେବେ ବୋଲି ଦେବାଶିଷ ସାମନ୍ତରାୟ କହିଛନ୍ତି। ଗତ ନିର୍ବାଚନରେ ସୁରେଖା ମାଝି ୨୧ ନମ୍ୱର ୱାର୍ଡରୁ ପ୍ରାର୍ଥୀ ହେବାର ଥିଲା। ସେ ଦୃଷ୍ଟିରୁ ତାଙ୍କୁ କର୍ପୋରେଟର୍ କରାଇ ମେୟର ପଦ ଦିଆଯାଇପାରେ ମଧ୍ୟ ଚର୍ଚ୍ଚା ହେଉଛି।

Related story