ପାରାଦୀପ: ଯନ୍ତ୍ରଚାଳିତ ଡ଼ଙ୍ଗାରେ ମାଛ ମାରିବା ଉପରେ କଟକଣା

ପାରାଦୀପ: କଇଁଛ ସୁରକ୍ଷା ପାଇଁ ଯନ୍ତ୍ରଚାଳିତ ଡ଼ଙ୍ଗାରେ ମାଛ ମାରିବା ଉପରେ ସରକାର କଟକଣା ଲଗାଇଛନ୍ତି। ଯାହାକୁ ନେଇ ପାରାଦୀପର ମତ୍ସଜୀବୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସୀମା ନିର୍ଦ୍ଧାରଣ ହେଉ ନ ଥିବା ଓ ଚିହ୍ନଟ ସ୍ଥାନରେ କୌଣସି ବଇଁଆ ବା ଆଲୋକ ବ୍ୟବସ୍ଥା କରାଯାଉ ନ ଥିବାରୁ ଏପରି ସମସ୍ୟା ଦେଖା ଦେଇଥିବା ମତ୍ସଜୀବୀମାନେ ଅଭିଯୋଗ କରିଛନ୍ତି। କଟକଣା ଯୋଗୁଁ ୫୦ହଜାର ମତ୍ସଜୀବୀ ପରିବାର ବେଉସା ହରାଇବା ଆଶଙ୍କା ଦେଖାଦେଇଛି। ସେମାନେ ଏବେ ୬୩୦ଟି […]

paradeep

Rakesh Mallick
  • Published: Sunday, 08 November 2015
  • , Updated: 08 November 2015, 10:28 AM IST

ପାରାଦୀପ: କଇଁଛ ସୁରକ୍ଷା ପାଇଁ ଯନ୍ତ୍ରଚାଳିତ ଡ଼ଙ୍ଗାରେ ମାଛ ମାରିବା ଉପରେ ସରକାର କଟକଣା ଲଗାଇଛନ୍ତି। ଯାହାକୁ ନେଇ ପାରାଦୀପର ମତ୍ସଜୀବୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସୀମା ନିର୍ଦ୍ଧାରଣ ହେଉ ନ ଥିବା ଓ ଚିହ୍ନଟ ସ୍ଥାନରେ କୌଣସି ବଇଁଆ ବା ଆଲୋକ ବ୍ୟବସ୍ଥା କରାଯାଉ ନ ଥିବାରୁ ଏପରି ସମସ୍ୟା ଦେଖା ଦେଇଥିବା ମତ୍ସଜୀବୀମାନେ ଅଭିଯୋଗ କରିଛନ୍ତି। କଟକଣା ଯୋଗୁଁ ୫୦ହଜାର ମତ୍ସଜୀବୀ ପରିବାର ବେଉସା ହରାଇବା ଆଶଙ୍କା ଦେଖାଦେଇଛି। ସେମାନେ ଏବେ ୬୩୦ଟି ଟ୍ରଲର ଓ ୨୦୦ଟି ଯନ୍ତ୍ରଚାଳିତ ଡଙ୍ଗାର କଣ କରିବେ ବୋଲି ପ୍ରଶ୍ନ କରିଛନ୍ତି। ଏହାର ସୀମା ନିର୍ଦ୍ଧାରଣ ନେଇ ମତ୍ସ୍ୟ ବିଭାଗ ଅବଗତ ଅଛି ଓ ଏ ନେଇ ଜଙ୍ଗଲ ବିଭାଗ ସହ ଆଲୋଚନା କରାଯାଇ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି କୁଜଙ୍ଗ ଅତିରିକ୍ତ ମତ୍ସ ନିର୍ଦ୍ଦେଶକ ବିରଜା ପ୍ରସନ୍ନ ମହାପାତ୍ର କହିଛନ୍ତି।

ସୂଚନାଯୋଗ୍ୟ, ପ୍ରତିବର୍ଷ ଅଲିଭ୍ ରିଡଲେ କଇଁଛମାନେ ପ୍ରଜଜନ ପାଇଁ ଓଡିଶା ଉପକୂଳ ଆସିଥାନ୍ତି। ଯେଉଁଥିପାଇଁ କଇଁଛଙ୍କ ସୁରକ୍ଷା ନିମନ୍ତେ ସରକାର ନଭେମ୍ୱର ପହିଲାରୁ ମେ’ ୩୧ ପର୍ଯ୍ୟନ୍ତ ଓଡିଶା ଉପକୂଳ ଗହିରମଥାର ପୁରୁଣା ମହାନଦୀ ମୁହାଁଣଠାରୁ ଧାମରା, ରୁଷିକୁଲ୍ୟାରୁ ଦେବୀନଦୀ ମୁହାଁଣରେ ମାଛ ନ ମାରିବାକୁ କଟକଣା ଜାରି କରିଥାଆନ୍ତି। ଏହି ଅଞ୍ଚଳର କୂଳଠାରୁ ପ୍ରାୟ ୨୦ କିଲୋମିଟର ପର୍ଯ୍ୟନ୍ତ ଯନ୍ତ୍ରଚାଳିତ ବୋଟରେ ମାଛ ମାରିବା ନିଷିଦ୍ଧ କରାଯାଇଥାଏ।

Related story