ବାପି ସର୍ଖେଲଙ୍କ ଗିରଫଦାରୀ ବିରୋଧରେ ଆନ୍ଦୋଳନ

ପାରାଦୀପ: କଂଗ୍ରେସ ନେତା ବାପି ସର୍ଖେଲଙ୍କ ଗିରଫଦାରୀକୁ ନେଇ ବଢୁଛି ଅସନ୍ତୋଷ। ସିୱେଜ୍ ସିପିଂର ଜିଏମ୍ ମହେନ୍ଦ୍ର ସ୍ୱାଇଁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ରାକେଶ ଚୌବେଙ୍କ ବୟାନ ଆଧାରରେ ତାଙ୍କୁ ଗିରଫ କରାଯାଇଥିବା ବେଳେ ଏହାକୁ ବିରୋଧ କରି ଆଜି ପାରାଦୀପରେ ବିଭିନ୍ନ ଶିଳ୍ପସଂସ୍ଥାରେ ଶତାଧିକ ଶ୍ରମିକ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ। ପାରାଦୀପ-ଏରସମା ଶିଳ୍ପାଞ୍ଚଳ ବିକାଶ ପରିଷଦ ଅଧୀନରେ କାର୍ଯ୍ୟ କରୁଥିବା ଶ୍ରମିକମାନେ କାର୍ଯ୍ୟବନ୍ଦ କରି ଆନ୍ଦୋଳନକୁ ଓହ୍ଲାଇଥିଲେ। ବାପି ସର୍ଖେଲଙ୍କୁ ଅନ୍ୟାୟ ଭାବେ ଗିରଫ କରାଯାଇଛି […]

paradeep

Rakesh Mallick
  • Published: Saturday, 19 November 2016
  • , Updated: 19 November 2016, 06:11 PM IST

ପାରାଦୀପ: କଂଗ୍ରେସ ନେତା ବାପି ସର୍ଖେଲଙ୍କ ଗିରଫଦାରୀକୁ ନେଇ ବଢୁଛି ଅସନ୍ତୋଷ। ସିୱେଜ୍ ସିପିଂର ଜିଏମ୍ ମହେନ୍ଦ୍ର ସ୍ୱାଇଁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ରାକେଶ ଚୌବେଙ୍କ ବୟାନ ଆଧାରରେ ତାଙ୍କୁ ଗିରଫ କରାଯାଇଥିବା ବେଳେ ଏହାକୁ ବିରୋଧ କରି ଆଜି ପାରାଦୀପରେ ବିଭିନ୍ନ ଶିଳ୍ପସଂସ୍ଥାରେ ଶତାଧିକ ଶ୍ରମିକ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ। ପାରାଦୀପ-ଏରସମା ଶିଳ୍ପାଞ୍ଚଳ ବିକାଶ ପରିଷଦ ଅଧୀନରେ କାର୍ଯ୍ୟ କରୁଥିବା ଶ୍ରମିକମାନେ କାର୍ଯ୍ୟବନ୍ଦ କରି ଆନ୍ଦୋଳନକୁ ଓହ୍ଲାଇଥିଲେ। ବାପି ସର୍ଖେଲଙ୍କୁ ଅନ୍ୟାୟ ଭାବେ ଗିରଫ କରାଯାଇଛି ବୋଲି ସେମାନେ ଅଭିଯୋଗ କରିବା ସହିତ ତାଙ୍କୁ ନିଃସର୍ତ୍ତ ଖଲାସ କରିବାକୁ ସେମାନେ ଦାବି କରିଥିଲେ।

ବାପିଙ୍କ ଗିରଫଦାରୀକୁ ବିରୋଧ କରି କଂଗ୍ରେସର ଏସ୍‌ସି ସେଲ୍ ପକ୍ଷରୁ ମଧ୍ୟ ବିକ୍ଷୋଭ କରାଯାଇଥିଲା। ସଂଗଠନର ସଦସ୍ୟମାନେ ପାରାଦୀପ-କଟକ ରାସ୍ତାରେ ଟାୟାର ଜାଳି ଅବରୋଧ କରିଥିଲେ। ସୁରକ୍ଷା ଦୃଷ୍ଟିରୁ ଘଟଣାସ୍ଥଳରେ ୮ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ କରାଯାଇଥିଲା।

Related story