ପାରଦ୍ୱୀପ ତୈଳ ବିଶୋଧନାଗାର ଦ୍ୱାରା ବିସ୍ଥାପିତଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ଓ ଥଇଥାନ ଦିଆଯିବ

ପାରାଦ୍ୱୀପ: ପାରାଦ୍ୱୀପ ତୈଳ ବିଶୋଧନାଗାର ପ୍ରତିଷ୍ଠା ନିମନ୍ତେ ଜମିହରା ଓ ବିସ୍ଥାପିତଙ୍କ ସମସ୍ୟା ଶୀଘ୍ର ସମାଧାନ କରାଯିବ। ତୈଳ ବିଶୋଧନାଗାର ଲାଗି ବିସ୍ଥାପିତ ହୋଇଥିବା ୧୪୩ ପରିବାରଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ଓ ଥଇଥାନ କରାଯିବ। ଏହାସହ ଜମିହରା ପରିବାରଙ୍କୁ ମଧ୍ୟ ସ୍ଥାୟୀ ନିଯୁକ୍ତି ଦିଆଯିବାକୁ ବୈଠକରେ ସ୍ଥିର କରାଯାଇଛି । ଏ ନେଇ ଗତକାଲି କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନରଙ୍କ ଅଧ୍ୟକ୍ଷତାରେ ବସିଥିବା ଆରପିଡିଏସି ବୈଠକରେ ନିଷ୍ପତି ନିଆଯାଇଛି । ବୈଠକରେ ଜିଲ୍ଲାର ସମସ୍ତ ବିଧାୟକ, ସାଂସଦ , […]

jsp

Rakesh Mallick
  • Published: Monday, 07 September 2015
  • , Updated: 07 September 2015, 07:58 AM IST

ପାରାଦ୍ୱୀପ: ପାରାଦ୍ୱୀପ ତୈଳ ବିଶୋଧନାଗାର ପ୍ରତିଷ୍ଠା ନିମନ୍ତେ ଜମିହରା ଓ ବିସ୍ଥାପିତଙ୍କ ସମସ୍ୟା ଶୀଘ୍ର ସମାଧାନ କରାଯିବ। ତୈଳ ବିଶୋଧନାଗାର ଲାଗି ବିସ୍ଥାପିତ ହୋଇଥିବା ୧୪୩ ପରିବାରଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ଓ ଥଇଥାନ କରାଯିବ। ଏହାସହ ଜମିହରା ପରିବାରଙ୍କୁ ମଧ୍ୟ ସ୍ଥାୟୀ ନିଯୁକ୍ତି ଦିଆଯିବାକୁ ବୈଠକରେ ସ୍ଥିର କରାଯାଇଛି । ଏ ନେଇ ଗତକାଲି କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନରଙ୍କ ଅଧ୍ୟକ୍ଷତାରେ ବସିଥିବା ଆରପିଡିଏସି ବୈଠକରେ ନିଷ୍ପତି ନିଆଯାଇଛି । ବୈଠକରେ ଜିଲ୍ଲାର ସମସ୍ତ ବିଧାୟକ, ସାଂସଦ , ଜିଲ୍ଲାପାଳ, ପ୍ରଶାସନିକ ଅଧିକାରୀ ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।

ଦୀର୍ଘ ୩ ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ସ୍ଥାନୀୟ ବେକାର ଯୁବକ ଯୁବତୀଙ୍କୁ ୯୦ ପ୍ରତିଶତ ନିଯୁକ୍ତି ଦେବା ପାଇଁ ଦାବି ହୋଇଥିଲା । ଏହି ଦାବିକୁ ଦୃଷ୍ଟିରେ ରଖି ସ୍ଥାନୀୟ ଯୁବକମାନଙ୍କୁ ପ୍ରଥମେ ତାଲିମ କେନ୍ଦ୍ର ଖୋଲାଯାଇ ଆବଶ୍ୟକ ତାଲିମ ଦିଆଯାଇ ନିଯୁକ୍ତି ପ୍ରଦାନ କରାଯିବ ବୋଲି ନିଷ୍ପତି ଗ୍ରହଣ କରାଯାଇଥିଲା । ଏଥିସହ ଆଞ୍ଚଳିକ ଉନ୍ନୟନ ନିମନ୍ତେ କିଭଳି ଆବଶ୍ୟକ ଅର୍ଥ ବିନିଯୋଗ ହୋଇପାରିବ ସେ ନେଇ ଆଲୋଚନା କରାଯାଇଥିଲା ।

ଏ ନେଇ କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ବିକାଶ ମହାପାତ୍ର କହିଛନ୍ତି ଯେ, ବିଶୋଧନାଗାର ଲାଗି କେତେ ଲୋକ ବିସ୍ଥାପିତ ହୋଇଛନ୍ତି, କେତେ ଜଣଙ୍କୁ ନିଯୁକ୍ତି ଦିଆଯାଇଛି, କେଉଁଠି କି ପ୍ରକାର ନିଯୁକ୍ତି ଦିଆଯାଇଛି ତାହାର ତାଲିକା କର୍ତ୍ତୃପକ୍ଷ ଦେବା ପରେ ତାହାକୁ ଯାଞ୍ଚ କରାଯିବ । ଏହାସହ ପାରିପାର୍ଶ୍ୱିକ ଉନ୍ନୟନ ଲାଗି ପ୍ରତିବର୍ଷ କେତେ ଟଙ୍କା କେଉଁଠି ଖର୍ଚ୍ଚ ହେଉଛି ତାହାର ମଧ୍ୟ ଯାଞ୍ଚ କରାଯିବ । ଆବଶ୍ୟକ ସ୍ଥଳରେ ବିଡିଓ, ଅନୁଗୋଳ ବିଧାୟକ, ସରପଞ୍ଚ ଓ ସମିତି ମେମ୍ବରମାନଙ୍କ ସହ ଆଲୋଚନା କରାଯାଇ ପ୍ରୋଜେକ୍ଟ ଲିଷ୍ଟ ଦେବେ । ଏହି ଲିଷ୍ଟ ଜିଲ୍ଲାପାଳଙ୍କ ପାଖକୁ ଯିବା ପରେ ଏହାକୁ ଏକ କମିଟି ଯାଞ୍ଚ କରି ସ୍ୱୀକୃତି ପ୍ରଦାନ କରିବ । ପରେ ସେହି ଅନୁସାରେ ବ୍ୟୟ ଅଟକଳ କରାଯାଇ ପ୍ରୋଜେକ୍ଟର ନାଁ ଦିଆଯିବ । ଏହାସହ ଅଞ୍ଚଳବାସୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରୋଜେକ୍ଟ କାର୍ଯ୍ୟକାରୀ କରାଯିବ ବୋଲି କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ମହାପାତ୍ର କହିଛନ୍ତି । ଏ ନେଇ ମନ୍ତ୍ରୀ ଦାମୋଦର ରାଉତ ନିଜ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ସରକାରଙ୍କ ଆରଆର ପଲିସିରେ ୮୫ରୁ ୯୦ ପ୍ରତିଶତ ସ୍ଥାନୀୟ ପିଲାଙ୍କ ନିଯୁକ୍ତିକୁ ବାଧ୍ୟତାମୂଳକ କରାଯିବାକୁ ଦାବି କରିଛୁ । ଜମି ହରାଇଥିବା ପରିବାରର ଜଣଙ୍କୁ ଚାକିରି ଦିଆଯିବାକୁ ମଧ୍ୟ ଦାବି କରିଛୁ ବୋଲି ମନ୍ତ୍ରୀ କହିଛନ୍ତି ।

Related story