ପାରାଦୀପରେ ୫୦ ଫୁଟ ଉଚ୍ଚର ବିଜୁ ମୀନାର ଲୋକାର୍ପିତ

ପାରାଦୀପ: ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ଉତ୍ସବର ଶେଷ ଦିନରେ ପାରାଦୀପରେ ୫୦ ଫୁଟ ଉଚ୍ଚର ବିଜୁ ମୀନାର ଲୋକାର୍ପିତ ହୋଇଛି। ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଏହି ମୀନାର ବିଜୁ ବାବୁଙ୍କ ସାହସ ଓ ସ୍ୱପ୍ନର ପ୍ରତୀକ ବୋଲି କହିଥିଲେ। ଏଥିସହ ବନ୍ଦର ନଗରୀରେ ୩ କୋଟି ଟଙ୍କାରେ ନିର୍ମିତ ବିଜୁ ସ୍ମୃତି ଯାତ୍ରୀ ନିବାସକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଥିଲେ। ଜନ୍ମ ଶତବାର୍ଷିକୀ ଉତ୍ସବର ଉଦ୍‌ଯାପନୀ ଅବସରରେ ପାରାଦୀପ ପୌର ପରିଷଦ ଓ […]

paradep-bjd-

Rakesh Mallick
  • Published: Sunday, 05 March 2017
  • , Updated: 05 March 2017, 11:08 PM IST

ପାରାଦୀପ: ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ଉତ୍ସବର ଶେଷ ଦିନରେ ପାରାଦୀପରେ ୫୦ ଫୁଟ ଉଚ୍ଚର ବିଜୁ ମୀନାର ଲୋକାର୍ପିତ ହୋଇଛି। ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଏହି ମୀନାର ବିଜୁ ବାବୁଙ୍କ ସାହସ ଓ ସ୍ୱପ୍ନର ପ୍ରତୀକ ବୋଲି କହିଥିଲେ। ଏଥିସହ ବନ୍ଦର ନଗରୀରେ ୩ କୋଟି ଟଙ୍କାରେ ନିର୍ମିତ ବିଜୁ ସ୍ମୃତି ଯାତ୍ରୀ ନିବାସକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଥିଲେ।

ଜନ୍ମ ଶତବାର୍ଷିକୀ ଉତ୍ସବର ଉଦ୍‌ଯାପନୀ ଅବସରରେ ପାରାଦୀପ ପୌର ପରିଷଦ ଓ ପାରାଦୀପ ବିଜୁ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ୮ ଦିନ ଧରି ସମାରୋହ ପାଳନ କରାଯିବ।

Related story