ପେଟ୍‌କୋକ୍‌ ପରିବହନ ବିବାଦର ସାମୟିକ ଅବସାନ

ପାରାଦୀପ: ପରାଦୀପରେ ପେଟ୍‌କୋକ୍‌ ପରିବହନକୁ ନେଇ ଲାଗି ରହିଥିବା ବିବାଦ ଆଜି ସାମୟିକ ଭାବେ ଅବସାନ ଘଟିଛି। ପ୍ରଶାସନର ହସ୍ତକ୍ଷେପ ପରେ ପେଟ୍‌କୋକ୍‌ ବୋଝେଇ ହାଇୱାକୁ ପରିବହନ ପାଇଁ ଛାଡ଼ିବାକୁ ରାଜି ହୋଇଛନ୍ତି ଟ୍ରକ୍‌ ମାଲିକ ସଂଘ। ଆଇଓସିଏଲରୁ ପାରାଦୀପ ବନ୍ଦରକୁ ଆସୁଥିବା ପେଟ୍‌କୋକ୍‌ ହାଇୱାରେ ପରିବହନ କରାଯିବାକୁ ନେଇ ଟ୍ରକ୍‌ ମାଲିକ ସଂଘ ଆପତ୍ତି ଉଠାଇଥିଲା। ଏପରିକି ଟ୍ରକ୍‌ ମାଲିକ ସଂଘର ବିରୋଧ ଯୋଗୁଁ ଆଜି ପେଟ୍‌କୋକ୍‌ ବୋଝେଇ ୧୫ଟି ହାଇୱା ବିଭିନ୍ନ ସ୍ଥାନରେ ଅଟକି […]

trucks

Rakesh Mallick
  • Published: Saturday, 14 January 2017
  • , Updated: 14 January 2017, 10:03 PM IST

ପାରାଦୀପ: ପରାଦୀପରେ ପେଟ୍‌କୋକ୍‌ ପରିବହନକୁ ନେଇ ଲାଗି ରହିଥିବା ବିବାଦ ଆଜି ସାମୟିକ ଭାବେ ଅବସାନ ଘଟିଛି। ପ୍ରଶାସନର ହସ୍ତକ୍ଷେପ ପରେ ପେଟ୍‌କୋକ୍‌ ବୋଝେଇ ହାଇୱାକୁ ପରିବହନ ପାଇଁ ଛାଡ଼ିବାକୁ ରାଜି ହୋଇଛନ୍ତି ଟ୍ରକ୍‌ ମାଲିକ ସଂଘ।

ଆଇଓସିଏଲରୁ ପାରାଦୀପ ବନ୍ଦରକୁ ଆସୁଥିବା ପେଟ୍‌କୋକ୍‌ ହାଇୱାରେ ପରିବହନ କରାଯିବାକୁ ନେଇ ଟ୍ରକ୍‌ ମାଲିକ ସଂଘ ଆପତ୍ତି ଉଠାଇଥିଲା। ଏପରିକି ଟ୍ରକ୍‌ ମାଲିକ ସଂଘର ବିରୋଧ ଯୋଗୁଁ ଆଜି ପେଟ୍‌କୋକ୍‌ ବୋଝେଇ ୧୫ଟି ହାଇୱା ବିଭିନ୍ନ ସ୍ଥାନରେ ଅଟକି ରହିଥିଲା। ତେବେ ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ବିଶ୍ୱାଳଙ୍କ ସହ ଆଲୋଚନା ପରେ ବର୍ତ୍ତମାନ ପାଇଁ ହାଇୱା ଗୁଡ଼ିକୁ ଛାଡିବାକୁ ଟ୍ରକ୍‌ ମାଲିକ ସଂଘ ରାଜି ହୋଇଛି। ଉଭୟ ପକ୍ଷ ମଧ୍ୟରେ ମିଳିତ ଆଲୋଚନା ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର ହେବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଥିଲେ।

ଆଇଓସିଏଲ୍‌ରୁ ତୈଳ ବିଶୋଧନ ପରେ ଜାଳେଣି ପାଇଁ ବ୍ୟବହାର ହେଉଥିବା ଆବର୍ଜନା ହେଉଛି ପେଟ୍‌କୋକ୍‌।

Related story