ପଣ୍ୟ କାରବାର କ୍ଷେତ୍ରରେ ସାରା ଦେଶରେ ୨ୟ ହୋଇ ଇତିହାସ ରଚିଲା ପାରାଦୀପ ବନ୍ଦର

Ordigital Desk
  • Published: Sunday, 25 March 2018
  • , Updated: 25 March 2018, 10:40 PM IST
<p>ପାରାଦୀପ(ଓଡିଶା ରିପୋର୍ଟର):୨୦୧୭-୧୮ ଆର୍ଥିକ ବର୍ଷର ମାର୍ଚ୍ଚ ୨୫ ତାରିଖ ସୁଦ୍ଧା ୧୦୦ ମିଲିୟନ ମେଟ୍ରିକ ଟନ୍&zwnj; ପଣ୍ୟ କାରବାର କରି ରେକର୍ଡ ସୃଷ୍ଟି କରିଛି ପାରାଦୀପ। ଯାହାର ଶ୍ରେୟ ବନ୍ଦର ଶ୍ରମିକ, କର୍ମଚାରୀ, ବନ୍ଦର ବ୍ୟବହାରକାରୀ ସଂସ୍ଥା ଓ ଅନ୍ୟମାନଙ୍କୁ ଦେଇଛନ୍ତି ବନ୍ଦର ଅଧ୍ୟକ୍ଷ।</p> <p>ସର୍ବାଧିକ ପଣ୍ୟ କାରବାର କ୍ଷେତ୍ରରେ ସମଗ୍ର ଦେଶରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ପାରାଦୀପ ବନ୍ଦର ପୁଣିଥରେ ୧୦୦ ମିଲିୟନ୍&zwnj; ମେଟ୍ରିକ ଟନ୍&zwnj; ପଣ୍ୟ କାରବାର କରି ରେକର୍ଡ ସୃଷ୍ଟି କରିଛି। ଗତବର୍ଷ ଅପେକ୍ଷା ଚଳିତ ବର୍ଷ ୧୫ ପ୍ରତିଶତ ଅଧିକ ପଣ୍ୟ କାରବାର ହୋଇଛି। ତେବେ କେନ୍ଦ୍ର ସରକାରଙ୍କ ସାଗରମାଳା ପ୍ରକଳ୍ପ ଜରିଆରେ ୫୫ ହଜାର କୋଟି ଟଙ୍କା ପୁଞ୍ଜି ନିବେଶ କରିଥିବାରୁ ପାରାଦୀପ ବନ୍ଦର ଏସବୁ ସଫଳତା ହାସଲ କରିଛି। ସେହିଭଳି ଚଳିତ ବର୍ଷ ୬୦ ପ୍ରତିଶତ ପଣ୍ୟ ଆମଦାନୀ ହୋଇଥିବା ବେଳେ ୪୦ ପ୍ରତିଶତ ପଣ୍ୟ ରପ୍ତାନୀ କରାଯାଇଛି। ତେବେ ବନ୍ଦର ଶ୍ରମିକ, କର୍ମଚାରୀ, ବନ୍ଦର ବ୍ୟବହାରକାରୀ ସଂସ୍ଥା ଏବଂ ସମସ୍ତଙ୍କ ସହଯୋଗ ଯୋଗୁ ଏସବୁ ସମ୍ଭବ ହୋଇପାରିଛି ବୋଲି ବନ୍ଦର ଅଧକ୍ଷ କହିଛନ୍ତି। ଏହାସହ ଆଗାମୀ ଦିନରେ ପଣ୍ୟ କାରବାର କ୍ଷେତ୍ରରେ ପାରାଦୀପ ବନ୍ଦର ଏକ ନମ୍ୱର ବନ୍ଦର ହେବାର ଲକ୍ଷ ରଖିଛି ବୋଲି ବନ୍ଦର ଟ୍ରାଫିକ ମ୍ୟାନେଜର କହିଛନ୍ତି।</p> <p>ଚଳିତ ବର୍ଷ ସର୍ବମୋଟ ୪୩୪୭ ଟି ଜାହାଜ ବନ୍ଦର ଭିତରକୁ ଯାତାୟତ କରି ପଣ୍ୟ କାରବାର କରିଛି। ଏପରିକି ଗୋଟିଏ ଦିନ ବା ୨୪ ଘଣ୍ଟା ମଧ୍ୟରେ ୨୪ଟି ଜାହାଜ ବନ୍ଦର ଭିତରେ ଚଳାଚଳ କରି ରେକର୍ଡ ସୃଷ୍ଟି କରିଛି। ସେହିଭଳି ୨୯୨ ମିଟର ଲମ୍ୱର ଏକ ବୃହତ ଜାହାଜ ୧ ଲକ୍ଷ ୨୦ ହଜାର ମେଟ୍ରିକ ଟନ୍&zwnj; ପଣ୍ୟ ଆଣି ବନ୍ଦର ଭିତରକୁ ପ୍ରବେଶ କରି ରେକର୍ଡ କରିବା ସହିତ ପାରାଦୀପ ବନ୍ଦର ଗୋଟିଏ ଦିନରେ ସର୍ବାଧିକ ୫ ଲକ୍ଷ ଟନରୁ ଅଧିକ ପଣ୍ୟ କାରବାର କରି ଇତିହାସ ରଚିଛି।</p>

Related story