ପାରାଦୀପ ବନ୍ଦରରେ ଲାଗିଲା ‘ଉର୍ଜା’
- Published: Sunday, 05 November 2017
- , Updated: 05 November 2017, 01:49 PM IST
<p>ପାରାଦୀପ: ପାରାଦୀପ ବନ୍ଦରରେ ଲାଗିଛି ଏକ ବିରାଟ ଜାହାଜ। ଅଦାନି କମ୍ପାନୀ ପାଇଁ ଦକ୍ଷିଣ ଆଫ୍ରିକାରୁ ପ୍ରାୟ ୧ ଲକ୍ଷ ଟନ୍ କୋଇଲା ନେଇ ଆସିଛି ଏହି ଜାହାଜ। ଏହାକୁ କେପ୍ ସାଇଜ୍ ଭେସେଲ କୁହାଯାଉଥିବା ବେଳେ ତାର ନାଁ ରହିଛି ‘ଉର୍ଜା’। ଏହାର ଲମ୍ବ ପ୍ରାୟ ୨୯୧ ମିଟର ଏବଂ ଓସାର ୪୫ ମିଟର। ପାରାଦୀପରେ ପ୍ରଥମ ଥର ଲାଗି ଏତେ ବଡ଼ ଜାହାଜ ଲାଗିଛି।</p>
<p>ବନ୍ଦର ଅଭିବୃଦ୍ଧି ଲାଗି ବର୍ଥ ଖୋଳା ଯାଇ ଆହୁରି ଗଭୀର କରାଯାଇଥିବାରୁ ଏତେ ବଡ଼ ଜାହାଜ ବନ୍ଦର ଭିତରକୁ ଆସିପାରିଛି। ‘ଉର୍ଜା’କୁ ଆଙ୍କରେଜ୍‌ରୁ ବନ୍ଦର ମଧ୍ୟକୁ ସଫଳତାର ସହ ଆଣିଥିଲେ ଓଡ଼ଆ କ୍ୟାପଟେନ ଅତୁଲ୍ୟ କୁମାର ମହାପାତ୍ର। .</p>