ମେଡ଼ିକାଲରୁ ପାରଳା ମହାରାଜାଙ୍କ ଟଙ୍କା ଓ କାଗଜପତ୍ର ଗାଏବ!

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ମହାରାଜା ଗୋପୀନାଥ ଗଜପତି ନାରାୟଣ ଦେବଙ୍କୁ ଭର୍ତ୍ତି କରାଯାଇଥିବା ଚେନ୍ନାଇର ଏକ ଘରୋଇ ଡାକ୍ତରଖାନାରୁ ଆଜି ତାଙ୍କର ମେଡିକାଲ ରିପୋର୍ଟ, ଟଙ୍କା ଓ ଅନ୍ୟାନ୍ୟ କାଗଜପତ୍ର ଗାଏବ ହୋଇଯାଇଥିବା ପାରଳାଖେମୁଣ୍ଡି ବିଧାୟକ ସୂର୍ଯ୍ୟ ରାଓ ଅଭିଯୋଗ କରିଛନ୍ତି। ମହାରାଜାଙ୍କ ସହିତ ଚେନ୍ନାଇ ଯାଇଥିବା ରାଜପ୍ରସାଦର ପରିଚାଳିକାଙ୍କ ଦୁଇ ଭାଇ ଏସବୁ ନେଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ପାରଳାଖେମୁଣ୍ଡି ରାଜନଅର ସମ୍ମୁଖରେ ଆଜି ବିଧାୟକ ଓ ସ୍ଥାନୀୟ ଜନସାଧାରଣ ବିକ୍ଷୋଭ କରିଛନ୍ତି। […]

parala maharaja

Rakesh Mallick
  • Published: Tuesday, 16 August 2016
  • , Updated: 16 August 2016, 10:57 PM IST

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ମହାରାଜା ଗୋପୀନାଥ ଗଜପତି ନାରାୟଣ ଦେବଙ୍କୁ ଭର୍ତ୍ତି କରାଯାଇଥିବା ଚେନ୍ନାଇର ଏକ ଘରୋଇ ଡାକ୍ତରଖାନାରୁ ଆଜି ତାଙ୍କର ମେଡିକାଲ ରିପୋର୍ଟ, ଟଙ୍କା ଓ ଅନ୍ୟାନ୍ୟ କାଗଜପତ୍ର ଗାଏବ ହୋଇଯାଇଥିବା ପାରଳାଖେମୁଣ୍ଡି ବିଧାୟକ ସୂର୍ଯ୍ୟ ରାଓ ଅଭିଯୋଗ କରିଛନ୍ତି। ମହାରାଜାଙ୍କ ସହିତ ଚେନ୍ନାଇ ଯାଇଥିବା ରାଜପ୍ରସାଦର ପରିଚାଳିକାଙ୍କ ଦୁଇ ଭାଇ ଏସବୁ ନେଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ପାରଳାଖେମୁଣ୍ଡି ରାଜନଅର ସମ୍ମୁଖରେ ଆଜି ବିଧାୟକ ଓ ସ୍ଥାନୀୟ ଜନସାଧାରଣ ବିକ୍ଷୋଭ କରିଛନ୍ତି।

ଗତକାଲି ରାତିରେ ମହାରାଜାଙ୍କୁ ଭାଇଜାଗ ନିଆଯାଇଥିଲା। ସେଠାରୁ ବିମାନ ଯୋଗେ ତାଙ୍କୁ ଚେନ୍ନାଇ ନିଆଯାଇଥିଲା। ମହାରାଜାଙ୍କ ପିଏ ଏବଂ ଅନ୍ୟ ଦୁଇ ସହଯୋଗୀ ମଧ୍ୟ ତାଙ୍କ ସହିତ ଚେନ୍ନାଇ ଯାଇଛନ୍ତି।

ଗତକାଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ନେତୃତ୍ୱରେ ଏକ ୩ ଜଣିଆ ଟିମ୍‌ ଯାଇ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ସେମାନଙ୍କ ପରାମର୍ଶ କ୍ରମେ ମହାରାଜାଙ୍କୁ ଚେନ୍ନାଇ ନେବାକୁ ନିଷ୍ପତ୍ତି ନିଆଯାଇଥିଲା।

ଏ ସମ୍ପର୍କରେ ଗଜପତି ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ କହିଛନ୍ତି, “ପ୍ରଶାସନ ମହାରାଜାଙ୍କ ଚିକିତ୍ସା ପ୍ରତି ଗୁରୁତ୍ୱ ଦେଉଛି। ପାରିବାରିକ କଳହରୁ ଏପରି ଘଟଣା ଘଟିଛି।”

Related story