ପାରଳା ମହାରାଜାଙ୍କ ଝିଅ ସହ ଫୋନ୍‌ରେ କଥା ହେଲେ ମୁଖ୍ୟମନ୍ତ୍ରୀ, ମହାରାଜାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପାରଳାଖେମୁଣ୍ଡି ମହାରାଜା ଗୋପୀନାଥ ଗଜପତିଙ୍କ ଝିଅ କଲ୍ୟାଣୀ ଗଜପତିଙ୍କ ସହ ଟେଲିଫୋନ୍‌ରେ କଥା ହୋଇଥିଲେ ଓ ମହାରାଜାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିଲେ। ମହାରାଜାଙ୍କ ଚିକିତ୍ସାରେ ସରକାର ସବୁ ପ୍ରକାର ସହାୟତା ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ତା’ସହିତ ମହାରାଜାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ। ଅସୁସ୍ଥ ପାରଳାଖେମୁଣ୍ଡି ରାଜାଙ୍କୁ ଚେନ୍ନାଇର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମହାରାଜା […]

maharaja

Rakesh Mallick
  • Published: Thursday, 18 August 2016
  • , Updated: 18 August 2016, 09:33 PM IST

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପାରଳାଖେମୁଣ୍ଡି ମହାରାଜା ଗୋପୀନାଥ ଗଜପତିଙ୍କ ଝିଅ କଲ୍ୟାଣୀ ଗଜପତିଙ୍କ ସହ ଟେଲିଫୋନ୍‌ରେ କଥା ହୋଇଥିଲେ ଓ ମହାରାଜାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିଲେ। ମହାରାଜାଙ୍କ ଚିକିତ୍ସାରେ ସରକାର ସବୁ ପ୍ରକାର ସହାୟତା ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ତା’ସହିତ ମହାରାଜାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ।

ଅସୁସ୍ଥ ପାରଳାଖେମୁଣ୍ଡି ରାଜାଙ୍କୁ ଚେନ୍ନାଇର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମହାରାଜା ଚିକିତ୍ସିତ ହେଉଥିବା ହସ୍ପିଟାଲକୁ ଯାଇ ତାଙ୍କ ସ୍ୱାସ୍ଥାବସ୍ଥାର ତଦାରଖ କରିଛନ୍ତି। ମହାରାଜାଙ୍କୁ ସେଠାରେ କେମିତି ଚିକିତ୍ସା ମିଳୁଛି ମନ୍ତ୍ରୀ ଅନୁଧ୍ୟାନ କରିଛନ୍ତି। ମନ୍ତ୍ରୀ ନାୟକ କହିଛନ୍ତି, “ମହାରାଜାଙ୍କୁ ଉନ୍ନତ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଗତକାଲି ନିର୍ଦ୍ଦେଶ ଦେଇଥିଲେ। ମହାରାଜା କିପରି ଉତ୍ତମ ଚିକିତ୍ସା ପାଇ ପାରିବେ ସେ ନେଇ ଆଜି ମୁଁ ଆଲୋଚନା କରିଛି। ରାଜ୍ୟ ସରକାର ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବେ। ମୁଖ୍ୟମନ୍ତ୍ରୀ ଆଜି ମହାରାଜାଙ୍କ ଝିଅ ସହ ଫୋନରେ ଆଲୋଚନା କରିଛନ୍ତି।”

Related story