ସୌମ୍ୟ ମୃତ୍ୟୁ ମିଷ୍ଟ୍ରୀ, ବିଦ୍ୟାଭାରତୀଙ୍କୁ ୪ ଘଣ୍ଟା ଘାଣ୍ଟିଲା ପୁଲିସ

ଉଦଳା(ମାନସ ପାଣି): ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ(ଏସିଏଫ୍‌) ସୌମ୍ୟରଂଜନ ମହାପାତ୍ରଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ମୟୂରଭଞ୍ଜ ଜିଲ୍ଲା ଉଦଳା ସ୍ଥିତ ଘରେ ପୁଲିସ୍‌। ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ଯାଇଥିବା ୪ ଜଣିଆ ପୁଲିସ ଟିମ୍‌ ବିଦ୍ୟାଭାରତୀଙ୍କୁ ଜେରା କରିଛି। ତାଙ୍କୁ ୪ ଘଣ୍ଟାରୁ ଅଧିକ ସମୟ ଧରି ପଚରାଉଚରା କରିଛି। ବିଦ୍ୟାଙ୍କ ସହ ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ପଚରାଉଚରା କରାଯାଇଛି। ସୌମ୍ୟ ଯେଉଁଦିନ ପୋଡ଼ି ଯାଇଥିଲେ, ସେହିଦିନ ବିଦ୍ୟାଭାରତୀଙ୍କୁ ଆଣିବାକୁ ଯାଇଥିବା […]

Bidya

Manoranjan Sial
  • Published: Tuesday, 03 August 2021
  • , Updated: 03 August 2021, 04:08 PM IST

ଉଦଳା(ମାନସ ପାଣି): ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ(ଏସିଏଫ୍‌) ସୌମ୍ୟରଂଜନ ମହାପାତ୍ରଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ମୟୂରଭଞ୍ଜ ଜିଲ୍ଲା ଉଦଳା ସ୍ଥିତ ଘରେ ପୁଲିସ୍‌। ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ଯାଇଥିବା ୪ ଜଣିଆ ପୁଲିସ ଟିମ୍‌ ବିଦ୍ୟାଭାରତୀଙ୍କୁ ଜେରା କରିଛି। ତାଙ୍କୁ ୪ ଘଣ୍ଟାରୁ ଅଧିକ ସମୟ ଧରି ପଚରାଉଚରା କରିଛି। ବିଦ୍ୟାଙ୍କ ସହ ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ପଚରାଉଚରା କରାଯାଇଛି। ସୌମ୍ୟ ଯେଉଁଦିନ ପୋଡ଼ି ଯାଇଥିଲେ, ସେହିଦିନ ବିଦ୍ୟାଭାରତୀଙ୍କୁ ଆଣିବାକୁ ଯାଇଥିବା ଗାଡ଼ି ଚାଳକଙ୍କୁ ବି ପୁଲିସ ଜେରା କରିଥିବା ସୂଚନା ମିଳିଛି। ଜେରା ନେଇ ବିଦ୍ୟାଭାରତୀ କିମ୍ବା ତାଙ୍କ ପରିବାର ଲୋକେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ଆଜି ଦ୍ୱିତୀୟ ଥର ପାଇଁ ବିଦ୍ୟାଭାରତୀଙ୍କୁ ପୁଲିସ ଜେରା କରିଛି।

ସେପଟେ ଜେରା ନେଇ ତଦନ୍ତ ଅଧିକାରୀ ବିବେକାନନ୍ଦ ସ୍ୱାଇଁ କହିଛନ୍ତି, ବିଦ୍ୟାଭାରତୀଙ୍କୁ ପଚରାଉଚରା କଲୁ। ଡ୍ରାଇଭରଙ୍କୁ ବି ଜେରା କରାଗଲା। ଫ୍ରି ଆଣ୍ଡ ଫେୟାର ଭାବେ ତଦନ୍ତ କରାଯାଉଛି ବୋଲି ତଦନ୍ତ ଅଧିକାରୀ କହିଛନ୍ତି।

[caption id="attachment_664012" align="aligncenter" width="650"] ଏସିଏଫ୍‌ ସୌମ୍ୟ ଓ ପତ୍ନୀ ବିଦ୍ୟା(ଫାଇଲଫଟୋ)[/caption]

ବାହାଘରର ମାସେ ପରେ ପତ୍ନୀ ବିଦ୍ୟାଭାରତୀଙ୍କୁ ଧରି ସୌମ୍ୟ ପାରଳାଖେମୁଣ୍ଡି ସ୍ଥିତ ସରକାରୀ କ୍ୱାର୍ଟର୍ସକୁ ଚାଲି ଯାଇଥିଲେ। ସେଠାରେ ସ୍ୱାମୀ ଓ ସ୍ତ୍ରୀ ରହୁଥିଲେ। ତେବେ ଗତ ୧୨ ତାରିଖ ରାତିରେ ସୌମ୍ୟ ଓ ପତ୍ନୀ ବିଦ୍ୟାଭାରତୀ କ୍ୱାର୍ଟର୍ସରେ ଥିଲେ। ରାତି ପ୍ରାୟ ୯ଟା ବେଳେ ସୌମ୍ୟଙ୍କ ଦେହରେ ନିଆଁ ଲାଗି ଯାଇଥିଲା। ଏନେଇ ସୌମ୍ୟଙ୍କ ପତ୍ନୀ ବିଦ୍ୟା ଭାରତୀ ପଡ଼ୋଶୀଙ୍କୁ ସୂଚନା ଦେଇଥିଲେ। ତା’ପରେ ତାଙ୍କୁ ମେଡିକାଲ୍‌ ନେବା ପାଇଁ ଆମ୍ୱୁଲାନ୍ସକୁ ଫୋନ୍‌ କରାଯାଇଥିଲା। ମାତ୍ର ଆମ୍ୱୁଲାନ୍ସ ଆସିବାରେ ବିଳମ୍ୱ ହେବାରୁ ଅଫିସ୍‌ ଗାଡ଼ିରେ ସୌମ୍ୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପାରଳାଖେମୁଣ୍ଡି ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ପରେ ତାଙ୍କୁ କଟକର ଏକ ଘରୋଇ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ୧୩ ତାରିଖ ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ସରକାରୀ କ୍ୱାର୍ଟର୍ସରେ ସୌମ୍ୟ ଓ ବିଦ୍ୟାଭାରତୀ ନୁହେଁ ଥିଲେ। ତେବେ ସୌମ୍ୟଙ୍କ ଶରୀରରେ କେମିତି ଲାଗିଲା ନିଆଁ, ତାହା ପତ୍ନୀ ବିଦ୍ୟାଭାରତୀ ଜାଣିପାରିଲେ ନାହିଁ। ସ୍ୱାମୀ ମରିବାର ଦୁଇ ଦିନ ପରେ ମଧ୍ୟ ବିଦ୍ୟା ମୁହଁ ଖୋଲୁନଥିଲେ। ଏହାକୁ ନେଇ ସୌମ୍ୟଙ୍କ ପରିବାର ବଦ୍ୟାଙ୍କ ବିରୋଧରେ ଆଣିଥିଲେ ସଙ୍ଗୀନ ଅଭିଯୋଗ। ମାନସିକ ଚାପ ଓ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରାଙ୍କ ସହିତ ଅନୈତିକ ସମ୍ପର୍କ ରଖିଥିବା ସୌମ୍ୟଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ। ପରବର୍ତ୍ତୀ ସମୟରେ ବିଦ୍ୟା ଓ ସଂଗ୍ରାମ ଏହାକୁ ଖଣ୍ଡନ କରିଥିଲେ। ତେବେ ସୌମ୍ୟଙ୍କ ବାପାଙ୍କ ଅଭିଯୋଗ ପରେ ପାରଳାଖେମୁଣ୍ଡି ଥାନା ପୁଲିସ ଓ କ୍ରାଇମବ୍ରାଞ୍ଚ ମିଳିତ ଭାବେ ତଦନ୍ତ କରିଥିଲେ। ଡିଏଫ୍‌ଓ, ବିଦ୍ୟାଭାରତୀ, ରୋଷେୟା, ବଲାଙ୍ଗିର ନେଇଥିବା କାର୍‌ ଚାଳକଙ୍କୁ ଜେରା କରାଯାଇଥିଲା। ଜେରା ପରେ ଡିଏଫ୍‌ଓଙ୍କୁ କ୍ଲିନ୍‌ଚିଟ୍‌ ଦେଇଥିଲେ ପାରଳାଖେମୁଣ୍ଡି ଏସ୍‌ପି। ତେବେ ଏଠି ପ୍ରଶ୍ନ ଉଠୁଛି ସୌମ୍ୟ କେମିତି ପୋଡ଼ି ହେଲେ? ଏହାର ଖିଅ ଖୋଜିବା ପାଇଁ ପାରଳାଖେମୁଣ୍ଡି ପୁଲିସ ବିଦ୍ୟାଙ୍କୁ ଜେରା କରୁଛି।

ଏହି ମାମଲାକୁ ୨୩ ଦିନ ବିତି ଯାଇଥିଲେ ସୁଦ୍ଧା ପୁଲିସ କାହାକୁ ଗିରଫ କରିନାହିଁ।

Related story