ପୁଅ ଓ ଝିଅଙ୍କୁ ଧରି କୂଅକୁ ଡେଇଁଲା ମା’!, କାରଣ ଅସ୍ପଷ୍ଟ

ଗଜପତି: ଗଜପତି ଜିଲ୍ଲା ରାୟଗଡ଼ ଥାନା ନାରଙ୍ଗିଝୁଲା ଗାଁରେ ଅଭାବନୀୟ ଘଟଣା। ଗୋଟିଏ କୂଅରୁ ପୁଅ ଓ ଝିଅଙ୍କ ସହ ମା’ର ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳାଙ୍କ ନାଁ ବନିତା କାର୍ଜି। ୧୦ ମାସର ଝିଅ ଶୁଭସ୍ମିତା ଓ ୪ ବର୍ଷର ପୁଅ ସାଗର ମୃତଦେହ ମଧ୍ୟ କୂଅରୁ ମିଳିଛି। କେଉଁ ପରିସ୍ଥିତିରେ ଏଭଳି ଅଭାବନୀୟ ଘଟଣା ଘଟିଲା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନି। ପାରିବାରିକ କଳହକୁ କେନ୍ଦ୍ର କରି ପୁଅ ଓ ଝିଅକୁ ଧରି […]

paralakhamundi

Rakesh Mallick
  • Published: Thursday, 06 July 2017
  • , Updated: 06 July 2017, 11:01 PM IST

ଗଜପତି: ଗଜପତି ଜିଲ୍ଲା ରାୟଗଡ଼ ଥାନା ନାରଙ୍ଗିଝୁଲା ଗାଁରେ ଅଭାବନୀୟ ଘଟଣା। ଗୋଟିଏ କୂଅରୁ ପୁଅ ଓ ଝିଅଙ୍କ ସହ ମା’ର ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳାଙ୍କ ନାଁ ବନିତା କାର୍ଜି। ୧୦ ମାସର ଝିଅ ଶୁଭସ୍ମିତା ଓ ୪ ବର୍ଷର ପୁଅ ସାଗର ମୃତଦେହ ମଧ୍ୟ କୂଅରୁ ମିଳିଛି। କେଉଁ ପରିସ୍ଥିତିରେ ଏଭଳି ଅଭାବନୀୟ ଘଟଣା ଘଟିଲା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନି। ପାରିବାରିକ କଳହକୁ କେନ୍ଦ୍ର କରି ପୁଅ ଓ ଝିଅକୁ ଧରି କୂଅକୁ ଡେଇଁପଡ଼ିଥିବା ସନ୍ଦେହ କରାଯାଉଛି। ଏନେଇ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତ ମହିଳାଙ୍କ ସ୍ୱାମୀ ଜୟଚନ୍ଦ୍ର କାର୍ଜି ଫେରାର୍ ଥିବା ଜଣାପଡ଼ିଛି।

Related story