ବିଶିଷ୍ଟ ସାହିତ୍ୟିକ ବିଭୁତି ଭୂଷଣ ପ୍ରଧାନଙ୍କ ପରଲୋକ

ଭୁବନେଶ୍ୱର: ବିଶିଷ୍ଟ ସାହିତ୍ୟିକ ବିଭୁତି ଭୂଷଣ ପ୍ରଧାନଙ୍କ ଆଜି ହୃଦଘାତରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ହୋଇଥିଲା। ତାଙ୍କ ବିୟୋଗରେ ସାହିତ୍ୟିକଙ୍କ ମହଲରେ ଶୋକର ଛାୟା ଖେଳି ଯାଇଛି। ସ୍ୱର୍ଗତ ପ୍ରଧାନ ଛତିଶଗଡ଼ ରାଜ୍ୟର କୋରବାସ୍ଥିତ ନବୋଦୟ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ। ଆଜି ସେ ହଠାତ୍ ଅସୁସ୍ଥ ହୋଇପଡ଼ିବାରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। କେନ୍ଦ୍ରାପଡ଼ା ଜିଲ୍ଲା ବଳରାମପୁର ଗାଁରେ ଜନ୍ମଗ୍ରହଣ କରିଥିବା ପ୍ରଧାନ ଶିକ୍ଷକତା ସହ ସାହିତ୍ୟ କ୍ଷେତ୍ରରେ […]

b.b pradhan

Rakesh Mallick
  • Published: Wednesday, 24 August 2016
  • , Updated: 24 August 2016, 03:11 PM IST

ଭୁବନେଶ୍ୱର: ବିଶିଷ୍ଟ ସାହିତ୍ୟିକ ବିଭୁତି ଭୂଷଣ ପ୍ରଧାନଙ୍କ ଆଜି ହୃଦଘାତରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ହୋଇଥିଲା। ତାଙ୍କ ବିୟୋଗରେ ସାହିତ୍ୟିକଙ୍କ ମହଲରେ ଶୋକର ଛାୟା ଖେଳି ଯାଇଛି।

ସ୍ୱର୍ଗତ ପ୍ରଧାନ ଛତିଶଗଡ଼ ରାଜ୍ୟର କୋରବାସ୍ଥିତ ନବୋଦୟ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ। ଆଜି ସେ ହଠାତ୍ ଅସୁସ୍ଥ ହୋଇପଡ଼ିବାରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

କେନ୍ଦ୍ରାପଡ଼ା ଜିଲ୍ଲା ବଳରାମପୁର ଗାଁରେ ଜନ୍ମଗ୍ରହଣ କରିଥିବା ପ୍ରଧାନ ଶିକ୍ଷକତା ସହ ସାହିତ୍ୟ କ୍ଷେତ୍ରରେ ବେଶ୍‌ ପ୍ରତିଷ୍ଠା ଲାଭ କରିଥିଲେ। ‘ଯାତ୍ରା’, ‘ହ୍ୟାକିଂ’, ‘ଅର୍ଦ୍ଧସତ୍ୟ’, ‘ଢେଉ’ ଓ ‘ନଟ ଭଳି ବହୁ ଗଳ୍ପ ଓ ଉପନ୍ୟାସ ରଚନା କରି ବହୁ ଲୋକପ୍ରିୟ ହାସଲ କରିଥିଲେ।

ଆସନ୍ତାକାଲି ବଳରାମପୁରରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବ।

Related story