ପାରମିତା ଶତପଥୀ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ଭୁବନେଶ୍ୱର: ୨୦୧୬ ବର୍ଷ ପାଇଁ ବିଶିଷ୍ଟ ଲେଖିକା ପାରମିତା ଶତପଥୀଙ୍କ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ। କ୍ଷୁଦ୍ରଗଳ୍ପ ସଂକଳନ ‘ପ୍ରାପ୍ତି’ ପାଇଁ ତାଙ୍କୁ ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ସାହିତ୍ୟ କ୍ଷେତ୍ରରେ ପାରମିତାଙ୍କର ବହୁ ଅବଦାନ ରହିଛି। ପୂର୍ବରୁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ, ଭାରତୀୟ ଭାଷା ପରିଷଦ ଯୁବ ପୁରସ୍କାର,ଗଙ୍ଗାଧର ରଥ ଫାଉଣ୍ଡେସନ୍‌ ଆୱାର୍ଡ ଓ ଭୁବନେଶ୍ୱର ବୁକ୍‌ ଫେୟାର ପୁରସ୍କାରରେ ତାଙ୍କୁ ସମ୍ମାନିତ କରାଯାଇଛି। ତାଙ୍କର ଅନେକ ଉପନ୍ୟାସ ହିନ୍ଦୀ, ଇଂରାଜୀ,ବଙ୍ଗଳା,ତେଲୁଗୁ […]

paramita

Rakesh Mallick
  • Published: Wednesday, 21 December 2016
  • , Updated: 21 December 2016, 02:19 PM IST

ଭୁବନେଶ୍ୱର: ୨୦୧୬ ବର୍ଷ ପାଇଁ ବିଶିଷ୍ଟ ଲେଖିକା ପାରମିତା ଶତପଥୀଙ୍କ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ। କ୍ଷୁଦ୍ରଗଳ୍ପ ସଂକଳନ ‘ପ୍ରାପ୍ତି’ ପାଇଁ ତାଙ୍କୁ ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ସାହିତ୍ୟ କ୍ଷେତ୍ରରେ ପାରମିତାଙ୍କର ବହୁ ଅବଦାନ ରହିଛି। ପୂର୍ବରୁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ, ଭାରତୀୟ ଭାଷା ପରିଷଦ ଯୁବ ପୁରସ୍କାର,ଗଙ୍ଗାଧର ରଥ ଫାଉଣ୍ଡେସନ୍‌ ଆୱାର୍ଡ ଓ ଭୁବନେଶ୍ୱର ବୁକ୍‌ ଫେୟାର ପୁରସ୍କାରରେ ତାଙ୍କୁ ସମ୍ମାନିତ କରାଯାଇଛି। ତାଙ୍କର ଅନେକ ଉପନ୍ୟାସ ହିନ୍ଦୀ, ଇଂରାଜୀ,ବଙ୍ଗଳା,ତେଲୁଗୁ ଓ ମରାଠୀ ଭଳି ଅନେକ ଭାଷାରେ ରୂପାନ୍ତର ହୋଇଛି।

୧୯୮୯ରେ ଇଣ୍ଡିଆନ ରେଭେନ୍ୟୁ ସର୍ଭିସରେ ଯୋଗ ଦେଇଥିଲେ ପାରମିତା।ବର୍ତ୍ତମାନ ସେ ଆୟକର ବିଭାଗର କମିଶନର ଭାବେ କାର୍ଯ୍ୟରତ ଅଛନ୍ତି।

Related story