ବୋହୂ ଅବସ୍ଥା ସଙ୍କଟାପନ୍ନ,କଟକ ସ୍ଥାନାନ୍ତର

ଭୁବନେଶ୍ୱର(ଓଡିଶା ରିପୋର୍ଟର): ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ରେ ଘଟିଥିବା ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ଆହତ ବୋହୂ ରୀନାରାଣୀ ସାହୁଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଛି। ତେଣୁ ତାଙ୍କୁ ଆଜି ଭୋର ୪ଟାରେ ବୁର୍ଲାରୁ କଟକ ଏସ୍‌ସିବିକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ଶରୀରର ୩୬ ପ୍ରତିଶତ ପୋଡ଼ି ଯାଇଛି। ଫେବ୍ରୃଆରୀ୧୮ ତାରିଖରେ ପାଟଣାଗଡ଼ର ବ୍ରହ୍ମପଡ଼ାର ସୌମଶେଖରଙ୍କ ସହ ରୀନାରାଣୀଙ୍କ ବିବାହ ହୋଇଥିଲା। ୨୩ ତାରିଖ ଦିନ ପାର୍ସଲରେ ଏକ ଉପହାର ଘରକୁ ଆସିଥିଲା। ଏହି ପାର୍ସଲକୁ ଖୋଲିବା ସମୟରେ ଭୟଙ୍କର […]

fire

Rakesh Mallick
  • Published: Sunday, 25 February 2018
  • , Updated: 25 February 2018, 11:46 AM IST

ଭୁବନେଶ୍ୱର(ଓଡିଶା ରିପୋର୍ଟର): ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ରେ ଘଟିଥିବା ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ଆହତ ବୋହୂ ରୀନାରାଣୀ ସାହୁଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଛି। ତେଣୁ ତାଙ୍କୁ ଆଜି ଭୋର ୪ଟାରେ ବୁର୍ଲାରୁ କଟକ ଏସ୍‌ସିବିକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ଶରୀରର ୩୬ ପ୍ରତିଶତ ପୋଡ଼ି ଯାଇଛି। ଫେବ୍ରୃଆରୀ୧୮ ତାରିଖରେ ପାଟଣାଗଡ଼ର ବ୍ରହ୍ମପଡ଼ାର ସୌମଶେଖରଙ୍କ ସହ ରୀନାରାଣୀଙ୍କ ବିବାହ ହୋଇଥିଲା। ୨୩ ତାରିଖ ଦିନ ପାର୍ସଲରେ ଏକ ଉପହାର ଘରକୁ ଆସିଥିଲା। ଏହି ପାର୍ସଲକୁ ଖୋଲିବା ସମୟରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଫଳରେ ସୌମଶେଖର, ତାଙ୍କ ଜେଜେମା ଓ ରୀନାରାଣୀ ଗୁରୁତର ଆହତ ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସୌମଶେଖର ଓ ତାଙ୍କ ଜେଜେମାଙ୍କର ସେହିଦିନ ହିଁ ମୃତ୍ୟୁ ହୋଇଯାଇଥିଲା। ରୀନାରାଣୀଙ୍କୁ ସେଠାରୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା।

ଆହୁରି ପଢ଼ନ୍ତୁସ୍ୱପ୍ନ ଦେଖା ସରିନି, ମଉଳି ଗଲା ସୁଖ

ପାର୍ସଲଟି ରାୟପୁରରୁ ଏକ କୋରିୟର କଂପାନୀ ଯୋଗେ ଆସିଥିଲା ବୋଲି ଜଣାପଡ଼ିଛି। ପୋଲିସ୍ ଘଟଣାର ତଦନ୍ତ କରୁଛି।

ଆହୁରି ପଢ଼ନ୍ତୁ- ଉପହାର ପ୍ୟାକେଟରେ କିଏ ଖଞ୍ଜିଥିଲା ମୃତ୍ୟୁର ଷଡ଼ଯନ୍ତ୍ର? ଏମାନଙ୍କ ଉପରେ ସନ୍ଦେହ ଘନୀଭୂତ

 

Related story