ପାରାଦୀପ ପିପିଏଲ୍‌ ପ୍ଲାଣ୍ଟରୁ ଗ୍ୟାସ୍‌ ଲିକ୍ ଅଭିଯୋଗ

ପାରାଦୀପ: ପାରାଦୀପ ସ୍ଥିତ  ପିପିଏଲ୍‌ ପ୍ଲାଣ୍ଟରୁ ଗତକାଲି ସନ୍ଧ୍ୟାରେ ଗ୍ୟାସ୍‌ ଲିକ୍‌ ହୋଇଥିବା ଅଭିଯୋଗ ହୋଇଛି। ଗ୍ୟାସ୍‌ ଲିକ୍‌ ପ୍ରଭାବରେ ସ୍ଥାନୀୟ ତାରିଣୀଗଡ଼ା ଓ ଅଠରବାଙ୍କୀ ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା। ଏହାକୁ ନେଇ ଲୋକେ ଭୟଭୀତ ହୋଇ ପଡ଼ିଥିଲେ। ପ୍ଲାଣ୍ଟରୁ  ଗ୍ୟାସ୍‌ ଲିକ୍‌ ନେଇ ଲୋକେ ଅଭିଯୋଗ କରିବା ପରେ  ପିପିଏଲ୍‌ କର୍ତ୍ତୃପକ୍ଷ କିନ୍ତୁ ଭିନ୍ନ ଭିନ୍ନ ମତ ଦେଇଛନ୍ତି। ଏହା ଗ୍ୟାସ୍‌ ନୁହେଁ ବରଂ ଜଳୀୟ ବାଷ୍ପ ବୋଲି କହିଛନ୍ତି। ବର୍ଷା ଯୋଗୁଁ ଏହା ଉପରକୁ […]

pradeep

Rakesh Mallick
  • Published: Thursday, 07 July 2016
  • , Updated: 07 July 2016, 10:15 AM IST

ପାରାଦୀପ: ପାରାଦୀପ ସ୍ଥିତ  ପିପିଏଲ୍‌ ପ୍ଲାଣ୍ଟରୁ ଗତକାଲି ସନ୍ଧ୍ୟାରେ ଗ୍ୟାସ୍‌ ଲିକ୍‌ ହୋଇଥିବା ଅଭିଯୋଗ ହୋଇଛି। ଗ୍ୟାସ୍‌ ଲିକ୍‌ ପ୍ରଭାବରେ ସ୍ଥାନୀୟ ତାରିଣୀଗଡ଼ା ଓ ଅଠରବାଙ୍କୀ ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା। ଏହାକୁ ନେଇ ଲୋକେ ଭୟଭୀତ ହୋଇ ପଡ଼ିଥିଲେ। ପ୍ଲାଣ୍ଟରୁ  ଗ୍ୟାସ୍‌ ଲିକ୍‌ ନେଇ ଲୋକେ ଅଭିଯୋଗ କରିବା ପରେ  ପିପିଏଲ୍‌ କର୍ତ୍ତୃପକ୍ଷ କିନ୍ତୁ ଭିନ୍ନ ଭିନ୍ନ ମତ ଦେଇଛନ୍ତି। ଏହା ଗ୍ୟାସ୍‌ ନୁହେଁ ବରଂ ଜଳୀୟ ବାଷ୍ପ ବୋଲି କହିଛନ୍ତି। ବର୍ଷା ଯୋଗୁଁ ଏହା ଉପରକୁ ନ ଯାଇ  ତଳକୁ ଆସୁଥିବା ପିପିଏଲ୍‌ କର୍ତ୍ତୃପକ୍ଷ ସଫେଇ ଦେଇଛନ୍ତି।

ନିର୍ଗତ ଗ୍ୟାସ୍‌ ସଲଫର୍‌ ଟ୍ରାଇ ଅକ୍ସାଇଡ୍‌ ବୋଲି ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ଅଧିକାରୀ କହିଛନ୍ତି। ଏହା ମାରାତ୍ମକ ନ ହେଲେ ମଧ୍ୟ ଦୀର୍ଘ ଦିନ ଧରି ନିର୍ଗତ ହେଲେ କ୍ଷତିକାରକ ହୋଇପାରେ ବୋଲି ସେ ମତ ଦେଇଛନ୍ତି। ପିପିଲ୍ ପ୍ଲାଣ୍ଟ୍‌ ନିକଟରେ ଏଭଳି ଘଟଣା ବାରମ୍ୱାର ଘଟୁଥିବାରୁ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ସ୍ଥାନୀୟ ବାସିନ୍ଦା ବାମଦେବ ସାହୁ କହିଛନ୍ତି, “ପିପିଏଲ୍‌ ପ୍ଲାଣ୍ଟରୁ ଗ୍ୟାସ୍‌ ନିର୍ଗତ ହେବାରୁ ଦୀର୍ଘ ୪ ଘଣ୍ଟା ହେବ ଲୋକେ କବାଟ ଦେଇ ଘରେ ରହିଛନ୍ତି। ପିପିଏଲ୍‌ କମ୍ପାନୀ ଯେଉଁ ଗ୍ୟାସ୍‌ ଛାଡୁଛି ତେଣୁ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ଆମେ ପ୍ରଶାସନକୁ ଅନୁରୋଧ କରୁଛୁ ପିପିଏଲ୍ ଯେଉଁଭଳି ଶଦ୍ଦ ପ୍ରଦୂଷଣ ଓ ବାୟୁ ପ୍ରଦୂଷଣ କରୁଛି ଏହାକୁ ତୁରନ୍ତ ବନ୍ଦ କରାଯାଉ।”

Related story