ନୀଳଗିରି(ବିଶ୍ୱମ୍ଭର ଦାସ): ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ୍ ବାଲିଆଝର ହାଇସ୍କୁଲରେ ଉତ୍ତେଜନା ପ୍ରକାଶ ପାଇଛି। ଅଭିଭାବକମାନେ ସ୍କୁଲ ଆଗରେ ହଙ୍ଗାମା କରିଛନ୍ତି। ଏପରିକି ପ୍ରଧାନଶିକ୍ଷକଙ୍କୁ ଆକ୍ରମଣ ହୋଇଥିବା ହୋଇଥିବା ଅଭିଯୋଗ ହୋଇଛି। ଲୋକଙ୍କୁ ବୁଝାସୁଝା କରିବାକୁ ଆସିଥିବା DWOଙ୍କୁ ମଧ୍ୟ ଉତ୍ୟକ୍ତ ଲୋକେ ଅଟକ ରଖିଥିବା ସୂଚନା ମିଳିଛି।
ମଙ୍ଗଳବାର ଏହି ସ୍କୁଲର ଅଷ୍ଟମ ଶ୍ରେଣୀ ଛାତ୍ରୀ ସୁଚିତ୍ରା ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ନୀଳଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ଦିଆନଯିବା ଓ ଚିକିତ୍ସାରେ ଅବହେଳା ଯୋଗୁ ଝିଅର ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ। ଏହାକୁ ନେଇ ଆଜି ସ୍କୁଲରେ ଉତ୍ତେଜନା ଦେଖାଦେଇଛି।