ଜଣେ ସୌମ୍ୟ ଅଙ୍ଗ ତସ୍କରୀ ଆଶଙ୍କା କରୁଛନ୍ତି, ଆଉ ଜଣେ କହିଲେ ଛୋଟ ଅଘଟଣ

ଭୁବନେଶ୍ବର (ଓଡ଼ିଶା ରିପୋର୍ଟର): ନୟାଗଡ଼ର ୫ ବର୍ଷର ଝିଅ ‘ପରୀ’ ହତ୍ୟା ଘଟଣାକୁ ନେଇ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି ଜୋର ଧରିଥିବା ବେଳେ ଲକ୍ଷ୍ମୀପ୍ରସାଦ ସରପଞ୍ଚ ସୌମ୍ୟରଂଜନ ପ୍ରଧାନ ଏହା ପଛରେ ଅଙ୍ଗ ତସ୍କରୀ ଆଶଙ୍କା କରିଛନ୍ତି। ଅନ୍ୟପକ୍ଷରେ ଖଣ୍ଡପଡ଼ା ବିଧାୟକ ତଥା ବିଜେଡି ଉପସଭାପତି ସୌମ୍ୟରଞ୍ଜନ ପଟ୍ଟନାୟକ ଏହା ଏକ ଛୋଟ ଅଘଟଣ ବୋଲି କହିଛନ୍ତି। ବିଧାୟକ ଶ୍ରୀ ପଟ୍ଟନାୟକ କହିଛନ୍ତି, ଏହା ଗୋଟିଏ ଛୋଟ ଅଘଟଣ। ପରବର୍ତ୍ତୀ ସମୟରେ ପୁଲିସ୍ ଏହାକୁ […]

pari

pari

Jitendra Garnayak
  • Published: Friday, 27 November 2020
  • Updated: 27 November 2020, 02:25 PM IST

Sports

Latest News

ଭୁବନେଶ୍ବର (ଓଡ଼ିଶା ରିପୋର୍ଟର): ନୟାଗଡ଼ର ୫ ବର୍ଷର ଝିଅ ‘ପରୀ’ ହତ୍ୟା ଘଟଣାକୁ ନେଇ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି ଜୋର ଧରିଥିବା ବେଳେ ଲକ୍ଷ୍ମୀପ୍ରସାଦ ସରପଞ୍ଚ ସୌମ୍ୟରଂଜନ ପ୍ରଧାନ ଏହା ପଛରେ ଅଙ୍ଗ ତସ୍କରୀ ଆଶଙ୍କା କରିଛନ୍ତି। ଅନ୍ୟପକ୍ଷରେ ଖଣ୍ଡପଡ଼ା ବିଧାୟକ ତଥା ବିଜେଡି ଉପସଭାପତି ସୌମ୍ୟରଞ୍ଜନ ପଟ୍ଟନାୟକ ଏହା ଏକ ଛୋଟ ଅଘଟଣ ବୋଲି କହିଛନ୍ତି।

ବିଧାୟକ ଶ୍ରୀ ପଟ୍ଟନାୟକ କହିଛନ୍ତି, ଏହା ଗୋଟିଏ ଛୋଟ ଅଘଟଣ। ପରବର୍ତ୍ତୀ ସମୟରେ ପୁଲିସ୍ ଏହାକୁ ହତ୍ୟା ବୋଲି କହିଛି। ସେଥିରେ କାହାରି ସଂପୃକ୍ତି ଅଛି କି ନାହିଁ ତଦନ୍ତରୁ ଜଣାପଡ଼ିବ। ଏହାକୁ ନେଇ ବିରୋଧୀ ଦଳ ଗୃହକୁ ଅଚଳ କରି ରଖିବାର କିଛି କାରଣ ନାହିଁ।

ଅନ୍ୟପକ୍ଷରେ ପରୀ ହତ୍ୟା ଘଟଣାକୁ ନେଇ ନୟାଗଡ଼ ଜିଲ୍ଲା ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ସରପଞ୍ଚ ସୌମ୍ୟରଂଜନ ପ୍ରଧାନ ଅନେକ ସାଂଘାତିକ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ପରୀ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ବାବୁଲିକୁ ଘଣ୍ଟ ଘୋଡ଼ା ଯାଉଛି। ମନ୍ତ୍ରୀ ଅରୁଣ ସାହୁ ଘଣ୍ଟ ଘୋଡ଼ାଉଛନ୍ତି। ବାବୁଲି ଉପସ୍ଥିତିରେ ପରୀର ବାପା ଏବଂ ମାଙ୍କୁ ମାଡ଼ ମରା ଯାଇଥିଲା। ଏନେଇ ମୁଁ ମନ୍ତ୍ରୀ ଅରୁଣ ସାହୁଙ୍କୁ ଫୋନ୍ କରି ଜଣାଇଥିଲି। ମନ୍ତ୍ରୀ କହିଥିଲେ ସେ ନୟାଗଡ଼ରେ ନାହିଁ ତାଙ୍କ ପାଖରେ ଅଛି। କିନ୍ତୁ ସେତେବେଳକୁ ବାବୁଲି ଘଟଣା ସ୍ଥଳରେ ଥିବା ପ୍ରମାଣ ଦେଇଥିଲି। ଏ ସବୁଥିରୁ ସ୍ପଷ୍ଟ ହେଉଛି ଯେ ବାବୁଲିକୁ ମନ୍ତ୍ରୀ ଘଣ୍ଟ ଘୋଡ଼ାଉଥିଲେ।

ସୌମ୍ୟ କହିଛନ୍ତି, ପରୀ ହତ୍ୟା ଘଟଣାରେ ଚୂଳରୁ ମୂଳ ଯାଏ ସଂପୃକ୍ତ ଅଛନ୍ତି। ଏହାକୁ ନେଇ ମୁଁ ମୁହଁ ଖୋଲିବାରୁ ବିଭିନ୍ନ ପ୍ରକାର ଧମକ ମିଳୁଛି। ଏହାକୁ ନେଇ ଯଦି ମୋର କିମ୍ବା ମୋ ପରିବାରର କିଛି ହୁଏ ସେଥିପାଇଁ ମନ୍ତ୍ରୀ ଅରୁଣ ସାହୁ ସଂପୂର୍ଣ୍ଣ ଦାୟୀ ରହିବେ।

ସେ ଆହୁରି କହିଛନ୍ତି, କ’ଣ ପାଇଁ ୫ ବର୍ଷର କୁନି ଝିଅକୁ ଅପହରଣ କରି ହତ୍ୟା କରାଯିବ ? ଅଙ୍ଗ ତସ୍କରୀ ପାଇଁ ପରୀକୁ ହତ୍ୟା କରାଯାଇଥିବା ସନ୍ଦେହ ହେଉଛି। କୌଣସି ବଡ଼ ଲୋକଙ୍କ ଠାରେ ପରୀର ଅଙ୍ଗ ଲଗାଯାଇଛି।

ସୂଚନାଯୋଗ୍ୟ, ପରୀର ବାପାମା’ଙ୍କ ଆତ୍ମାହୁତି ଉଦ୍ୟମ ପରେ ଏକ ଅଡିଓ ସାମ୍ନାକୁ ଆସିଥିଲା, ଯେଉଁଥିରେ ମନ୍ତ୍ରୀ ଅରୁଣ ସାହୁ ସରପଞ୍ଚ ସୌମ୍ୟରଂଜନ ପ୍ରଧାନଙ୍କ ସହ କଥା ହେଉଥିଲେ। ସୌମ୍ୟଙ୍କ ପ୍ରରୋଚନାରେ ପରୀର ବାପାମା’ ତାଙ୍କୁ ଏହି ଘଟଣାରେ ପୂରାଉ ଥିବା ମନ୍ତ୍ରୀ ଅରୁଣ ସାହୁ କହୁଥିବାର ଶୁଣିବାକୁ ମିଳିଥିଲା। ଏପରିକି ସୌମ୍ୟ ତାଙ୍କ ଲିମିଟ୍ କ୍ରସ୍ କରି ଯାଉଛନ୍ତି ବୋଲି ଅରୁଣ ତାଙ୍କୁ କହୁଥିବା ଶୁଣିବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos