ଏସଆଇଟି ତଦନ୍ତ ପାଇଁ ରାଜି, କିନ୍ତୁ ଦେଲେନି ନିର୍ଦ୍ଦେଶ: ଆଜି ବି ଗୃହ ଅଚଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୟାଗଡ଼ ପରୀ ହତ୍ୟା ମାମଲାରେ ଆଜି ଦ୍ୱିତୀୟଦିନ ପାଇଁ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବିରେ ବିରୋଧୀ ବିଜେପି ଓ କଂଗ୍ରେସ ସଦସ୍ୟମାନେ ହଟ୍ଟଗୋଳ କରିବାକୁ ଯୋଗୁ ଆଜି ବି ଗୃହ ଚାଲିପାରିନାହିଁ। ଅନ୍ୟପକ୍ଷରେ ବିରୋଧୀଙ୍କୁ ଶାନ୍ତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୋଟିଚାଳନା ବି ଫେଲ୍ ମାରିଛି। ଆବଶ୍ୟକ ପଡ଼ିଲେ ପରୀ ହତ୍ୟା ମାମଲାର ଏସଆଇଟି ତଦନ୍ତ ପାଇଁ ସରକାର ରାଜି ଥିବା କଥା କହି ମୁଖ୍ୟମନ୍ତ୍ରୀ […]

tara

tara

Manoranjan Sial
  • Published: Friday, 27 November 2020
  • Updated: 27 November 2020, 03:55 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୟାଗଡ଼ ପରୀ ହତ୍ୟା ମାମଲାରେ ଆଜି ଦ୍ୱିତୀୟଦିନ ପାଇଁ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବିରେ ବିରୋଧୀ ବିଜେପି ଓ କଂଗ୍ରେସ ସଦସ୍ୟମାନେ ହଟ୍ଟଗୋଳ କରିବାକୁ ଯୋଗୁ ଆଜି ବି ଗୃହ ଚାଲିପାରିନାହିଁ।

ଅନ୍ୟପକ୍ଷରେ ବିରୋଧୀଙ୍କୁ ଶାନ୍ତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୋଟିଚାଳନା ବି ଫେଲ୍ ମାରିଛି। ଆବଶ୍ୟକ ପଡ଼ିଲେ ପରୀ ହତ୍ୟା ମାମଲାର ଏସଆଇଟି ତଦନ୍ତ ପାଇଁ ସରକାର ରାଜି ଥିବା କଥା କହି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗୃହର ଅଚଳାବସ୍ଥାକୁ ସ୍ୱାଭାବିକ କରିବା ନିମନ୍ତେ ପ୍ରୟାସ କରିଥିଲେ ମଧ୍ୟ ଏସଆଇଟି ତଦନ୍ତର ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇନଥିବା ଓ ମନ୍ତ୍ରୀଙ୍କ ବହିଷ୍କାର ନହେବା ପର୍ଯ୍ୟନ୍ତ ଗୃହରେ ଅଚଳାବସ୍ଥା ଜାରି ରହିବ ବୋଲି ବିରୋଧୀ ସ୍ପଷ୍ଟ କରିଛନ୍ତି।

ଆଜି ସକାଳ ସାଢ଼େ ୧୦ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ପରୀ ମାମଲାରେ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟମାନେ କୃଷିମନ୍ତ୍ରୀ ଶ୍ରୀ ସାହୁଙ୍କୁ ମନ୍ତ୍ରିପଦରୁ ବହିଷ୍କାର ଦାବି ସହ ଏସଆଇଟି କିମ୍ବା ସିବିଆଇ ତଦନ୍ତ ହେଉ ବୋଲି ଦାବି କରିଥିଲେ। ଯାହାକୁ ନେଇ ପ୍ରଥମାର୍ଦ୍ଧରେ ଗୃହକାର୍ଯ୍ୟ ବାରମ୍ବାର ବାଧାପ୍ରାପ୍ତ ହୋଇଥିଲା। ତେବେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ନବୀନ ନିବାସରୁ ଗୃହରେ ବିବୃତ୍ତି ରଖି କହିଥିଲେ ଯେ, “ଯଦି ଏସଆଇଟି ତଦନ୍ତ ଆବଶ୍ୟକ ପଡ଼େ ତା’ହେଲେ ସେ ଦିଗରେ ରାଜ୍ୟ ସରକାର ପଦକ୍ଷେପ ନେବେ ଓ ତାହା ତୁରନ୍ତ କରିବେ। ତାଙ୍କ ସରକା ସର୍ବର୍ଦା ଅବାଧ ଓ ନିରପେକ୍ଷ ତଦନ୍ତ ପାଇଁ ପ୍ରତିଶ୍ରୁତିବଦ୍ଧ ଏବଂ ସବୁବେଳେ ନ୍ୟାୟ ହେଉ ବୋଲି ଚାହିଁଥାଉ। ଘଟଣାକୁ ନେଇ ସେ ଗଭୀର ମର୍ମାହତ। ତାଙ୍କ ସରକାର ସର୍ବାଧିକ ଆଇନର ନିୟମ ସହ ରହିଥାଏ। ସେ ସମସ୍ତ ସଦସ୍ୟମାନଙ୍କୁ ସହଯୋଗ ଓ ଗୃହ କାର୍ଯ୍ୟରେ ସାମିଲ ନିମନ୍ତେ ଅନୁରୋଧ କରିଥିଲେ।”

ମୁଖ୍ୟମନ୍ତ୍ରୀଙ୍କ ଏହି ବୟାନ ଓ ସର୍ବଦଳୀୟ ବୈଠକ ପରେ ମଧ୍ୟ ବିରୋଧୀ ସଦସ୍ୟମାନେ ମନ୍ତ୍ରୀଙ୍କ ଇସ୍ତଫା ଜିଦରେ ଅଟଳ ରହିଛନ୍ତି। ଅପରାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ଅନୁରୂପ ଅଚଳାବସ୍ଥା ଦେଖାଦେବାରୁ ବାଚସ୍ପତି ଗୃହକୁ ଆସନ୍ତାକାଲି ସକାଳ ସାଢ଼େ ୧୦ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି।

ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି ଯେ, ପରୀ ହତ୍ୟା ଘଟଣାର ଏସଆଇଟି ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିନାହାନ୍ତି। ଆବଶ୍ୟକ ପଡ଼ିଲେ ଏସଆଇଟି ତଦନ୍ତ କରାଯିବ ବୋଲି କହିଛନ୍ତି। କିନ୍ତୁ ଆମେ ସିବିଆଇ ତଦନ୍ତ ଓ କୃଷିମନ୍ତ୍ରୀଙ୍କ ଇସ୍ତଫା ଚାହୁଁ। ଏଭଳି ଆଭିମୁଖ୍ୟ ଜାରି ରହିବ।

ସେହିପରି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି ଯେ, କଂଗ୍ରେସ ପକ୍ଷରୁ ଏସଆଇଟି ତଦନ୍ତ ଦାବି କରାଯାଇଥିଲା। ମୁଖ୍ୟମନ୍ତ୍ରୀ ତାହା ଘୋଷଣା କରିଛନ୍ତି। ମାତ୍ର କୃଷିମନ୍ତ୍ରୀ ଇସ୍ତଫା ଦେବା ଆମର ଦାବି। ତାଙ୍କୁ ତୁରନ୍ତ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରନ୍ତି। କଂଗ୍ରେସ ତା’ର ଦାବି ହାସଲ ପର୍ଯ୍ୟନ୍ତ ବିରୋଧ ଜାରି ରଖିବ ବୋଲି ଶ୍ରୀ ବାହିନୀପତି କହିଛନ୍ତି।

ସୂଚନାଯୋଗ୍ୟ ପରି ହତ୍ୟା ମାମଲାରେ ରାଜ୍ୟ ସରକାର ଗତକାଲି କ୍ରାଇମବ୍ରାଂଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଓ ଆଜିଠୁ କ୍ରାଇମବ୍ରାଂଚ ତଦନ୍ତ ଆରମ୍ଭ କରିସାରିଛି। ମାତ୍ର ଏହାର ଏସଆଇଟି ତଦନ୍ତ ପାଇଁ ରାଜ୍ୟ ସରକାର ରାଜି ଥିଲେ ମଧ୍ୟ ତଦନ୍ତ କରିବା ନିମନ୍ତେ ନିର୍ଦ୍ଦେଶ ଦେଇନାହାନ୍ତି। ଏସଆଇଟି କାହା ନେତୃତ୍ୱରେ ହେବ, ତାହା ମଧ୍ୟ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିନାହାନ୍ତି। କୌଣସି ବରିଷ୍ଠ ପୁଲିସ ଅଧିକାରୀଙ୍କ ନେତୃତ୍ୱରେ ହେବ ନା କୌଣସି ବିଚାରପତିଙ୍କ ଅଧ୍ୟକ୍ଷତାରେ ଏହି ଏସଆଇଟି ଗଠନ ହେବ ତାହା ଜଣାପଡ଼ିନି। ଅବଶ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏସଆଇଟି ଗଠନ କରିବାକୁ ହେଲେ ସରକାରଙ୍କୁ ପ୍ରଥମେ ହାଇକୋର୍ଟଙ୍କ ଅନୁମତି ନେବାକୁ ପଡ଼ିବ। ଯାହା ଏପର୍ଯ୍ୟନ୍ତ ରାଜ୍ୟ ସରକାର କରିନଥିବା ଜଣାପଡ଼ିଛି। ତେଣୁ କେବଳ ଗୃହର ଅଚଳାବସ୍ଥା ଦୂର କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ‘ଏଆଇଟି’ ତଦନ୍ତର କାର୍ଡ ଖେଳିଥିବା ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story