ବୋଥ୍ରାଙ୍କୁ ଝଟ୍‌କା, ଗିରଫ ଅଭିଯୁକ୍ତ ନାବାଳକ

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ବହୁ ଚର୍ଚ୍ଚିତ ନୟାଗଡ଼ ଯଦୁପୁର ପରୀ ହତ୍ୟା ମାମଲାରେ ନୂଆ ମୋଡ଼ ନେଇଛି। ଏସ୍‌ଆଇଟି ଦ୍ୱାରା ଗିରଫ ହୋଇଥିବା ଅଭିଯୁକ୍ତକୁ ନାବାଳକ ଦର୍ଶାଇଛନ୍ତି ପୋକ୍ସୋ କୋର୍ଟ। ଅଭିଯୁକ୍ତ ନାବାଳକ ହୋଇଥିବାରୁ ନାର୍କୋ ଟେଷ୍ଟ ଆବେଦନ ଖାରଜ କରିଛନ୍ତି କୋର୍ଟ। SITର ନାର୍କୋ ଆନାଲିସିସ୍‌ ଟେଷ୍ଟ ଅପିଲ ଖାରଜ କଲେ କୋର୍ଟ। ନାର୍କୋ ଟେଷ୍ଟ ଅପିଲକୁ ଜୁଭେନାଇଲ ଜଷ୍ଟିସ ବୋର୍ଡକୁ ପଠାଗଲା। ଅଭିଯୁକ୍ତକୁ କୋର୍ଟ ନାବାଳକ କହିବା ପରେ SIT ଅରୁଣ ବୋଥ୍ରାଙ୍କୁ ଜବରଦସ୍ତ ଝଟକା ଲାଗିଛି। ଅଭିଯୁକ୍ତକୁ […]

saroj

saroj

Ranjit Kumar Jena
  • Published: Tuesday, 05 January 2021
  • Updated: 05 January 2021, 03:52 PM IST

Sports

Latest News

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ବହୁ ଚର୍ଚ୍ଚିତ ନୟାଗଡ଼ ଯଦୁପୁର ପରୀ ହତ୍ୟା ମାମଲାରେ ନୂଆ ମୋଡ଼ ନେଇଛି। ଏସ୍‌ଆଇଟି ଦ୍ୱାରା ଗିରଫ ହୋଇଥିବା ଅଭିଯୁକ୍ତକୁ ନାବାଳକ ଦର୍ଶାଇଛନ୍ତି ପୋକ୍ସୋ କୋର୍ଟ। ଅଭିଯୁକ୍ତ ନାବାଳକ ହୋଇଥିବାରୁ ନାର୍କୋ ଟେଷ୍ଟ ଆବେଦନ ଖାରଜ କରିଛନ୍ତି କୋର୍ଟ। SITର ନାର୍କୋ ଆନାଲିସିସ୍‌ ଟେଷ୍ଟ ଅପିଲ ଖାରଜ କଲେ କୋର୍ଟ। ନାର୍କୋ ଟେଷ୍ଟ ଅପିଲକୁ ଜୁଭେନାଇଲ ଜଷ୍ଟିସ ବୋର୍ଡକୁ ପଠାଗଲା। ଅଭିଯୁକ୍ତକୁ କୋର୍ଟ ନାବାଳକ କହିବା ପରେ SIT ଅରୁଣ ବୋଥ୍ରାଙ୍କୁ ଜବରଦସ୍ତ ଝଟକା ଲାଗିଛି।

ଅଭିଯୁକ୍ତକୁ ସାବାଳକ ଦର୍ଶାଇ କୋର୍ଟ ଚାଲାଣ କରିଥିଲା SIT। ଏହା ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଅଭିଯୁକ୍ତଙ୍କ ଓକିଲ। ଏପରିକି ଅଭିଯୁକ୍ତଙ୍କ ଜନ୍ମ ପ୍ରମାଣପତ୍ର ଓ ମ୍ୟାଟ୍ରିକ ସାର୍ଟିଫିକେଟ ଦାଖଲ କରିଥିଲେ। ପ୍ରମାଣ ପାଇଲା ପରେ ଅଭିଯୁକ୍ତକୁ ନାବାଳକ ଦର୍ଶାଇଲେ କୋର୍ଟ।

ସୂଚନାଯୋଗ୍ୟ, ଗତ ଡିସେମ୍ବର ୨୧ ତାରିଖରେ SIT ମୁଖ୍ୟ ଅରୁଣ ବୋଥ୍ରା କହିଥିଲେ ଯେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ଅଛି। ତେଣୁ ସବୁ ପ୍ରମାଣ ପାଇବା ପରେ ହିଁ ଅଭିଯୁକ୍ତ ଗିରଫ କରିଛୁ। ଘଟଣାରେ ଗିରଫ ବ୍ୟକ୍ତି ହିଁ ହେଉଛନ୍ତି ପରୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଏବଂ ସେ ଜଣେ ସାବାଳକ ବୋଲି ବୋଥ୍ରା ଦର୍ଶାଇଥିଲେ।

ଆଜକୁ ୫ ମାସ ତଳେ ୫ ବର୍ଷର ଝିଅ ପରୀକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଏଥିରେ ମନ୍ତ୍ରୀ ଅରୁଣ ସାହୁ ଓ ତାଙ୍କ ସହଯୋଗୀ ବାବୁଲିର ହାତ ଥିବା ‘ପରୀ’ର ବାପା-ମାଆ ଅଭିଯୋଗ କରିଥିଲେ। ପୁଲିସ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ‘ପରୀ’ର ବାପା-ମାଆଙ୍କୁ ନାନା ହଇରାଣ କରୁଥିଲା। ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରୁନଥିଲା। ଅନ୍ୟପକ୍ଷରେ ପରୀଙ୍କ ମାଆଙ୍କୁ ପୁଲିସ ମାଡ଼ ମାରୁଥିବା ଅଭିଯୋଗ ହୋଇଥିଲା। ଏନେଇ ପରୀଙ୍କ ମାଆ ଅଭିଯୋଗ କରିଥିଲେ।

ପୁଲିସ ପ୍ରଶାସନଠାରୁ ନିରାଶ ହେବା ପରେ ‘ପରୀ’ର ବାପା-ମାଆ ଭୁବନେଶ୍ୱର ଚାଲି ଆସିଥିଲେ। ସେମାନେ ବିଧାନସଭା ସମ୍ମୁଖରେ ଆତ୍ମାହୁତି ଧମକ ଦେଇଥିଲେ। ତମ୍ୱି ତୋଫାନ୍‌ ପରେ ରାଜ୍ୟ ସରକାର ଏସ୍‌ଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos