ନୟାଗଡ଼:(ଓଡ଼ିଶା ରିପୋର୍ଟର): ନୟାଗଡ଼ର ବହୁ ଚର୍ଚ୍ଚି ପରୀ ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତ ସରୋଜ ସେଠୀ ଜେଲ୍ ଗଲେ। ୩ ଦିନିଆ ରିମାଣ୍ଡ ପରେ ସରୋଜଙ୍କୁ ପକ୍ସୋ କୋର୍ଟରେ ହାଜର କରିଥିଲା ପୁଲିସ। ରିମାଣ୍ଡ ସରିଥିବାରୁ ବିଚାରବିଭାଗୀୟ ହେପାଜତକୁ ଗଲେ ସରୋଜ। ନିଜର ଯୌନ ଲାଳସା ମେଣ୍ଟାଇବାକୁ ଯାଇ ୫ ବର୍ଷର ଝିଅକୁ ହତ୍ୟା ପରେ ଶବକୁ ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀ ଦୁଷ୍କର୍ମ କରିଥିବା ଏସଆଇଟି କହିଥିଲା। ଖୋଦ୍ ଅଭିଯୁକ୍ତ ତାର ଦୋଷ ସ୍ୱୀକାର କରିଥିବା SIT ମୁଖ୍ୟ ଅରୁଣ ବୋଥ୍ରା କହିଥିଲେ। ଜୁଲାଇ ୧୪ରେ ଅଭିଯୁକ୍ତ ଘରକୁ ଜାମୁକୋଳି ଲୋଭରେ ଯାଇଥିଲା ନାବାଳିକା। ଘରେ କେହି ନଥିବାର ସୁଯୋଗ ପାଇ ସରୋଜ ମୁଣ୍ଡକୁ ଜୁଟିଥିଲା ଦୁର୍ବୁଦ୍ଧି । ନବାଳିକାକୁ ଘର ଭିତରକୁ ଡାକି ଦୁଷ୍କର୍ମ ଉଦ୍ୟମ କରିଥିଲା ସରୋଜ । ଆଉ ସେଥିରେ ସେ ବାଧା ଦେବାରୁ ନାବାଳିକାର ତଣ୍ଟି ଚିପି ତାକୁ ହତ୍ୟା କରିଥିଲା ବୋଲି ଏସଆଇଟି କହିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ହଂସିକାଙ୍କ ଠକେଇ ସିଣ୍ଡିକେଟ୍ : ଅନୀଲଙ୍କ ମାଲିକାନାରେ ସିରାଜୁଦ୍ଦିନ ପରିବାରର ୨ କମ୍ପାନୀ, ଖୋଲିବ କି ବିଜେଡି ଲିଙ୍କ୍
୨ଟି କମ୍ପାନୀ ରାଜ୍ୟର ପରିଚିତ ଖଣି ବ୍ୟବସାୟୀ ସିରାଜୁଦ୍ଦିନ ପରିବାରର, ଆଉ ଗୋଟିଏ ରିଏଲ ଇଷ୍ଟେଟ୍ କମ୍ପାନୀକୁ ନିଜର ଅନ୍ୟ ଦୁଇଜଣ ଭାଇ ଅସିତ୍ ଓ ଅଜିତଙ୍କ ସହ ମିଶି ୨୦୨୩ ଜୁନ୍ ମାସରେ ତିଆରି କରିଛନ୍ତି ଅନୀଲ ।
Miscellaneous
‘ଆଜିର ସମାଜରେ ପିଲାମାନେ ବାପା, ମାଆଙ୍କୁ ବୋଝ ବୋଲି ଭାବୁଛନ୍ତି’
ବିଦ୍ୟାଳୟର ପ୍ରଧାନଶିକ୍ଷକ ବୀରେନ୍ଦ୍ର କୁମାର ସେଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରାଚୀତନୟା ଗିରି ଯୋଗଦେଇ ଶିକ୍ଷାର୍ଥୀଙ୍କ ଚରିତ୍ର ଗଠନରେ ମାଆମାନଙ୍କ ସଂସ୍କାର ଜରୁରୀ ବୋଲି କହିଥିଲେ।
Politics
ଖୋଲିବ ଠକ ଯୋଡ଼ି ହଂସିକା ଓ ଅନୀଲଙ୍କ ରାଜନୀତି ଲିଙ୍କ?
ଚିତାକଟା ଯୋଡ଼ି ହଂସିକା ଅଭିଲିପ୍ସା ଓ ଅନୀଲ ମହାନ୍ତି ମିଛିମିଛିକା ଅନେକ ପ୍ରଭାବଶାଳୀଙ୍କୁ ନିଜର ସମ୍ପର୍କୀୟ ଦର୍ଶାଇ ଓଡ଼ିଶା-ଛତିଶଗଡ଼-ଝାଡ଼ଖଣ୍ଡରେ ବିସ୍ତାର କରିଥିଲେ ନିଜର ଠକ ସାମ୍ରାଜ୍ୟ।