ପରୀ ହତ୍ୟା ମାମଲା: କାହା ନିର୍ଦ୍ଦେଶକୁ ଅପେକ୍ଷା କରିଛନ୍ତି ଶିଶୁ ଆୟୋଗ ଓ ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୟାଗଡ଼ ‘ପରୀ’ ହତ୍ୟା ମାମଲାକୁ ନେଇ ରାଜନୀତିକ ବୟାନବାଜି ଓ ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବି ଜୋର ଧରିଥିବାବେଳେ ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କ ଭୂମିକାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ଏପରିକି ବିଜେପି ମହିଳାମୋର୍ଚ୍ଚାର ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ନିଜ ଟିମ୍ ସହ ଆଜି ପରୀର ପିତାମାତାଙ୍କୁ ଭେଟି ଶାନ୍ତ୍ୱନା ଜଣାଇଥିବାବେଳେ ମାନବିକତା ଦୃଷ୍ଟିକୋଣରୁ […]

tukuni-sahu

tukuni-sahu

Manoranjan Sial
  • Published: Friday, 27 November 2020
  • Updated: 27 November 2020, 09:47 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୟାଗଡ଼ ‘ପରୀ’ ହତ୍ୟା ମାମଲାକୁ ନେଇ ରାଜନୀତିକ ବୟାନବାଜି ଓ ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବି ଜୋର ଧରିଥିବାବେଳେ ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କ ଭୂମିକାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।

ଏପରିକି ବିଜେପି ମହିଳାମୋର୍ଚ୍ଚାର ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ନିଜ ଟିମ୍ ସହ ଆଜି ପରୀର ପିତାମାତାଙ୍କୁ ଭେଟି ଶାନ୍ତ୍ୱନା ଜଣାଇଥିବାବେଳେ ମାନବିକତା ଦୃଷ୍ଟିକୋଣରୁ ଶାସକ ବିଜେଡିର ଜଣେ ବି କେହି ସେମାନଙ୍କୁ ଭେଟିବାକୁ ଉଚିତ୍ ମଣିନାହାନ୍ତି। ପରୀର ପିତାମାତାଙ୍କୁ ନ୍ୟାୟ ଦେବାକୁ ବି ମନ୍ତ୍ରୀ ଶ୍ରୀମତୀ ସାହୁ କିମ୍ବା ଶିଶୁସୁରକ୍ଷା ଆୟୋଗ ସଦସ୍ୟାମାନେ ଏପର୍ଯ୍ୟନ୍ତ ସାମାନ୍ୟତମ ଆଶ୍ୱାସନା ଦେଇନଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଜୁଲାଇ ୧୪ତାରିଖରୁ ନୟାଗଡ଼ ସଦର ଥାନା ଅନ୍ତର୍ଗତ ଯଦୁପୁର ଗାଁ’ର ୫ବର୍ଷର ଝିଅ ‘ପରୀ’ ନିଖୋଜ ଓ ହତ୍ୟା ଘଟଣାକୁ ୪ମାସ ବିତିଯାଇଥିଲେ ମଧ୍ୟ ତାକୁ ନ୍ୟାୟ ଦେବା ଦିଗରେ ଶାସନକଳ ସାମାନ୍ୟତମ ଆଗ୍ରହ ଦେଖାଇ ନାହିଁ। ଏପରିକି ତା’ର ପିତାମାତା ବାରମ୍ବାର ଜିଲ୍ଲା ଓ ପୁଲିସ ପ୍ରଶାସନକୁ ଭେଟିଥିବାବେଳେ ରାଜନୀତିକ ଦଳ ମଧ୍ୟ ‘ପରୀ’ ନ୍ୟାୟ ପାଇଁ ନୟାଗଡ଼ରେ ଆଗକୁ ଆସିଥିଲେ।

ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଉଥିଲେ ମଧ୍ୟ ୪ମାସ ଧରି ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ଓ ରାଜ୍ୟ ମହିଳା ଓ ଶିଶୁବିକାଶ ମନ୍ତ୍ରୀ ସମ୍ବେଦନହୀନ ହୋଇ ବସି ରହିଛନ୍ତି। ଏପରିକି ‘ପରୀ’କୁ ନ୍ୟାୟ ଦେବା ଦାବିରେ ତା’ର ପିତାମାତା ଗତ ତିନିଦିନ ତଳେ ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା ପାଇଁ ଉଦ୍ୟମ କରିବାପରେ ହିଁ ସରକାରଙ୍କ ଚେତା ପଶିଥିଲା ଆଉ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ପକ୍ଷରୁ ଚାପ ସୃଷ୍ଟି ହୋଇଥିଲା।

କିନ୍ତୁ ଶିଶୁଙ୍କ ସୁରକ୍ଷା ଓ ନିରାପତ୍ତା ସୁନିଶ୍ଚିତ କରିବାର ଦାୟିତ୍ୱ ମୁଣ୍ଡାଇଥିବା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ‘ପରୀ’ ଘଟଣାରେ ସମ୍ପୂର୍ଣ୍ଣ ଚୁପ୍ ବସିଛନ୍ତି। ଯଦିଓ ଆୟୋଗରେ ବିଜେଡି ସମର୍ଥିତ ନେତ୍ରୀମାନେ ଅଧ୍ୟକ୍ଷା ଓ ସଦସ୍ୟା ଭାବେ ନିଯୁକ୍ତି ପାଇଛନ୍ତି। ତଥାପି ‘ପରୀ’କୁ ନ୍ୟାୟ କିଭଳି ପାଇବ ସେ ନେଇ ତତ୍ପରତା ଦେଖାଇନାହାନ୍ତି। ଯେଭଳିକି ବିଗତ ଦିନରେ ଏକ ନିର୍ଦ୍ଦିଷ୍ଟ ମାମଲାରେ ଆୟୋଗ ନିଜର କ୍ଷମତାର ଭରପୂର ଉପଯୋଗ କରି ନ୍ୟାୟ ଦେବାକୁ ଆଗେଇ ଆସିଥିବାର ଦେଖିବାକୁ ମିଳିଥିଲା। ମାତ୍ର ‘ପରୀ’କୁ ନ୍ୟାୟ ଦେବା କ୍ଷେତ୍ରରେ ଆୟୋଗଙ୍କ ନିରବତା ହିଁ ଅନେକକିଛି ଦିଗକୁ ଇସାରା କରୁଛି। ବିଜେଡି ଅଡ଼ୁଆରେ ପଡ଼ୁଥିବା ଭଳି ମାମଲା(‘ପରୀ’ ଘଟଣା) ପ୍ରତି ଆୟୋଗଙ୍କ ନଜର ପଡ଼ୁନଥିବାର ସନ୍ଦେଶ ଦେବାକୁ ମଧ୍ୟ ପ୍ରୟାସ ହେଉଥିବା ଜଣାପଡ଼ିଛି।

କେବଳ ସେତିକି ନୁହେଁ, ରାଜ୍ୟ ମହିଳା ଓ ଶିଶୁବିକାଶ ମନ୍ତ୍ରୀ ଟୁକୁନି ସାହୁ ‘ପରୀ’ ଘଟଣାରେ ସାମାନ୍ୟତମ ମୁହଁ ଖୋଲିନାହାନ୍ତି। ବିଧାନସଭା ଶୀତ ଅଧିବେଶନ ଚାଲୁଥିବାବେଳେ ଶିଶୁବିକାଶ ବିଭାଗ ଦାୟିତ୍ୱରେ ଥିବା ଶ୍ରୀମତୀ ସାହୁ ‘ପରୀ’କୁ ନ୍ୟାୟ ଦେବା ପ୍ରତି ତାଙ୍କର ଦାୟିତ୍ୱବୋଧକୁ ମଧ୍ୟ ଭୁଲିଯାଇଛନ୍ତି। ବିଜେଡି ସରକାରର ମହିଳା ଓ ଶିଶୁବିକାଶ ମନ୍ତ୍ରୀ ଭାବେ ହେଉ ଅବାପୁଣି ଜଣେ ମା’ ଭାବେ ‘ପରୀ’ର ପିତାମାତାଙ୍କ କଷ୍ଟକୁ ବୁଝି ମାନବିକତା ଦୃଷ୍ଟିକୋଣରୁ ଶ୍ରୀମତୀ ସାହୁ ନିଜଆଡ଼ୁ ଘଟଣାର ତଦନ୍ତକୁ କ୍ରିୟାଶୀଳ କରାଇବା ଅବା ଅଭିଯୁକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରୟାସ କରିପାରିଥାନ୍ତେ।

‘ପରୀ’ ମାମଲାକୁ ନେଇ ଏତେ ହୋ-ହାଲ୍ଲା ଚାଲିଥିବାବେଳେ ‘ପରୀ’କୁ ନ୍ୟାୟ ଦେବା ପାଇଁ ନିଜର କର୍ତ୍ତବ୍ୟ ସମ୍ପାଦନ ନିମନ୍ତେ ମନ୍ତ୍ରୀ ଶ୍ରୀମତୀ ସାହୁ କାହା ନିର୍ଦ୍ଦେଶକୁ ଅପେକ୍ଷା କରିଛନ୍ତି, ତାହା ଏବେବି ରହସ୍ୟଘେରରେ। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ଶ୍ରୀମତୀ ସାହୁ ବିଭାଗର ଦାୟିତ୍ୱ ନେବାପରଠୁ ଗତ ଦେଢ଼ବର୍ଷରୁ ଅଧିକ ସମୟ ଧରି ରାଜ୍ୟରେ ଯେତେ ମହିଳା ହିଂସା ଓ ନିର୍ଯାତନା ଘଟଣା ହୋଇଛିି ସେହି ପୀଡ଼ିତା ଅବା ତାଙ୍କ ପରିବାରକୁ ନ୍ୟାୟ ଦେବା ଦିଗରେ ସାମାନ୍ୟତମ ଆଗ୍ରହ ଦେଖାଇ ନାହାନ୍ତି। କିମ୍ବା ତାହା ତାଙ୍କର ଯେ ଉତ୍ତରଦାୟିତ୍ୱ , ତାକୁ ସ୍ୱୀକାର ମଧ୍ୟ କରିନଥିବା ଜଣାପଡ଼ିଛି।

ରାଜ୍ୟରେ ମହିଳା ଓ ଶିଶୁଙ୍କ ବିରୁଦ୍ଧରେ ସଂଘଟିତ ନିର୍ଯାତନା ଓ ହିଂସାରେ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଦେବାର ଆଶ୍ୱାସନା ବିଭାଗୀୟ ମନ୍ତ୍ରୀ ଓ ରାଜ୍ୟରେ କାର୍ଯ୍ୟ କରୁଥିବା ଆୟୋଗ ଦିଅନ୍ତେ ହୁଏତ ସରକାର ସମ୍ବେଦନଶୀଳତା ଓ ମାନବିକତା ବଂଚି ରହିଛି ବୋଲି ସନ୍ଦେଶ ଯିବା ସହ ସରକାର ବି ସୁନାମ ଅର୍ଜନ ବଢ଼ନ୍ତା ବୋଲି ସାଧାରଣରେ ଚର୍ଚ୍ଚା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story